ETV Bharat / city

ଗୋ-ସୁଗମ ପୋର୍ଟାଲକୁ ପାରଦର୍ଶୀ ଓ ତ୍ରୁଟିଶୂନ୍ୟ କର: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ

ଗୋ-ସୁଗମ ପୋର୍ଟାଲକୁ ଅଧିକ ପାରଦର୍ଶୀ ଓ ତ୍ରୁଟିଶୂନ୍ୟ କରିବା ଦିଗରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପଙ୍କ ଅଧକ୍ଷତାରେ ଏକ ବୈଠକ ବସିଛି । ଅଧିକ ପଢନ୍ତୁ

author img

By

Published : Oct 14, 2022, 4:07 PM IST

ଗୋ-ସୁଗମ ପୋର୍ଟାଲ
ଗୋ-ସୁଗମ ପୋର୍ଟାଲ

ଭୁବନେଶ୍ବର: ଗୋ-ସୁଗମ ପୋର୍ଟାଲକୁ(Go-Sugam) ଅଧିକ ପାରଦର୍ଶୀ ଓ ତ୍ରୁଟିଶୂନ୍ୟ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ବିଭାଗ ଦ୍ୱାରା ପ୍ରଣୟନ ଓ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କୃଷି ଓ ଆନୁଷଙ୍ଗିକ କୃଷି ଯୋଜନାର ଦ୍ରୁତ ରୂପାୟନ ଓ ସ୍ୱଚ୍ଛତା ବଜାୟ ରକ୍ଷା କରିବା ଦିଗରେ ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମରେ ଆରମ୍ଭ ହୋଇଛି ଗୋ-ସୁଗମ ପୋର୍ଟାଲ । କୃଷି ଭବନରେ ଆୟୋଜିତ ବୈଠକରେ ଗୋ-ସୁଗମ ୱେବପୋର୍ଟାଲର କାର୍ଯ୍ୟକାରିତା ଓ ଅଗ୍ରଗତି ସଂପର୍କରେ ମନ୍ତ୍ରୀ ସମୀକ୍ଷା କରିଛନ୍ତି ।

ଗୋ-ସୁଗମ ପୋର୍ଟାଲ
ଗୋ-ସୁଗମ ପୋର୍ଟାଲ

ମନ୍ତ୍ରୀ କହିଛନ୍ତି ଯେ, "ଆଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଫଳରେ କୃଷକମାନଙ୍କର ଆୟବୃଦ୍ଧି ସହିତ ଜୀବନ ଓ ଜୀବିକାରେ ରୂପାନ୍ତରଣ ଆଣିହେବ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳନ କରାଯାଉଥିବା ଗୋ-ସୁଗମ ପୋର୍ଟାଲ କୃଷକ ଓ କୃଷି ଉଦ୍ୟୋଗୀଙ୍କ ପାଇଁ ଦେଶର ପ୍ରଥମ ସିଙ୍ଗଲ ୱିନ୍‌ଡ଼ୋ ୱେବ୍‌ ପୋର୍ଟାଲ । ଗୋ-ସୁଗମ ପୋର୍ଟାଲର ପ୍ରଚଳନ ଏ ଦିଗରେ କୃଷକମାନଙ୍କୁ ବିଶେଷ ସହାୟକ ହେବା ସହିତ ଯୋଜନା ଓ ସେବାର କାର୍ଯ୍ୟାନ୍ୱୟନରେ ସଂପୃକ୍ତ ଅଧିକାରୀଙ୍କ ମଧ୍ୟରେ ଟିମ୍‌ ୱାର୍କ ଭାବନାକୁ ପ୍ରୋତ୍ସାହିତ କରିବ ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ୧୭ଟି ଯୋଜନା ଓ ସେବା ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ୩୩ଟି ଯୋଜନା ଓ ସେବାକୁ ଗୋ-ସୁଗମ ପୋର୍ଟାଲରେ ସ୍ଥାନିତ କରାଯାଇ ଡିଜିଟାଲ କରାଯାଇଛି । ଏଥିରେ କୃଷକମାନେ ବିଭିନ୍ନ ଯୋଜନା ଓ ସେବା ନିମନ୍ତେ ଅନ୍‌ଲାଇନ୍‌ ମାଧ୍ୟମରେ ଦରଖାସ୍ତ କରିବାର ସୁବିଧା ରହିଛି । ୱେବ୍‌ ପୋଟାର୍ଲ ମାଧ୍ୟମରେ ଦରଖାସ୍ତର ରିୟଲ ଟାଇମ୍‌ ସ୍ଥିତି ସଂପର୍କରେ ଜାଣିବାର ବ୍ୟବସ୍ଥା ରହିଛି । ଏଥିସହିତ ମୋବାଇଲ୍‌ ମେସେଜ୍‌ କିମ୍ବା ଇ-ମେଲ ମାଧ୍ୟମରେ ପ୍ରତ୍ୟେକ ସ୍ତରରେ ଆବେଦନ ପତ୍ରର ସ୍ୱୀକୃତି କିମ୍ବା ଖାରଜ ସଂପର୍କରେ ସୂଚନା ଦେବାର ବ୍ୟବସ୍ଥା ରହିଛି ।

ଏହା ବି ପଢନ୍ତୁ...ଉଠିବ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା, ମାସକ ଭିତରେ ବାହାରିବ ସମାଧାନ ବାଟ

କୃଷି ସମ୍ବନ୍ଧିତ ଅନ୍ୟ ବିଭାଗରୁ ସେବା ପାଇବା ପାଇଁ ମଧ୍ୟ ଆବଶ୍ୟକ ପ୍ଲାଟ୍‌ଫର୍ମ ମଧ୍ୟ ଏହି ୱେବ ପୋର୍ଟାଲରେ ଉପଲବ୍ଧ କରାଯାଇଛି । ଏହି ଅଭିନବ ସିଙ୍ଗଲ୍‌ ୱିନ୍‌ଡ଼ୋ ସେବା ପ୍ରଦାନକାରୀ ୱେବ ପୋର୍ଟାଲର ଲାଭ ଯେପରି ରାଜ୍ୟର ପ୍ରତ୍ୟେକ କୃଷକ ସହଜରେ ପାଇପାରିବେ ସେଥିପ୍ରତି ବ୍ଲକ୍‌ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଏବଂ ରାଜ୍ୟସ୍ତରୀୟ ଅଧିକାରୀମାନେ ତତ୍ପରତା ପ୍ରକାଶ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ, "ୱେବ ପୋର୍ଟାଲରେ କୃଷି ଉପକରଣ କ୍ରୟ, ବିହନ, ନଳକୂପ ଓ ଗଭୀର ନଳକୂପ ଖନନ, ସୋଲାର ପମ୍ପସେଟ୍‌ ସ୍ଥାପନ ଆଦି ଦିଗରେ ସବ୍‌ସିଡି ପ୍ରଦାନ, ଉଦ୍ୟାନ କୃଷି ଓ ପନିପରିବା ଚାଷ ନିମନ୍ତେ ରିହାତି ଦରରେ ବିହନ ଓ ମଂଜି ଯୋଗାଣ, ସମନ୍ୱିତ ଉଦ୍ୟାନ କୃଷି, ଆପିକଲ୍‌ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆଦି ୧୭ଟି ଯୋଜନା ଓ ସେବାର ଲାଭ କୃଷକ ପାଇ ପାରୁଛନ୍ତି ।"

ଗୋ-ସୁଗମ ପୋର୍ଟାଲ
ଗୋ-ସୁଗମ ପୋର୍ଟାଲ
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଛନ୍ତି ଯେ, "ମତ୍ସ୍ୟ ଚାଷ ଓ ପ୍ରାଣୀପାଳନ ଦିଗରେ ଯଥା ମତ୍ସ୍ୟଚାଷ ପାଇଁ ପୋଖରୀ ଖନନ, ଖାରିପାଣି ମାଛଚାଷ, ବାୟୋଫ୍ଲକ୍‌ ଓ କେଜ୍‌ କଲଚର ପଦ୍ଧତିରେ ମାଛଚାଷ, ଫିସିଂ ଲାଇସେନ୍ସ ନବୀକରଣ, ମାଛ ରଖିବା ପାଇଁ ଶୀତଳ ଭଣ୍ଡାର ଓ ବରଫ କଳ ପ୍ରତିଷ୍ଠା, ମାଛଧରା ମୋଟର ବୋଟ କ୍ରୟ, ବ୍ରଏଲର କୁକୁଡ଼ା, ଅଣ୍ଡାଦିଆ କୁକୁଡ଼ା ଚାଷ, ବତକ ଚାଷ, ଘୁଷୁରୀ ଚାଷ, କ୍ଷୁଦ୍ର କୁକୁଡ଼ା ହାଚେରୀ ପ୍ରତିଷ୍ଠା, ଛୋଟ କୁକୁଡ଼ାଦାନା ପ୍ରସ୍ତୁତି କାରଖାନା ଆଦି ୩୩ଟି ସେବାକୁ ଗୋ-ସୁଗମ ପୋର୍ଟାଲରେ ଅନ୍ତର୍ଭୁକ୍ତ କରାଯାଇଛି ।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ଏବଂ ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ୟେଦୁଲ୍ଲା ବିଜୟଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ, ମୁଖ୍ୟ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.