ETV Bharat / city

ରାଜଧାନୀରେ ଚାଞ୍ଚଲ୍ୟ: ହତ୍ୟାକରି ନାବାଳିକାକୁ ଟାଙ୍ଗି ଦେଲେ ଦୁର୍ବୃତ୍ତ - undefined

ରାଜଧାନୀରେ ଚାଞ୍ଚଲ୍ୟ; ହତ୍ୟାକରି ନାବାଳିକାକୁ ଟାଙ୍ଗି ଦେଲେ ଦୁର୍ବୃତ୍ତ

author img

By

Published : Jul 27, 2020, 2:52 PM IST

Updated : Jul 27, 2020, 5:00 PM IST

14:46 July 27

ରାଜଧାନୀରେ ଚାଚଂଲ୍ଯ

ରାଜଧାନୀରେ ଚାଞ୍ଚଲ୍ୟ: ହତ୍ୟାକରି ନାବାଳିକାକୁ ଟାଙ୍ଗି ଦେଲେ ଦୁର୍ବୃତ୍ତ

ଭୁବନେଶ୍ବର: ରାଜଧାନୀରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ନାବାଳିକାକୁ ହତ୍ୟା କରି ଝୁଲାଇ ଦେଇଛନ୍ତି ଦୁର୍ବୃତ୍ତ । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ଖଣ୍ଡଗିରି ଥାନା ଡୁମୁଡୁମା ଫେଜ ୨ ଜଗନ୍ନାଥ ମନ୍ଦିର ନିକଟରେ । ଡୁମୁଡୁମା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ କିଛି ଦୁର୍ବୃତ୍ତ ହତ୍ଯା କରିବା ପରେ ନାବାଳିକାର ହାତ ଗୋଡକୁ ବାନ୍ଧି ଘର ଅଗଣାରେ ଥିବା ପିଜୁଳି ଗଛରେ ଟାଙ୍ଗି ଦେଇଛନ୍ତି । ମୃତ ଛାତ୍ରୀଙ୍କ ନା ସସ୍ମିତା ଜେନା । ସେ ମମତାଜ ଅଲୀ ହାଇସ୍କୁଲର ଛାତ୍ରୀ ଥିଲେ ।

ପିଜୁଳି ଗଛ ପାଖରେ ନାବାଳିକାର କ୍ଲିପ ଏବଂ ଚପଲ ପଡିଥିବା ବେଳେ ଗାମୁଛାରେ ନାବାଳିକାର ହାତ, ଗୋଡ ବନ୍ଧାଯାଇଥିବା ସୂଚନା ମିଳିଛି । ତେବେ ଏନେଇ ନାବାଳିକାର ପରିବାର ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା ଦିଆଯିବା ପରେ ପୋଲିସ ପହଁଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି । ତେବେ ନାବାଳିକାକୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଥିବା ବେଳେ ହତ୍ୟାକାରୀର ପର୍ଦ୍ଦାଫାସ ହୋଇନାହିଁ ।  

ସେପଟେ ନାବାଳିକା ନିକଟସ୍ଥ ଏକ ସ୍ଥାନକୁ ଗୀତ ଶିଖିବାକୁ ଯାଉଥିବାବେଳେ ଏକ ଯୁବକ ସହ ରହିଥିବା ପ୍ରେମ ସମ୍ପର୍କକୁ ମଧ୍ୟ ସନ୍ଦେହ କରାଯାଉଛି । ଅନ୍ୟପଟେ ଅଗଣା ଭିତରେ ଏଭଳି ଘଟଣା ଘଟିବା ପୁଣି ନିଜ ବାପା ଗାମୁଛାରେ ଝିଅର ହାତ, ଗୋଡ଼ ବନ୍ଧା ହେବା ଘଟଣା ପରିବାର ଲୋକଙ୍କ ଅନର କିଲିଂ ହୋଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଏପଟେ ପୋଲିସ ଏହି ଘଟଣାରେ ଜଣେ ଯୁବକକୁ ସନ୍ଦେହଜନକ ଭାବେ ଅଟକ ରଖିବା ସହ ତଦନ୍ତ ପକ୍ରିୟା ଜାରି ରଖିଛି ।  

ତେବେ ସେ ଗୀତ ଗାଉଥିଲେ ଏବଂ ଅନେକ ଷ୍ଟେଜ ସୋ ମଧ୍ଯ କରଥିଲେ । ଏପରିକି ଗିତ ଶିଖିବାକୁ ମଧ୍ଯ ଏକ ଅନୁଷ୍ଠାନକୁ ଯାଉଥିଲେ । ତେବେ ସେହିଠାରେ ଜଣେ ଯୁବକ ଯେକି ତାଙ୍କ ସହ ଗୀତ ଶିଖନ୍ତି, ଏହି ହତ୍ୟାକାଣ୍ଡ ନେଇ ତାଙ୍କ (ଯୁବକ) ଉପରେ ସଂଦେହ ହେଉଥିବା ତାଙ୍କ ବାପା ମଇନ ଜେନା ଅଭିଯୋଗ କରିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Jul 27, 2020, 5:00 PM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.