ETV Bharat / city

ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିବେ ମନ୍ତ୍ରୀ

ସ୍କୁଲ ଖୋଲିବା ପରେ ଏସଓପି ପାଳନ ନେଇ ବସିବ ବୈଠକ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିବେ ମନ୍ତ୍ରୀ । ଅଧିକ ପଢନ୍ତୁ...

author img

By

Published : Jul 18, 2021, 2:07 PM IST

minister samir dash will discuss preparations for the reopening of the school and the district education officer
ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିବେ ମନ୍ତ୍ରୀ

ଭୁବନେଶ୍ବର: ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିବେ ବିଭାଗୀୟ ମନ୍ତ୍ରୀ । ସ୍କୁଲ ସଫା ଠାରୁ ଆରମ୍ଭ କରି SOPରେ ଯାହା ଗାଇଡ଼ ଲାଇନ ରହିଛି । ତାହାକୁ କିଭଳି କଡାକଡି ପାଳନ କରାଯିବ ସେ ନେଇ ଆଲୋଚନା କରାଯିବ । ପ୍ରତି ଜିଲ୍ଲା ପାଇଁ ଯେଉଁ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି ।

ସେମାନେ ସ୍କୁଲ ଗସ୍ତ କରିବେ ଏବଂ ଆସନ୍ତା ୨୬ ତାରିଖରେ ସ୍କୁଲ ଖୋଲିବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ ଜିଲ୍ଲା ଗସ୍ତ କରିବେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ହେଉଛି ପିଲାମାନଙ୍କ ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆବଶ୍ୟକତା ଅନୁସାରେ ଆମେ ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଛୁ । ହଷ୍ଟେଲ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେଇନାହୁଁ ।

ଆଦର୍ଶ ବିଦ୍ୟାଳୟ ଅବା ଯେ କୌଣସି ସ୍ଥାନରେ ହଷ୍ଟେଲ ବ୍ୟବସ୍ଥା ଅଛି । ସେ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବୁ । ବର୍ତ୍ତମାନ ସମୟରେ ସେ ବିଷୟରେ ନିଷ୍ପତ୍ତି ନିଆଯାଇନାହିଁ । କେଉଁଠି ଯଦି ଜିଲ୍ଲାପାଳମାନେ ଅନୁଭବ କରିବେ କୋରୋନାର ଭୟାବହତା ରହିଛି । ସେଠାରେ ସେମାନେ ସ୍କୁଲ ବନ୍ଦ କରି ପରବର୍ତ୍ତୀ ଅବସ୍ଥାରେ ଖୋଲିବା ନିଷ୍ପତ୍ତି ନେଇ ପାରିବେ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.