ETV Bharat / city

ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କଲେ ଦକ୍ଷତା ବିକାଶ ମନ୍ତ୍ରୀ - ଦକ୍ଷତା ବିକାଶ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ବିଭାଗୀୟ ଯୋଜନା ଓ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କଲେ ଦକ୍ଷତା ବିକାଶ ମନ୍ତ୍ରୀ
ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କଲେ ଦକ୍ଷତା ବିକାଶ ମନ୍ତ୍ରୀ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କଲେ ଦକ୍ଷତା ବିକାଶ ମନ୍ତ୍ରୀ
author img

By

Published : Jul 20, 2021, 9:44 PM IST

ଭୁବନେଶ୍ବର: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଆଜି ବିଭାଗୀୟ ଯୋଜନା ଓ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । କୋରୋନା କାଳରେ ବୈଷୟିକ ଶିକ୍ଷା ଓ ତାଲିମ କାର୍ଯ୍ୟକ୍ରମ ବ୍ୟାହତ ହୋଇଥିବାବେଳେ ଏହାକୁ କିଭଳି ପୁଣିଥରେ କାର୍ଯ୍ୟକ୍ଷମ କରାଯାଇପାରିବ, ସେ ସଂପର୍କରେ ମନ୍ତ୍ରୀ ଗୁରୁତ୍ବ ଦେଇଥିବା ସୂଚନା ରହିଛି ।

ମନ୍ତ୍ରୀ କହିଛନ୍ତି ଯେ, ଦକ୍ଷତା ହିଁ ବିକାଶର ମାପକାଠି । ଦକ୍ଷ ଓ କୁଶଳୀ ମାନବ ସମ୍ବଳ ହିଁ ପ୍ରଗତିର ଭାଗୀଦାର ଓ ହକଦାର । ଅର୍ଥନୀତିର ବିକାଶ କ୍ଷେତ୍ରରେ ଦକ୍ଷ ଓ କୁଶଳୀ ଶ୍ରମଶକ୍ତିର ଯୋଗଦାନ ରହିଛି । ଆଜିର ଯୁବକମାନଙ୍କୁ ଦକ୍ଷ ଓ କୁଶଳୀ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବା ଉଚିତ । ଏହା ଦ୍ବାରା ଏକ ବିକଶିତ ସମାଜ ଗଠନ ସମ୍ଭବ ହୋଇପାରିବ। ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ରେଘୁ ଜି, ବିଭାଗୀୟ ଯୁଗ୍ମ ସଚିବ ଅଜୟ କୁମାର ନାୟକ ଓ ଗୌରହରି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନା ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.