ETV Bharat / city

Assembly Winter Session: ରାଜ୍ୟରେ କେତେ ଭିକାରୀ ଅଛନ୍ତି ଉତ୍ତରେ ଦେଲେ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ କେତେ ଅଛନ୍ତି ଭିକାରୀ ? କେତେ ପୁରୁଷ କେତେ ମହିଳା ? ଏହାସହ ଶିଶୁ ଭିକାରୀ ସଂଖ୍ୟା କେତେ ? କେଉଁ ଜିଲ୍ଲାରେ କେତେ ଭିକାରୀ ଅଛନ୍ତି ? ଆଜି ବିଧାନସଭାରେ ଏହି ପ୍ରଶ୍ନ ପଚାରିଥିଲେ ସମ୍ବଲପୁର ରେଙ୍ଗାଲୀ ବିଧାୟକ ନାଉରୀ ନାୟକ । ଅଧିକ ପଢନ୍ତୁ

Assembly Winter Session
Assembly Winter Session
author img

By

Published : Dec 4, 2021, 10:59 PM IST

ଭୁବନେଶ୍ବର: ରାଜ୍ୟରେ କେତେ ଅଛନ୍ତି ଭିକାରୀ ? କେତେ ପୁରୁଷ କେତେ ମହିଳା ? ଏହାସହ ଶିଶୁ ଭିକାରୀ ସଂଖ୍ୟା କେତେ ? କେଉଁ ଜିଲ୍ଲାରେ କେତେ ଭିକାରୀ ଅଛନ୍ତି ? ଆଜି ବିଧାନସଭାରେ ଏହି ପ୍ରଶ୍ନ ପଚାରିଥିଲେ ସମ୍ବଲପୁର ରେଙ୍ଗାଲୀ ବିଧାୟକ ନାଉରୀ ନାୟକ ।

ଉତ୍ତରରେ ଭିନ୍ନକ୍ଷମ ସାମାଜିକ କଲ୍ୟାଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 6 ହଜାର 970 ଜଣ ଭିକାରୀଙ୍କୁ ଚିହ୍ନଟ କରାଯାଇଛି । ଏଥି ମଧ୍ୟରୁ 4 ହଜାର 128 ପୁରୁଷ ଭିକାରୀ ଥିବାବେଳେ 2 ହଜାର 842 ମହିଳା ଭିକାରୀ ଅଛନ୍ତି । ଏହାସହ କଟକରେ ସର୍ବାଧିକ 1 ହଜାର 60 ଜଣ ଭିକାରୀ ଅଛନ୍ତି । ବରଗଡ ଜିଲ୍ଲାରେ 595 ଜଣ ଭିକାରୀ ଅଛନ୍ତି । ତୃତୀୟ ସ୍ଥାନରେ ରହିଛି ଗଞ୍ଜାମ ଜିଲ୍ଲା । ଯେଉଁଠାରେ ଅଛନ୍ତି 545 ଜଣ ଭିକାରୀ ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।

ସେହିପରି ଖୋର୍ଦ୍ଧା ଜିଲ୍ଲାରେ 418 ଜଣ, ପୁରୀରେ 350 ଜଣ, ବଲାଙ୍ଗିର 502 ଜଣ,ସୁନ୍ଦରଗଡରେ 447 ଜଣ, ନୂଆପଡାରେ 354 ଜଣ, ସମ୍ବଲପୁରରେ 44 ଜଣ, କଳାହାଣ୍ଡିରେ 363 ଜଣ, ଦେବଗଡ ଜିଲ୍ଲାରେ 8 ଜଣ, କେନ୍ଦ୍ରାପଡା ଜିଲ୍ଲାରେ 22 ଜଣ ଆଉ ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ 5 ଜଣ ଭିକାରୀ ଥିବା ମନ୍ତ୍ରୀ କହିଛନ୍ତି ।

ସେହିଭଳି ଚିହ୍ନଟ ଭିକାରୀଙ୍କ ଥଇଥାନ ପାଇଁ ନିଳାଦ୍ରୀ ନିଳୟ, ଏକାମ୍ର ନିଳୟ, ଭିକାରୀ ପୁନର୍ବାସ କେନ୍ଦ୍ର ଭଳି କାର୍ଯ୍ୟକ୍ରମ ଜରିଆରେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.