ଭୁବନେଶ୍ବର: ରାଜଧାନୀରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ମାମଲା । ଏହି ଘଟଣାରେ ଏକ ସ୍ବତନ୍ତ୍ର ଟିମ ମଧ୍ୟମରେ ହେବ ତଦନ୍ତ। ଭୁବନେଶ୍ବରରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ମାମଲାରେ ତଦନ୍ତ ପକ୍ରିୟା ଚାଲିଛି । ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରକୁ ଅତି ଗମ୍ଭୀର ଭାବରେ ନିଆଯାଇଛି । ଏହା ମାମଲାର ତଦନ୍ତ ପିଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି ।
ଭୁବନେଶ୍ବରରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ମାମଲାରେ ତଦନ୍ତ ପ୍ରକ୍ରିୟାକୁ ନେଇ ଡିସିପି କହିଛନ୍ତି ଯେ, ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଅଭିଯୋଗକାରିଣୀ ଯାହାର ବି ନାଁ ନେଇଛନ୍ତି, ସେ ସବୁକୁ ରେକର୍ଡ କରାଯାଇଛି ।
ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସବୁଦିଗକୁ ତଦନ୍ତ କରାଯାଉଛି । କୌଣସି ରିପୋର୍ଟ ପହଞ୍ଚିନି, କୁହାଗଲେ ନିଶ୍ଚୟ ରିପୋର୍ଟ ଦେବୁ ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ କହିଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ