ଭୁବନେଶ୍ବର: ଶେଷ ହେଲା ମନ୍ତ୍ରୀ ପରିଷଦ ବୈଠକ । ଅତିରିକ୍ତ ବଜେଟ ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ ।
ସୂଚନା ଅନୁଯାୟୀ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମନ୍ତ୍ରୀ ପରିଷଦ ବୈଠକରେ ଅତିରିକ୍ତ ବଜେଟ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ପ୍ରାୟ 8300 କୋଟି ଟଙ୍କାର ଅତିରିକ୍ତ ବଜେଟ ହେବା ନେଇ ଆକଳନ କରାଯାଉଛି। ତେବେ ଆସନ୍ତା 13 ତାରିଖରେ ବିଧାନସଭାରେ ଆଗତ ହେବ ଏହି ଅତିରିକ୍ତ ବଜେଟ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ