ETV Bharat / city

ହାଟ ଭିତରେ ନାବାଳିକାକୁ ଅସଦାଚରଣ, ଉତ୍ତମ ମଧ୍ଯମ ପରେ 65 ବର୍ଷିୟ ଅଭିଯୁକ୍ତ ଗିରଫ - ହାଟ ଭିତରେ ଅସଦାଚରଣ

ରାଜଧାନୀରେ ଲଜ୍ଯା । ହାଟ ମଝିରେ କୁନି ଝିଅ ସହ ଅସଦାଚରଣ କଲା 65 ବର୍ଷିୟ ବୃଦ୍ଧ । ଅଧିକ ପଢନ୍ତୁ...

ହାଟ ଭିତରେ ନାବାଳିକାକୁ ଅସଦାଚରଣ
ହାଟ ଭିତରେ ନାବାଳିକାକୁ ଅସଦାଚରଣ
author img

By

Published : Apr 6, 2021, 1:55 PM IST

Updated : Apr 6, 2021, 2:01 PM IST

ଭୁବନେଶ୍ବର: ରାଜଧାନୀରେ ନାରୀ ନିର୍ଯାତନା ଭଳି ଘଟଣା ବଢିବାରେ ଲାଗିଛି । ଦିନ ଦ୍ବିପ୍ରହରରେ ଦେଖିବାକୁ ମିଳୁଛି ଏଭଳି ନିନ୍ଦନୀୟ କାର୍ଯ୍ୟ । ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ହାଟକୁ ଆସିଥିବା 9 ବର୍ଷର ନାବାଳିକା ଏହି ଅସଦାଚରଣର ଶିକାର ହୋଇଛି । ଘଟଣା ସମ୍ପର୍କରେ ଖବର ପାଇ କମିଶନରେଟ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ହାଟ ମଝିରେ କୁନି ଝିଅ ସହ ଅଭିଯୁକ୍ତ ଅସଦାଚରଣ କରିଛି । ପୀଡିତାର ବାପା ମା ପରିବା କିଣୁଥିବା ସମୟରେ ଅଭିଯୁକ୍ତ ନାବାଳିକାକୁ ଏକାକୀ ଦେଖି ଅସଦାଚରଣ କରିଥିଲା । ଅଭିଯୁକ୍ତ ପ୍ରଭାକର ମୁଦୁଲି(65) କପିଳେଶ୍ବର ଗ୍ରାମର କୁମ୍ଭାର ସାହିର ବୋଲି ଜଣାପଡିଛି । ତେବେ ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ଅଭିଯୁକ୍ତକୁ ସ୍ଥାନୀୟ ଲୋକମାନେ ଉତ୍ତମ ମଧ୍ୟମ ଦେଇଥିବା ଦେଖିବାକୁ ମିଳିଥିଲା ।

ଅଭିଯୁକ୍ତ ବିରୋଧରେ ପୂର୍ବରୁ ସାହିର ଲୋକ ମଧ୍ୟ ଅନେକ ଥର ଅଭିଯୋଗ କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ବିରୋଧରେ ନାବାଳିକାର ବାପାମା ଲିଙ୍ଗରାଜ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଆପିସିର ଧାରା ୩୪୧, ୫୦୯, ୩୫୪, ୩୫୪ବି, ୩୫୪ଡି, ସେକ୍ସନ ୮ ଏବଂ ୧୨ରେ ପୋକ୍ସ ଆକ୍ଟରେ ଗିରଫ କରିଛି ପୋଲିସ ।

ଭୁବନେଶ୍ବରରୁ ତାପସ କୁମାର ପରିଡ଼ା, ଇଟିଭି ଭାରତ

Last Updated : Apr 6, 2021, 2:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.