ETV Bharat / city

ଅସହାୟ ରାଜ୍ୟ, ବ୍ଲାକମେଲ କରୁଛି କେନ୍ଦ୍ର: ଯୋଗାଣ ମନ୍ତ୍ରୀ - ଦରଦାମ ବୃଦ୍ଧିର ଓଡ଼ିଶାରେ ପ୍ରଭାବ

ପେଟ୍ରୋଲ, ଡିଜେଲ ଦର ବଢ଼ି ଚାଲିଥିବାରୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ହେଉଛି । କୋଭିଡ ସଂକ୍ରମଣ ଆଳରେ କେନ୍ଦ୍ର ସେସ୍‌ ବୃଦ୍ଧି କରୁଥିବାରୁ ଦରଦାମ ବୃଦ୍ଧି ହେଉଛି । ଅଧିକ ପଢ଼ନ୍ତୁ...

ଅସହାୟ ରାଜ୍ୟ, ବ୍ଲାକମେଲ କରୁଛି କେନ୍ଦ୍ର: ଯୋଗଣ ମନ୍ତ୍ରୀ

author img

By

Published : Oct 6, 2021, 3:41 PM IST

ଭୁବନେଶ୍ବର: ଦରଦାମ ହୁ ହୁ ହୋଇ ବଢ଼ିବାରେ ଲାଗୁଛି । ଆକାଶ ଛୁଆଁ ହେଲାଣି ବିଭିନ୍ନ ସାମଗ୍ରୀ ଦର । ପେଟ୍ରୋଲ, ଡିଜେଲ ଦର ବଢ଼ି ଚାଲିଥିବାରୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ହେଉଛି । କୋଭିଡ ସଂକ୍ରମଣ ଆଳରେ କେନ୍ଦ୍ର ସେସ୍‌ ବୃଦ୍ଧି କରୁଥିବାରୁ ଦରଦାମ ବୃଦ୍ଧି ହେଉଛି । କେନ୍ଦ୍ର ହାତରେ ଲଗାମ ଥିବାରୁ ଖାଉଟି ପ୍ରଭାବିତ ହେଉଛନ୍ତି । ରାଜ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ‘ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଆହୁରି ଦରଦାମ ବୃଦ୍ଧି ହେବ । କେନ୍ଦ୍ର ସରକାର କୋଭିଡ ଆଳରେ ସେସ୍‌ ଲାଗୁ କରିଛନ୍ତି । ରାଜ୍ୟକୁ କିଛି ଅର୍ଥ ଆସୁନି । ଦରଦାମ ବୃଦ୍ଧିର ଲଗାମ କେନ୍ଦ୍ର ସରକାରଙ୍କ ହାତରେ ଅଛି । କିନ୍ତୁ କେନ୍ଦ୍ର ସରକାର ବ୍ଲାକମେଲ କରୁଛନ୍ତି । ଏଭଳି ଅବସ୍ଥା ଲାଗି ରହିଲେ ଆଗକୁ ସ୍ଥିତି ଆହୁରି ଖରାପ ହେବ । ଏଭଳି ସ୍ଥିତିରେ ରାଜ୍ୟ ଅସହାୟ ହୋଇ ପଡ଼ିଛି ।’

ଦରଦାମ ବୃଦ୍ଧି ହେବା ଯୋଗୁଁ ଚାଷ ସମେତ ସବୁ କ୍ଷେତ୍ରରେ ଏହାର ପ୍ରଭାବ ପଡୁଛି । ରାଜନୈତିକ ଦୃଷ୍ଟିକୋଣରୁ ଏସବୁ ହେଉଛି ବୋଲି ଅଭିଯୋଗ କରିଛନ୍ତି ମନ୍ତ୍ରୀ । ପଶ୍ଚିମବଙ୍ଗ ନିର୍ବାଚନର 20 ଦିନ ଯାଏଁ ସବୁ ଠିକ ଥିଲା । କିନ୍ତୁ ଭୋଟିଂ ଦିନରୁ ସମସ୍ତ ଜିନିଷ ଉପରେ ଦର ବଢ଼ିବା ଜାରି ରହିଛି । କେନ୍ଦ୍ରକୁ ଟାର୍ଗେଟ କରି ଏହା କହିିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.