ETV Bharat / city

ରାଜ୍ୟରେ ଟୀକା ଅଭାବ, ଯୋଗାଇ ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ - ରାଜ୍ୟରେ ଟୀକାର ଅଭାବ

କୋଭିଡ଼ର ସଫଳ ମୁକାବିଲା ପାଇଁ ଟୀକାକରଣ ଉପରେ ସର୍ବଦା ଗୁରୁତ୍ବ ଦିଆଯାଇଛି । ଅଧିକ ସଂକ୍ରମଣ ସମ୍ଭାବନା ଥିବା ବ୍ୟକ୍ତିବିଶେଷ ପାଇଁ ଏହା ଜରୁରୀ ଅଟେ । ରାଜ୍ୟରେ ଏବେ ଟୀକାର ଅଭାବ ଥିବାରୁ ଟୀକା ଯୋଗାଇ ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ସ୍ବାସ୍ଥ୍ଯମନ୍ତ୍ରୀ ନବ ଦାସ । ଅଧିକ ପଢନ୍ତୁ...

ଟୀକା ଯୋଗାଇ ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ

author img

By

Published : Apr 7, 2021, 10:41 PM IST

ଭୁବନେଶ୍ବର: କୋଭିଡ଼ର ସଫଳ ମୁକାବିଲା ପାଇଁ ଟୀକାକରଣ ଉପରେ ସର୍ବଦା ଗୁରୁତ୍ବ ଦିଆଯାଇଛି । ଅଧିକ ସଂକ୍ରମଣ ସମ୍ଭାବନା ଥିବା ବ୍ୟକ୍ତିବିଶେଷ ପାଇଁ ଏହା ଜଗୁରୀ ଅଟେ । ରାଜ୍ୟରେ ଟୀକା ଅଭାବ ହେତୁ ଆଗାମୀ ଦିନରେ ଟୀକାକରଣ ଅସୁବିଧାର ସମ୍ମୁଖିନ ହୋଇପାରେ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭଗାକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।

ରାଜ୍ୟରେ ଦୈନିକ ୨.୫ ଲକ୍ଷ ଲୋକଙ୍କୁ ଟୀକା ଦିଆଯାଇଛି । ଟୀକାର ଅଭାବ ଯୋଗୁଁ ଏବେ ରାଜ୍ୟର 700 ଟୀକାକରଣ କେନ୍ଦ୍ରକୁ ବନ୍ଦ କରିବାକୁ ପଡ଼ିଛି । ମୋଟ ୧୪୦୦ ଟୀକାକରଣ କେନ୍ଦ୍ର ମଧ୍ୟରୁ ବର୍ତ୍ତ ମାନ ୭୫୫ ଟି କେନ୍ଦ୍ର ଚାଲୁ ରହିଛି । ତେଣୁ ରାଜ୍ୟକୁ ବ୍ୟାପକ ଟୀକା ଯୋଗାଇ ଦେବାକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା଼ ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିବା ସହ ଅନୁରୋଧ କରିଛନ୍ତି ।

ଟୀକା ଯୋଗାଇ ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ
ଟୀକା ଯୋଗାଇ ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ

ଆଜି ଦିନ ୧୦ଟା ସୁଦ୍ଧା ରାଜ୍ୟରେ ୫.୩୪ ଲକ୍ଷ କୋଭିସିଲଡ଼ ଟୀକା ଗଛିତ ଅଛି । ଏଥିରେ ଆଗାମୀ ମାତ୍ର ୨ ଦିନ ପର୍ଯ୍ୟନ୍ତ ଟୀକାକରଣ ସମ୍ଭବ ହୋଇ ପାରିବ । ଆସନ୍ତା ଏପ୍ରିଲ ୯ ତାରିଖରୁ ରାଜ୍ୟରେ କୋଭିସିଲଡ଼ ଟୀକାର ଅଭାବ ଅନୁଭୂତ ହେବ । ଏହା ଦ୍ବାରା ଟୀକାକରଣ କାର୍ଯ୍ୟ ସଂପୂର୍ଣ୍ଣ ରୂପେ ବ୍ୟାହତ ହେବା ସହ ଟୀକାର ଦ୍ବିତୀୟ ଡୋଜ ନେବାକୁ ଟୀକାଦାନରେ ବିଳମ୍ବ ହେବ ।

ପୂର୍ବରୁ ଏସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିକଟରେ ଏହି ଘଟଣା ବାରମ୍ବାର ଉପସ୍ଥାପନ କରିଛନ୍ତି । ଆଗାମି ୧୦ ଦିନ ପାଇଁ ଅତି ଆବଶ୍ୟକ ୨୫ ଲକ୍ଷ କୋଭିସଲଡ଼ ଟୀକା ରାଜ୍ୟକୁ ପଠାଇବାକୁ ମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.