ETV Bharat / city

ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ତୁରନ୍ତ ପୂରଣ କର ଖାଲିଥିବା ପଦବୀ - ପୂରଣ କର ବ୍ଲକ୍ ଓ ପଞ୍ଚାୟତସ୍ତରରେ ଖାଲିଥିବା ପଦବୀ

ପ୍ରାଣୀ ସମ୍ପଦ ଗ୍ରାମାଞ୍ଚଳର ଆର୍ଥିକ ବିକାଶ ଓ କୃଷକମାନଙ୍କର ଆୟବୃଦ୍ଧିର ଏକ ପ୍ରମୁଖ ବାହକ । ତେଣୁ ବିଭାଗୀୟ ଯୋଜନା ଗୁଡ଼ିକର ସଫଳ ରୂପାୟନ କରି ଚାଷୀମାନଙ୍କୁ ଏହାର ସୁଫଳ ସିଧାସଳଖ ପହଞ୍ଚାଇବାର ଆବଶ୍ୟକତା ରହିଛି । ଅଧିକ ପଢ଼ନ୍ତୁ

ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ତୁରନ୍ତ ପୂରଣ କର ବ୍ଲକ୍ ଓ ପଞ୍ଚାୟତସ୍ତରରେ ଖାଲିଥିବା ପଦବୀ

author img

By

Published : Jun 10, 2022, 12:43 PM IST

ଭୁବନେଶ୍ବର: ପ୍ରାଣୀ ସମ୍ପଦ ଗ୍ରାମାଞ୍ଚଳର ଆର୍ଥିକ ବିକାଶ ଓ କୃଷକମାନଙ୍କର ଆୟବୃଦ୍ଧିର ଏକ ପ୍ରମୁଖ ବାହକ । ତେଣୁ ବିଭାଗୀୟ ଯୋଜନା ଗୁଡ଼ିକର ସଫଳ ରୂପାୟନ କରି ଚାଷୀମାନଙ୍କୁ ଏହାର ସୁଫଳ ସିଧାସଳଖ ପହଞ୍ଚାଇବାର ଆବଶ୍ୟକତା ରହିଛି । ଏହା ଉପରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି ।

କୃଷି ଭବନରେ ଆୟୋଜିତ ଏକ ବୈଠକରେ ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଘର ଅଗଣାରେ କୁକୁଡ଼ା ପାଳନ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ଦ୍ଵାରା ଗ୍ରାମାଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କର ଜୀବିକା ନିର୍ବାହରେ ସହାୟକ ହୋଇପାରିବ । ଅଣକାର୍ଯ୍ୟକ୍ଷମ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗୀୟ ଫାର୍ମ ଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଏବଂ ମତ୍ସ୍ୟ ଅବତରଣ କେନ୍ଦ୍ର ଗୁଡ଼ିକର ବିକାଶ ଓ ସଂଖ୍ୟା ବୃଦ୍ଧି ଉପରେ ମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି ।

ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଚାଷୀମାନଙ୍କ ସଚେତନତା ବୃଦ୍ଧି ନିମନ୍ତେ ବିଭାଗୀୟ ସୂଚନା, ଶିକ୍ଷା, ପ୍ରସାରଣ କାର୍ଯ୍ୟକ୍ରମ ଅଧିକ ପ୍ରଭାବୀ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଯୋଜନା ଗୁଡ଼ିକର ଦ୍ରୁତ କାର୍ଯ୍ୟାନ୍ଵୟନ ଓ ସ୍ଵଚ୍ଛତା ନିମନ୍ତେ ନୂତନ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କର ।

ବ୍ଲକ୍ ଓ ପଞ୍ଚାୟତସ୍ତରରେ ଖାଲିଥିବା ବିଭାଗୀୟ ପଦବୀ ଗୁଡ଼ିକର ପୂରଣ ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଆର୍. ରଘୁପ୍ରସାଦ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.