ETV Bharat / city

ବାହାରିନ ଗସ୍ତରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ; ପ୍ରବାସୀ ଓଡିଆ ଶ୍ରମିକଙ୍କ କଲ୍ୟାଣ ଦାବି

author img

By

Published : Sep 2, 2021, 9:01 PM IST

ବାହାରିନ ଗସ୍ତରେ ଯାଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୂରଲୀଧରନ । ମନ୍ତ୍ରୀଙ୍କୁ ଭେଟିଲେ ପ୍ରବାସୀ ଓଡିଆ ସମାଜ । ବିଭିନ୍ନ ଦାବି ନେଇ ମନ୍ତ୍ରୀଙ୍କୁ କଲେ ଅବଗତ । ଅଧିକ ପଢନ୍ତୁ...

ବାହାରିନ ଗସ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରୀ; ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ଦାବି କଲା ବାହାରିନ ଓଡ଼ିଆ ସମାଜ

ଭୁବନେଶ୍ବର: ବାହାରିନ ଗସ୍ତରେ ଯାଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଭି. ମୂରଲୀଧରନ (V. Muraleedharan) । ସେଠାରେ ମୂରଲୀଧରନଙ୍କୁ ଭେଟିଛନ୍ତି ବାହାରିନ ଓଡ଼ିଆ ପ୍ରତିଷ୍ଠାତା ଡ଼ ଅରୁଣ ପ୍ରହରାଜ । ବାହାରିନରେ ବସବାସ କରୁଥିବା ପ୍ରବାସୀ ଶ୍ରମିକ ଓ ଅଧିକାରୀଙ୍କ ସାମାଜିକ, ବୃତ୍ତିଗତ ଓ ସ୍ବାସ୍ଥ୍ୟଗତ ସୁରକ୍ଷା ଦିଗରେ ଦ୍ବିରାଷ୍ଟ୍ରୀୟ ପଦକ୍ଷେପ ନେବାପାଇଁ ଅନୁରୋଧ କରିଛନ୍ତି ଅରୁଣ । ଏହି ଆଲୋଚନାରେ ବାହାରିନରେ ଅବସ୍ଥାପିତ ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବାସ୍ତବ, ଯୁଗ୍ମ ସଚିବ ବିପୁଲ ଜୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଡ. ଅରୁଣ ପ୍ରହରାଜ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଓଡ଼ିଆ ସମାଜର ସାଙ୍ଗଠନିକ ଭିତ୍ତିଭୂମି ଓ ଭୂମିକା ସମ୍ପର୍କରେ ଅବଗତ କରାଇଛନ୍ତି । ଏହାସହ ଓଡ଼ିଆ ସମାଜ ପ୍ରତି ଦୃଷ୍ଟି ଆକର୍ଷଣ କରାଇଛନ୍ତି ଅରୁଣ । ଗତ ୨୪ ବର୍ଷ ତଳେ ୧୯୯୭ ମସିହାରେ ୬ଟି ପରିବାରକୁ ନେଇ ବାହାରିନ ଓଡ଼ିଆ ସମାଜ ଗଠନ କରାଯାଇଥିଲା ।

ଆଜିର ଦିନରେ ୧୭୮ଟି ପରିବାର ଓ ୨୦୦୦ରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ନେଇ ସମୃଦ୍ଧ ଏଇ ଓଡ଼ିଆ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି । ବିଭିନ୍ନ ଭାରତୀୟ ସମାଜ ମଧ୍ୟରେ ଓଡ଼ିଆ ସମାଜ ତାର ନିଜସ୍ବ ପରିଚୟ ପ୍ରତିଷ୍ଠା କରି ପାରିଛି ବୋଲି ଡ. ପ୍ରହରାଜ କହିଛନ୍ତି ।

ଏଥିସହିତ ଡ. ପ୍ରହରାଜ ପ୍ରବାସୀ ଶ୍ରମିକଙ୍କ Employment Contract ଦୂତାବାସ ସହିତ ପଞ୍ଜୀକରଣ ବାଧ୍ୟତାମୂଳକ କରିବା, ଦୂତାବାସ ମାଧ୍ୟମରେ ଜଣେ ସ୍ବାସ୍ଥ୍ୟ ପରାମର୍ଶଦାତା ବା ସ୍ବାସ୍ଥ୍ୟ ସଚିବ ନିଯୁକ୍ତି, ପ୍ରବାସୀ ଶ୍ରମିକଙ୍କ ଭିତ୍ତି ବିବରଣୀ ପ୍ରସ୍ତୁତ କରିବା ଆଦି ପ୍ରସ୍ତାବ ଉପରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କୁ ଡ. ପ୍ରହରାଜ ଓଡ଼ିଆ ତାରକସି ଶୈଳୀରେ ପ୍ରସ୍ତୁତ କୋଣାର୍କ ଚକ୍ରର ରୁପା ପ୍ରତିକୃତି ପ୍ରଦାନ କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.