ETV Bharat / city

ନାବାଳିକା ଗଣଦୁଷ୍କର୍ମ ଘଟଣା: ଶୁଣାଣିବେଳେ ଅନୁପସ୍ଥିତ ରହିଲେ ଘରୋଇ ଚ୍ୟାନେଲ ଏମଡି, ଆସନ୍ତା ସପ୍ତାହରେ ଯିବ ସମନ - mahila commission bhubaneswar

ରାଜଧାନୀର ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଘରୋଇ ଟିଭି ଚ୍ୟାନେଲର ଏମଡି ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି କିନ୍ତୁ ମାମଲାର ଶୁଣାଣି ପୂର୍ବରୁ ଅନୁପସ୍ଥିତ ରହିଛନ୍ତି । ଆଉ ଥରେ ଘରୋଇ ଚ୍ୟାନେଲର ଏମଡିଙ୍କୁ ସମନ କରାଯିବ ବୋଲି ଜଣାପଡିଛି। ଅଧିକ ପଢନ୍ତୁ...

ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଘରୋଇ ଚ୍ୟାନଲର ଏମଡି, ଶୁଣାଣି ବେଳେ ଅନୁପସ୍ଥିତ

author img

By

Published : Sep 21, 2020, 4:03 PM IST

ଭୁବନେଶ୍ବର: ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଶୁଣାଣିବେଳେ ଅନୁପସ୍ଥିତ ରହିଲେ । ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ସୋମବାର ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ଘରୋଇ ଟିଭି ଚ୍ୟାନେଲର ଏମଡି । ହାଜର ହେଲେ କିନ୍ତୁ ଶୁଣାଣିବେଳେ ଅନୁପସ୍ଥିତ ରହିଲେ । ତେଣୁ ଆସନ୍ତା ସପ୍ତାହରେ ଡିସିପିଙ୍କ ଜରିଆରେ ଏମଡିଙ୍କୁ ସମନ କରାଯିବ ବୋଲି ଜଣାପଡିଛି ।

ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଘରୋଇ ଚ୍ୟାନଲର ଏମଡି, ଶୁଣାଣି ବେଳେ ଅନୁପସ୍ଥିତ

ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଘରୋଇ ଟିଭି ଚ୍ୟାନେଲର ଏମଡି ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି କିନ୍ତୁ ଶୁଣାଣି ପୂର୍ବରୁ ଅନୁପସ୍ଥିତ ରହିଛନ୍ତି । ତେବେ ଜରୁରୀ କାର୍ଯ୍ୟ ରହିଥିବାରୁ ସେ ଲିଖିତ ଭାବରେ ଜବାବ ଦାଖଲ କରି ଚାଲିଯାଇଛନ୍ତି । ଏହାକୁ ନେଇ ମହିଳା କମିଶନ ଉକ୍ତ ଏମଡିଙ୍କୁ ଡିସିପିଙ୍କ ମାଧ୍ୟମରେ ପୁଣି ଥରେ ଆସନ୍ତା ସପ୍ତାହରେ ସମନ କରାଯିବ ବୋଲି ମହିଳା କମିଶନ ମିନତୀ ବେହେରା କହିଛନ୍ତି । ଏହା ସହ ଯଦି ପ୍ରଥମ ଦିନରେ ହଜାର ହୋଇଥିଲେ ସତ କିନ୍ତୁ ଶୁଣାଣି ବେଳେ ଚାଲିଯାଇଥିଲେ ସେଥିପାଇଁ ଡିସିପିଙ୍କୁ କୁହାଯାଇଛି। ଏହାକୁ ନେଇ ତଦନ୍ତରେ ଯିଏ ଆସିବେ ତାଙ୍କୁ ପଚରାଉଚରା କରାଯିବ ବୋଲି କହିଛନ୍ତି। ଘରୋଇ ଟିଭି ଚ୍ୟାନେଲର ଏମଡି ପ୍ରେସ ରିଲିଜରେ ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ଏବଂ ପ୍ରମାଣ ମିଳିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି ।

ସୂଚନାଥାଉକି ପୀଡିତା ମାଙ୍କ ଲିଖିତ ଅଭିଯୋଗ ଓ ଅଡିଓ କ୍ଲିପକୁ ନେଇ ଘରୋଇ ଟିଭି ଚ୍ୟାନେଲର ଏମଡ଼ିଙ୍କୁ ନୋଟିସ ହୋଇଥିଲା। ଏହାକୁ ନେଇ ଅଗଷ୍ଟ 30 ତାରିଖରେ ପୀଡିତାଙ୍କ ମାଆ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାକୁ ଏମଡି, ଇନପୁଟ ହେଡ ଓ ବରିଷ୍ଠ ସାମ୍ବାଦିକଙ୍କୁ ଜେରା କରାଯାଇଛି। ଏବେ ଆଜି ଅନୁପସ୍ଥିତ ରହିଥିବା କାରଣରୁ ଆସନ୍ତା ସପ୍ତାହରେ ଭୁବନେଶ୍ବର ଡିସିପିଙ୍କ ଦ୍ବାରା ପୁନର୍ବାର ଉକ୍ତ ଘରୋଇ ଟିଭି ଚ୍ୟାନେଲର ଏମଡିଙ୍କୁ ସମନ କରାଯିବ।

ଭୁବନେଶ୍ବରରୁ ବିକାଶ ଦାସ,ଇଟଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.