ETV Bharat / city

nandanakana Tourist Attack Case: ପର୍ଯ୍ୟଟକଙ୍କୁ ଉଚିତ ବ୍ୟବହାର ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ଜଙ୍ଗଲ ଓ ପାରିବେଶ ମନ୍ତ୍ରୀଙ୍କ ତାଗିଦ । ପର୍ଯ୍ୟଟକଙ୍କୁ ଉଚିତ ବ୍ୟବହାର ଦେବା ପାଇଁ ନନ୍ଦନକାନନ ନିର୍ଦ୍ଦେଶକ ଏବଂ ଉପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

Nandanlanan Tourist Attack Case: ପର୍ଯ୍ୟଟକଙ୍କୁ ଉଚିତ ବ୍ୟବହାର ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

author img

By

Published : May 27, 2022, 9:47 PM IST

ଭୁବନେଶ୍ବର: ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଜଙ୍ଗଲ ଓ ପାରିବେଶ ମନ୍ତ୍ରୀଙ୍କ ତାଗିଦ । ପର୍ଯ୍ୟଟକଙ୍କୁ ଉଚିତ ବ୍ୟବହାର ଦେବା ପାଇଁ ନନ୍ଦନକାନନ ନିର୍ଦ୍ଦେଶକ ଏବଂ ଉପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେ କୌଣସି ସ୍ଥାନାରୁ ବା ଯେକୌଣସି ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସନ୍ତି, ତେବେ ସେମାନଙ୍କୁ ଉତ୍ତମ ବ୍ୟବହାର ଦେବା ଆବଶ୍ୟକ ଏବଂ ସେମାନେ ଭ୍ରମଣ କଲା ବେଳେ ନନ୍ଦନକାନନର କର୍ମଚାରୀ ମାନେ ଯେଭଳି ଭାବରେ ଉଚିତ ବ୍ୟବହାର କରିବେ ସେନେଇ ନିର୍ଦ୍ଦେଶ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ।

ପର୍ଯ୍ୟଟକଙ୍କୁ ଉଚିତ ବ୍ୟବହାର ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ସୂଚନା ଅନୁଯାୟୀ, ରବିବାର ଦିନ ଛତିଶଗଡରୁ ୨୬ ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକବୁ ଆସିଥିବା ବେଳେ ସେମାନଙ୍କ ଉପରେ ହୋଇଥିଲା ଆକ୍ରମଣ । ଏହି ଆକ୍ରମରେ ୫ ଜଣ ପର୍ଯ୍ୟଟକ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ସଫାରୀ ବସରେ ଯିବାପାଇଁ ପାଖାପାଖି ୩ ଘଣ୍ଟା କାଳ ଅପେକ୍ଷା କରିଥିଲେ ମଧ୍ୟ ସଫାରୀରେ ବୁଲିବାର ସୁଯୋଗ ପାଇନଥିଲେ । ଏହାକୁ ନେଇ ସଫାରୀ କାଉଣ୍ଟରରେ ଥିବା କର୍ମଚାରୀ ଏବଂ ପଯ୍ୟଟକଙ୍କ ମଧ୍ୟରେ ବଚସା ହୋଇଥିଲା । ଉଭୟଙ୍କ ମଧ୍ୟରେ ହାତାହାତି ହୋଇ ସଫାରୀ ଗାଡି କର୍ମଚାରୀ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ । ସଫାରୀ କାଉଣ୍ଟର ବାହାରେ ଲାଗିଥିବା ଷ୍ଟିଲ ରଡ ସାହାଯ୍ୟରେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଏହି ଘଟଣାରେ ନନ୍ଦନକାନନ ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.