ETV Bharat / city

ପାରାଦୀପ ଗସ୍ତରେ କେନ୍ଦ୍ରମନ୍ତ୍ରୀ Shantanu Thakur

author img

By

Published : Nov 26, 2021, 10:35 PM IST

ଦୁଇଦିନିଆ ପାରାଦୀପ ଗସ୍ତରେ ଆସିଛନ୍ତି କେନ୍ଦ୍ର ବନ୍ଦର ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟ ମନ୍ତ୍ରୀ ଶାନ୍ତନୁ ଠାକୁର । ପ୍ରଥମ ଥର ପାଇଁ ଦୁଇଦିନିଆ ପାରାଦୀପ ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ l

Union Minister Shantanu Thakur
Union Minister Shantanu Thakur

ପାରାଦୀପ: ଦୁଇଦିନିଆ ପାରାଦୀପ ଗସ୍ତରେ ଆସିଛନ୍ତି କେନ୍ଦ୍ର ବନ୍ଦର ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟ ମନ୍ତ୍ରୀ ଶାନ୍ତନୁ ଠାକୁର (Minister of State of Ports, Shipping & Waterways Shantanu Thakur) । ପ୍ରଥମ ଥର ପାଇଁ ପାରାଦୀପ ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀଙ୍କ ଏହି ଦୁଇଦିନିଆ ଗସ୍ତ କାର୍ଯ୍ୟକ୍ରମରେ ସର୍ବପ୍ରଥମେ ପାରାଦୀପ ବନ୍ଦର ତରଫରୁ ଯବାହାର ଗେଷ୍ଟ ହାଉସରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ବନ୍ଦର ଅଧ୍ୟକ୍ଷ ପିଏଲ ହରାନାଦ l ଏହାପରେ ସିଆଇଏସଏଫ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା ।

Union Minister Shantanu Thakur ପାରାଦୀପ ଗସ୍ତରେ

ପରେ କେନ୍ଦ୍ରମନ୍ତ୍ରୀ ପାରାଦୀପ ବନ୍ଦର (Paradip Port) ପରିଦର୍ଶନ କରି ବନ୍ଦର ନିଷିଦ୍ଧାଞ୍ଚଳ (Restricted area ) ରେ ବିଭିନ୍ନ ବିଭାଗର କାର୍ଯ୍ୟସ୍ଥଳୀ ବୁଲି ଦେଖିବା ସହିତ ଅପରାହ୍ନରେ ଅଫିସର୍ସ କ୍ଲବରେ ପ୍ରେସମିଟ କରିଥିଲେ। ଆସନ୍ତାକାଲି ପାରାଦୀପ ବନ୍ଦରର ବିଭିନ୍ନ କାର୍ଯ୍ୟକାରିତା ବିଷୟରେ ସମୀକ୍ଷା କରିବା ସହିତ ସ୍ଥାନୀୟ ଜନ ପ୍ରତିନିଧି , ବନ୍ଦର ଅଞ୍ଚଳରେ ଥିବା ବିଭାଗ ଶ୍ରମିକ ସଂଗଠନ ଏବଂ ଆସୋସିଏସନକୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ନେଇ ପାରାଦୀପ ବନ୍ଦର ତରଫରୁ ସୂଚନା ମିଳିଛି l ଭାରତ ବର୍ଷରେ ରହିଥିବା ବୃହତ ବନ୍ଦର ମାନଙ୍କ ମଧ୍ୟରେ ପାରାଦୀପ ବନ୍ଦର ଦ୍ଵିତୀୟ ସର୍ବବୃହତ ବନ୍ଦରର ମାନ୍ୟତା ଲାଭ କରିଛି l

ଆଗାମୀ ଦିନରେ ପାରାଦୀପ ବନ୍ଦରର ଉନ୍ନତିକରଣ (Paradip Port Devlopment) ଦିଗରେ ଅନେକ ବହୁମୁଖୀ ପଦକ୍ଷେପ ନିଆଯିବା ସହିତ ନୂତନ ପ୍ରକଳ୍ପ ମାନ ସ୍ଥାପନ କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି l ନୂତନ ପ୍ରକଳ୍ପ ମାନଙ୍କ ମଧ୍ୟରେ ୱେଷ୍ଟାର୍ଣ୍ଣ ଡକ୍ ପ୍ରୋଜେକ୍ଟ ମାଧ୍ୟମରେ ତିନି ହଜାର କୋଟି ପୁଞ୍ଜି ନିବେଶ ସହିତ ଆଗାମୀ ତିନିବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ ହେବା ନେଇ କେନ୍ଦ୍ର ବନ୍ଦର ଅଧ୍ୟକ୍ଷ କହିଛନ୍ତି । ଏହା ସହିତ ଆଗାମୀ ଦିନରେ ପାରାଦୀପ ବନ୍ଦର ନିକଟବର୍ତ୍ତୀ ଅଞ୍ଚଳ ମାନଙ୍କରେ ବିଭିନ୍ନ ନୂତନ ପ୍ରକଳ୍ପ ସ୍ଥାପନ ସହିତ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରାଯିବା ନେଇ ସୂଚନା ଦେବା ସହିତ ନୂତନ କରି ଏଲପିଜି ପରିବହନ କ୍ଷେତ୍ରରେ ପାରାଦୀପ ବନ୍ଦର ସମ୍ପୂର୍ଣ ଭାବରେ ସକ୍ଷମ ହେବା ଏବଂ କାରଗୋ ପରିବହନ ସହିତ ବିଭିନ୍ନ ବିଭାଗରେ ପାରାଦୀପ ବନ୍ଦର ଅଗ୍ରଣୀ କରିବା ନେଇ ବନ୍ଦର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି ।

ଏହାବାଦ ଆଗାମୀ ଦିନରେ ପାରାଦୀପ ବନ୍ଦରକୁ ସମ୍ପୂର୍ଣ ସ୍ଵଛ ଓ ସବୁଜ ବନ୍ଦର ଭାବରେ ପରିଗଣିତ ହେବା ସହିତ ଏକ ଲକ୍ଷ ଚାରା ରୋପଣ କରାଯାଇ ବନ୍ଦର କୁ ସବୁଜ ବନ୍ଦର ଭାବରେ ପରିଗଣିତ ହେବା ନେଇ ବନ୍ଦର ଅଧ୍ୟକ୍ଷ ପ୍ରେସମିଟରେ ସୂଚନା ଦେଇଛନ୍ତି l

ଜଗତସିଂପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.