ETV Bharat / city

'ସାମାନ୍ୟ ଢିଲା ବି ସଂକ୍ରମଣ ବଢାଇପାରେ' - ସଂକ୍ରମଣ

ସାମାନ୍ୟ ଢିଲାପଣ ପୁଣି ସଂକ୍ରମଣକୁ ବଢାଇପାରେ । ଯେଉଁ ନିୟମ ପାଳନ ହେଉଛି ତାହା ଆଗକୁ ଚାଲୁ ରଖିବାକୁ ପଡିବ ବୋଲି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ...

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର
author img

By

Published : Jun 29, 2021, 1:36 PM IST

ଭୁବନେଶ୍ବର: ରାଜ୍ୟରେ ତଳମୁହିଁ ହୋଇଛି ଦୈନିକ ସଂକ୍ରମଣ । ହେଲେ ବିପଦ ଟଳିନାହିଁ । ସାମାନ୍ୟ ଢିଲାପଣ ପୁଣି ସଂକ୍ରମଣକୁ ବଢାଇପାରେ । ଯେଉଁ ନିୟମ ପାଳନ ହେଉଛି ତାହା ଆଗକୁ ଚାଲୁ ରଖିବାକୁ ପଡିବ ବୋଲି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

'ସାମାନ୍ୟ ଢିଲାପଣ ସଂକ୍ରମଣକୁ ବଢାଇପାରେ'

ସଂକ୍ରମଣ ହାର କମିଛି । ଫଳରେ ରାଜ୍ୟରେ ସକ୍ରିୟ ମାମଲାରେ ମଧ୍ୟ ହ୍ରାସ ଘଟିଛି । ରାଜ୍ୟରେ ପାଞ୍ଚ ଜିଲ୍ଲାରେ ବର୍ତ୍ତମାନ ସଂକ୍ରମଣ ଅଧିକ ରହିଛି ତେଣୁ ସମସ୍ତଙ୍କୁ ଧୈର୍ଯ୍ୟ ଧରିବାକୁ ପଡିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସଂକ୍ରମଣ କମିଛି ହେଲେ ବିପଦ ଟଳିନାହିଁ । ଯେଉଁ ଷ୍ଟ୍ରାଟେଜିରେ କାମ କରୁଥିଲେ ସେହି ଷ୍ଟ୍ରାଟେଜିକୁ ଆଉ କିଛି ଦିନ ଚାଲୁ ରଖିବାକୁ ପଡିବ । ଲୋକମାନଙ୍କୁ ସର୍ତକ ରହିବାକୁ ନିବେଦନ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଯେଉଁ ଗାଇଡ଼ଲାଇନ ରହିଛି ସେ ଅନୁଯାୟୀ ତାକୁ ଅନୁପାଳନ କରିବା ଦରକାର । ସଂକ୍ରମଣ କମ ଥିବା ଜିଲ୍ଲାଗୁଡିକରେ ନିୟମ କୋହଳ କରାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପ୍ରକାଶ ଥାଉ କି ରାଜ୍ୟରେ ଜୁଲାଇ 1 ପର୍ଯ୍ୟନ୍ତ ଆଂଶିକ କଟକଣା ବଳବତ୍ତର ରହିଛି ।

ଭୁବନେଶ୍ବର ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.