ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସଡକ ଦୁର୍ଘଟଣା । ତେବେ ଏହି ସଡକ ଦୁର୍ଘଟଣା ସଂକ୍ରାନ୍ତୀୟକୁ ନେଇ ଆସିଛି ସାଂଘାତିକ ତଥ୍ୟ । କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଏହି ତଥ୍ୟରେ ଦୁର୍ଘଟଣାର ମୁଖ୍ୟ କାରଣ ଦ୍ରୁତ ବେଗରେ ଗାଡି ଚାଳନାକୁ ଦାୟୀ କରାଯାଇଛି ।

ଦିଆଯାଇଥିବା ଏହି ସୂଚନା ଅନୁସାରେ, ଦେଶ ଓ ରାଜ୍ୟରେ ସର୍ବାଧିକ ସଡକ ଦୁର୍ଘଟଣା ଦ୍ରୁତ ଗତିରେ ଗାଡି ଚଲାଇବା ଯୋଗୁଁ ହେଉଥିବା କୁହାଯାଇଛି । ପ୍ରାୟ 84 ପ୍ରତିଶତ ଦୁର୍ଘଟଣା ଦ୍ରୁତ ବେଗରେ ଗାଡି ଚାଳନା ପାଇଁ ହୋଇଥାଏ । ଏହାପଛରେ ଭୁଲ ଦିଗରେ ଗାଡି ଚଳାଇବା କାରଣରୁ ମଧ୍ୟ 8 ପ୍ରତିଶତ ଦୁର୍ଘଟଣା ଘଟିଥାଏ ।
ସେହିଭଳି 4 ପ୍ରତିଶତ ଦୁର୍ଘଟଣା ମଦ ପିଇ ଗାଡି ଚଳାଇବା ଯୋଗୁଁ ହୋଇଥାଏ ବୋଲି ସରକାରୀ ତଥ୍ୟରେ କୁହାଯାଇଛି । ବାକି 4 ପ୍ରତିଶତ ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରୁଥିବା କାରଣରୁ ହୋଇଥାଏ ବୋଲି କୁହାଯାଇଛି । ଓଡ଼ିଶାରେ ମଧ୍ୟ ଏହିଭଳି ଦୁର୍ଘଟଣା ହେଉଥିବାରୁ ଆଗାମୀ ଦିନରେ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି ପରିବହନ ବିଭାଗ କହିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ