ଭୁବନେଶ୍ବର: ରାଜ୍ୟରେ ମହିଳା କେତେ ସୁରକ୍ଷିତ ? ରାଜ୍ୟରେ ଦିନକୁ ଦିନ ମହିଳା ଦୁଷ୍କର୍ମ ବଢିବାରେ ଲାଗିଛି । କେତେ ଜଣ ମହିଳା ନ୍ୟାୟ ପାଇଛନ୍ତି । ଏନେଇ ଗୃହରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଧାୟକ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ତାଙ୍କ ଉତ୍ତରରେ ଗୃହରାଷ୍ଟ୍ର ମନ୍ତ୍ରୀ କହିଛନ୍ତି 2019 ମସିହାରୁ 2022 ମସିହା ଭିତରେ ରାଜ୍ୟରେ 10,129 ଟି ଦୁଷ୍କର୍ମ ମାମଲା ଆସିଛି । ସେଥି ମଧ୍ୟରୁ 5584 ଟି ନାବାଳିକା ଦୁଷ୍କର୍ମ ମାମଲା ରହିଛି ।
ମହିଳା ଦୁଷ୍କର୍ମ ମାମଲା ତଥ୍ୟ
2019ରେ 2950ଟି ଦୁଷ୍କର୍ମ ମାମଲା
2020ରେ 2984 ଦୁଷ୍କର୍ମ ମାମଲା
2021ରେ 3327 ଦୁଷ୍କର୍ମ ମାମଲା
2022ରେ 868 ଦୁଷ୍କର୍ମ ମାମଲା
ନାବାଳିକା ଦୁର୍ଷ୍କର୍ମ ମାମଲା ତଥ୍ୟ
2019ରେ 1635ଟି ନାବାଳିକା ଦୁଷ୍କର୍ମ ମାମଲା
2020ରେ 1646ଟି ନାବାଳିକା ଦୁଷ୍କର୍ମ ମାମଲା
2021ରେ 1871ଟି ନାବାଳିକା ଦୁଷ୍କର୍ମ ମାମଲା
2022ରେ 432ଟି ନାବାଳିକା ଦୁଷ୍କର୍ମ ମାମଲା
ଇଟିଭି ଭାରତ, ଭୁବନେଶ୍ବର