ETV Bharat / city

ଟ୍ବିଟରରେ ପ୍ରଶ୍ନ ପଚାରିଲେ ଲୋକେ, ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ

author img

By

Published : Feb 13, 2020, 10:34 PM IST

ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ‘ମୋ ସରକାର’ରେ ଅର୍ନ୍ତଭୁକ୍ତ ହେବା ପରେ ଗୁରୁବାର ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସିଧାସଳଖ ସାମାଜିକ ଗଣମାଧ୍ୟମରେ ଜନସାଧାରଣଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ।

minister ranendra pratap swain
ଫଟୋ ସୌଜନ୍ଯ: ଟ୍ବିଟର@rajaaswain

ଭୁବନେଶ୍ବର: ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ‘ମୋ ସରକାର’ରେ ଅର୍ନ୍ତଭୁକ୍ତ ହେବା ପରେ ଆଜି(ଗୁରୁବାର) ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସିଧାସଳଖ ସାମାଜିକ ଗଣମାଧ୍ୟମରେ ଜନସାଧାରଣଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ।

ଫେସବୁକ ଓ ଟ୍ବିଟର ଜରିଆରେ ମନ୍ତ୍ରୀ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବା ସହ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ବାବଦରେ ସୂଚନା ଦେଇଛନ୍ତି । ସାମାଜିକ ଗଣମାଧ୍ୟମରେ 11 ତାରିଖ ମଧ୍ୟରେ #AskOdishaFoodMinister ହାସଟ୍ୟାଗ୍‌କୁ ବ୍ୟବହାର କରି ଆସିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ମନ୍ତ୍ରୀ ।

#AskOdishaFoodMinister ହାସଟ୍ୟାଗ୍‌କୁ ବ୍ୟବହାର କରି ଆସିଥିବା ସାମୂହିକ ପ୍ରଶ୍ନର ଉତ୍ତର ମନ୍ତ୍ରୀ ଗୁରୁବାର ଅପରାହ୍ନ 4ଟାରୁ 5 ଟା ମଧ୍ୟରେ ଦେଇଥିବାବେଳେ ବ୍ୟକ୍ତିଗତ ପ୍ରଶ୍ନର ଉତ୍ତର ସାମାଜିକ ଗଣମାଧ୍ୟମରେ ଦେଇଛନ୍ତି । ତେବେ ଏହି ସବୁ ପ୍ରଶ୍ନଗୁଡିକ ଭିତରେ ପ୍ରାୟତଃ ଧାନ ସଂଗ୍ରହ ମୁଖ୍ୟ ପ୍ରଶ୍ନ ଥିବାରୁ ମନ୍ତ୍ରୀ ଏହାର ଉତ୍ତର ଦେବା ସହ ବିଭିନ୍ନ ସମସ୍ୟାର ସମାଧାନ ଖୁବଶୀଘ୍ର କରାଯିବ ବୋଲି କହିଛନ୍ତି । ସେହିପରି ଚାଷୀଙ୍କୁ ମାର୍ଚ୍ଚ 31 ତାରିଖ ସୁଦ୍ଧା ଟୋକେନ୍‌ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

ସୂଚନାଥାଉକି, ପୂର୍ବରୁ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏପରି ଏକ ଅଭିନବ ପ୍ରୟାସ କରି ଲୋକଙ୍କ ସହ ସୋସିଆଲ ମିଡିଆରେ ଯୋଡି ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.