ETV Bharat / city

ଡାକ୍ତରାଣୀଙ୍କ କ୍ଲିନିକରେ ନାବାଳିକଙ୍କ ମୃତ୍ୟୁ, ସାବାଳିକା ଦର୍ଶାଇ ରହସ୍ୟ ଲୁଚାଉଛି ପୋଲିସ !

author img

By

Published : Jun 23, 2021, 9:56 PM IST

ଡାକ୍ତରାଣୀଙ୍କ କ୍ଲିନିକରେ ନାବାଳିକାଙ୍କୁ ମୃତ ପାଇ ହରଡ଼ଘଣାରେ ପୋଲିସ । ନାବାଳିକାକୁ ସାବାଳିକା ଦର୍ଶାଇ ପୋଲିସ ଘଟଣାକୁ ଚାପିବାକୁ ଚେଷ୍ଟା କରିଥିବା ବେଳେ ଏବେ ପ୍ରମାଣ ସହ ଡିସିପି ଅଫିସରେ ପହଞ୍ଚିଛନ୍ତି ନାବାଳିକାଙ୍କ ମା । ଅଧିକ ପଢନ୍ତୁ...

ଡାକ୍ତରାଣୀଙ୍କ କ୍ଲିନିକରେ ନାବାଳିକଙ୍କ ମୃତ୍ୟୁ

ଭୁବନେଶ୍ବର: ଡାକ୍ତରାଣୀଙ୍କ କ୍ଲିନିକରେ ନାବାଳିକାଙ୍କୁ ମୃତ ପାଇ ହରଡ଼ଘଣାରେ ପୋଲିସ। ନାବାଳିକାକୁ ସାବାଳିକା ଦର୍ଶାଇ ପୋଲିସ ଘଟଣାକୁ ଚାପିବାକୁ ଚେଷ୍ଟା କରିଥିବା ବେଳେ ଏବେ ପ୍ରମାଣ ସହ ଡିସିପି ଅଫିସରେ ପହଞ୍ଚିଛନ୍ତି ନାବାଳିକାଙ୍କ ମା ।

ତେବେ ଡାକ୍ତରାଣୀଙ୍କ କଥାରେ ପଡି ପୋଲିସ ଏପରି କରୁଥିବା ବେଳେ ନାବାଳିକାକୁ ମୃତ ପାଇ କାହିଁକି ପୋଲିସ ଶିଶୁ ଶ୍ରମିକ ଭଳି ଆଇନ ଅଧୀନରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି ।

ଏପଟେ ଡାକ୍ତରାଣୀ ଏବଂ ଜଣେ ଯୁବକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ମୃତ ନାବାଳିକାଙ୍କ ମା । ଏପରିକି ପୋଲିସ ନିକଟରେ ଅଭିଯୋଗ ନେଇ ପହଞ୍ଚିଥିଲେ ମଧ୍ୟ ପୋଲିସ ତାଙ୍କ କଥାକୁ କର୍ଣ୍ଣପାତ କରୁନଥିବା ସେ ଅଭିଯୋଗ ବାଢିଛନ୍ତି।

ଝିଅର ଆଧାରକାର୍ଡ ସହ କିପରି ମୋବାଇଲ ଜରିଆରେ ଯୁବକ ତାକୁ ହଇରାଣ କରୁଥିଲା ସେନେଇ ସମସ୍ତ ପ୍ରମାଣ ସହ ଡିସିପି ଅଫିସରେ ପହଞ୍ଚିଛନ୍ତି ନାବାଳିକାଙ୍କ ମା।

ସୂଚନା ଅନୁଯାୟୀ, ଜୁନ୍ ୩ ତାରିଖରେ ଆନିହାଉସ ଛକ ନିକଟସ୍ଥ ଡାକ୍ତରାଣୀ ଅଳକା ଦାସଙ୍କ କ୍ଲିନିକରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ ଆଣିଥିବା ବେଳେ ପ୍ରକୃତରେ ଏହା ହତ୍ୟା ନା ଆତ୍ମହତ୍ୟା ତାହାର ଫର୍ଦ୍ଦାଫାଶ କରିବା ଏବେ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.