ETV Bharat / city

ମୁହଁ ଖୋଲିଲେ କ୍ୟାପଟେନ; ପ୍ରମାଣ ଦିଅନ୍ତୁ, ସନ୍ୟାସ ନେବି !

author img

By

Published : Oct 29, 2021, 8:51 PM IST

Updated : Oct 29, 2021, 8:59 PM IST

ଦୀର୍ଘଦିନର ନୀରବତା ଓ ଅନେକ ବାଦ ବିବାଦ ପରେ ଶେଷରେ ମୁହଁ ଖୋଲିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ନିଜକୁ ନିର୍ଦୋଷ ବୋଲି କହିଛନ୍ତି କ୍ୟାପଟେନ । ତାଙ୍କ ବିରୋଧରେ ଅପପ୍ରଚାର ହେଉଥିବା ସେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

Captain Ds Mishra
Captain Ds Mishra

ଭୁବନେଶ୍ବର: ଦୀର୍ଘଦିନର ନୀରବତା ଓ ଅନେକ ବାଦ ବିବାଦ ପରେ ଶେଷରେ ମୁହଁ ଖୋଲିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ରାଣ ଖାଇ ନିଜକୁ ନିର୍ଦୋଷ ବୋଲି କହିଛନ୍ତି କ୍ୟାପଟେନ । ତାଙ୍କ ବିରୋଧରେ ଅପପ୍ରଚାର ହେଉଥିବା ସେ ଅଭିଯୋଗ କରିଛନ୍ତି । ଏହା ସହ ତାଙ୍କ ଇମେଜ ନଷ୍ଟ କରୁଥିବା ଏବଂ ଚରିତ୍ର ସଂହାର ଅଭିଯୋଗ କରି ନିର୍ଦ୍ଦିଷ୍ଟ 2ଟି ଟେଲିଭିଜନ ସଂସ୍ଥା ଓ ଗୋଟିଏ ୱେବ ପୋର୍ଟାଲ ବିରୋଧରେ ମାନହାନି ମକଦ୍ଦମା କରିଥିବା କଥା କହିଛନ୍ତି କ୍ୟାପଟେନ ।

Captain Ds Mishra
ମୁହଁ ଖୋଲିଲେ ଗୃହରାଷ୍ଟ୍ର ମନ୍ତ୍ରୀ

ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ତାଙ୍କ ପ୍ରେସ ବାର୍ତ୍ତାରେ କହିଛନ୍ତି ଯେ, ମମିତା ମେହେରଙ୍କ ମୃତ୍ୟୁ ଦୁର୍ଭାଗ୍ୟଜନକ । ତାଙ୍କ ମୃତ୍ୟୁ ପାଇଁ ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ । ମୁଁ ଜଣେ ବାପା ଓ ମମିତାଙ୍କ ପରିବାର କିଭଳି ଦୁଃଖ ଓ ଯନ୍ତ୍ରଣାରେ ଅଛନ୍ତି ତାହା ମୁଁ ବୁଝିପାରୁଛି । ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି । ଆଇନ ଅନୁଯାୟୀ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ । ରାଜନୀତିରେ ଯୋଗଦେବା ପୂର୍ବରୁ ମୁଁ ଏହି ଦେଶର ସଶସ୍ତ୍ର ବାହିନୀରେ କାର୍ଯ୍ୟ କରିଥିଲି । ମୁଁ ବାୟୁସେନାରେ ଥିଲି । ବାୟୁସେନାରେ ଗୋଟିଏ କଥା ଶିଖିଛି । ନିଜକୁ ପଛେ ବଳି ଦେଇଦେବ ହେଲେ ଜଣେ ସାଧାରଣ ନାଗରିକକୁ ଆହତ ହେବାକୁ ଦେବନାହିଁ । ଯେତେବେଳେ ମୁଁ ରାଜନୀତିରେ ଯୋଗ ଦେଲି, ମୁଁ ମୋର ବାୟୁସେନା ଦିନର ଆଦର୍ଶକୁ ମୋ ସହିତ ଆଣିଥିଲି । ମୁଁ ପଛେ କ୍ଷତିଗ୍ରସ୍ତ ହେବି । କିନ୍ତୁ ଜଣେ ହେଲେ ବ୍ୟକ୍ତିଙ୍କୁ ଦୁଃଖ ଭୋଗ କରିବାକୁ ଦେବି ନାହିଁ ।

Captain Ds Mishra
ମୁହଁ ଖୋଲିଲେ ଗୃହରାଷ୍ଟ୍ର ମନ୍ତ୍ରୀ

ସେହିପରି କ୍ୟାପଟେନ କହିଛନ୍ତି ମୁଁ ସାଧାରଣ ଜୀବନରେ ପ୍ରବେଶ କରିବା ଦିନଠାରୁ ମୋ ନିର୍ବାଚନ ମଣ୍ଡଳୀ ଜୁନାଗଡ ଓ କଳାହାଣ୍ଡିର ବିକାଶ ଉପରେ ଧ୍ୟାନ ଦେଇଛି । ମୁଁ ବ୍ୟଥିତ ହୋଇଗଲି ଯେତେବେଳେ ମିଥ୍ୟା ଆଧାରରେ କିଛି ଗଣମାଧ୍ୟମ ମୋତେ ବଦନାମ କରିବା ସହିତ ମିଥ୍ୟା ଆଧାରର ମୋର ଚରିତ୍ର ସଂହାର ଅଭିଯାନ ଆରମ୍ଭ କଲେ । ଏହା ମୋ ପରିବାରକୁ ମଧ୍ୟ ଆଘାତ ଦେଇଛି । ତେଣୁ ମୋ ପରିବାର ତିନିଟି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥା ବିରୋଧରେ କୋର୍ଟରେ ମାମଲା ଦାୟର କରିଛି । ସେହି 2 ଟି ଗଣମାଧ୍ୟମ ଓ ତାହାଙ୍କର ୱେବ ପୋର୍ଟାଲ ସେମାନଙ୍କ ସଂକୀର୍ଣ୍ଣ ବ୍ୟକ୍ତିଗତ ରାଜନୈତିକ ଫାଇଦା ପାଇଁ ମିଥ୍ୟା ମନଗଢା ଓ ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି । ମୋର ଚରିତ୍ର ସଂହାର ଓ ମାନସିକ ନିର୍ଯ୍ୟାତନା ଦେଇଥିବା ହେତୁ ଉପଯୁକ୍ତ କୋର୍ଟରେ ମାନହାନି ମୋକଦ୍ଦମା ଦାୟର କରିଛି । ଏହି ଗଣମାଧ୍ୟମ ସେମାନଙ୍କର ମୋ ପ୍ରତି ସେମାନଙ୍କର ବଦନାମ ଅଭିଯାନ ଚଳାଇବା ବ୍ୟତୀତ ମୋର ନିରବତାକୁ ପ୍ରଶ୍ନ କରୁଛନ୍ତି । ମୁଁ ସର୍ବଦା ବିଶ୍ଵାସ କରେ ଯେ ସମ୍ବେଦନଶୀଳ ଜଘନ୍ୟ ଅପରାଧରେ ଆଇନ କାର୍ଯ୍ୟକାରୀ କରୁଥିବା ସଂସ୍ଥାଗୁଡିକ ଏକ ମୁକ୍ତ ଏବଂ ନିରପେକ୍ଷ ଢଙ୍ଗରେ କାର୍ଯ୍ୟ କରିବା ଉଚିତ । ଯାହାଦ୍ଵାରା ଆଇନ ଅନୁଯାୟୀ ଅଭିଯୁକ୍ତର ବିଚାର ହୋଇପାରିବ । ତେଣୁ ମୁଁ ସବୁବେଳେ ଏଭଳି ଜଘନ୍ୟ ଅପରାଧରେ ମନ୍ତବ୍ୟ ଦେବା ଠାରୁ ଦୂରେଇ ରହିଥିଲି । କିନ୍ତୁ ଗଣମାଧ୍ୟମର ଏଭଳି ଅଭିଯାନ ମୋ ପରିବାରକୁ ପ୍ରଭାବିତ କରୁଥିବାରୁ ମୁଁ ଏହି ମନ୍ତବ୍ୟ ଦେବାର ଆବଶ୍ୟକତା ଅନୁଭବ କଲି । କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏବଂ କିଛି ବିରୋଧୀ ରାଜନୈତିକ ଦଳ ଦ୍ବାରା ଚଳାଯାଉଥିବା ଏହି ବଦନାମ ଅଭିଯାନ ଓଡିଶାରେ ଏକ ଖରାପ ରାଜନୈତିକ ପରମ୍ପରା ସୃଷ୍ଟି କରିଛି ବୋଲି କ୍ୟାପଟେନ ମିଶ୍ର କହିଛନ୍ତି ।

କ୍ୟାପଟେନ ମିଶ୍ର ଆହୁରି କହିଛନ୍ତି ବିଶେଷକରି ଗଣମାଧ୍ୟମର କିଛି ନିର୍ଦ୍ଦିଷ୍ଟ ଗୋଷ୍ଠି ଏଭଳି ଜଘନ୍ୟ ଅପରାଧରେ ସଂକୀର୍ଣ୍ଣ ରାଜନୈତିକ ଲାଭ ପାଇଁ ସତ୍ୟ, ସହାନୁଭୂତି ଓ ସମ୍ବେଦନଶୀଳତାର ମୂଲ୍ୟକୁ ଜଳାଞ୍ଜଳି ଦେଇଛନ୍ତି । ମୁଁ ଜଣେ ବିଧାୟକ ଓ ବାୟୁସେନା ଅଧିକାରୀ ଭାବରେ ଅନେକ ଶିକ୍ଷାନୁଷ୍ଠାନ ଗୁଡିକର କାର୍ଯ୍ୟକ୍ରମରେ ଯୋଗ ଦିଏ । ଜନପ୍ରତିନିଧୀମାନେ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି । ମୁଁ ଯଦି ଏପରି କୌଣସି ଶିକ୍ଷାନୁଷ୍ଠାନର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇଥାଏ । ଯଦି ସେଠାରେ ପରବର୍ତ୍ତୀ ସମୟରେ କୌଣସି ଅପରାଧ ଘଟେ, ସେଥିପାଇଁ ମୋତେ ଦାୟୀ କରାଯାଇପାରିବ ନାହିଁ ।

ମୁଁ ବିରୋଧୀ ରାଜନୈତିକ ଦଳ ଏବଂ ଗଣମାଧ୍ୟମକୁ ଅନୁରୋଧ କରିବି, ଯଦି ଆପଣଙ୍କର ଏହି ପ୍ରସଙ୍ଗରେ ମୋ ବିରୁଦ୍ଧରେ କିଛି ପ୍ରମାଣ ଅଛି, ତେବେ ଦୟାକରି ଏହାକୁ ପୋଲିସ କିମ୍ବା କୋର୍ଟ ନିକଟରେ ଦାଖଲ କରନ୍ତୁ । ମୁଁ କେବଳ ମୋ ପଦରୁ ଇସ୍ତଫା ଦେବି ନାହିଁ । ବରଂ ମୁଁ ସାଧାରଣ ଜୀବନରୁ ସନ୍ୟାସ ନେଇଯିବି । ହେଲେ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ରଖି କୌଣସି ବ୍ୟକ୍ତିଗତ ନିନ୍ଦା ଅଭିଯାନରେ ସାମିଲ ହୁଅନ୍ତୁ ନାହିଁ । ମୁଁ ଏହି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଗୋଷ୍ଠୀକୁ ଅନୁରୋଧ କରୁଛି ଯେ ଏହି ଘୃଣ୍ୟ ଅପରାଧିକୁ ସେମାନଙ୍କ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ପାଇଁ ବ୍ୟବହାର କରନ୍ତୁ ନାହିଁ । ବରଂ ସାମ୍ବାଦିକତାର ନୈତିକତା ଅନୁଯାୟୀ ବଞ୍ଚନ୍ତୁ ଯାହା ସାମ୍ବାଦିକ ଏବଂ ମିଡିଆ ହାଉସ ନିକଟରୁ ଆଶା କରାଯାଏ । ମୁଁ ଉଚ୍ଚ ବେତନ ପ୍ରାପ୍ତ ପାଇଲଟ ଚାକିରି ଛାଡି ଜୁନାଗଡ ଓ କଳାହାଣ୍ଡି ଲୋକଙ୍କର ସେବାପାଇଁ ରାଜନୀତିରେ ଯୋଗ ଦେଇଥିଲି । ମୁଁ ମାଁ’ ମାଣିକେଶ୍ଵରୀଙ୍କ ନାମରେ ଶପଥ କରୁଛି ଯେ, ଯାହାଙ୍କ ଉପରେ ମୁଁ ଏବଂ କାଳାହାଣ୍ଡି ଲୋକମାନଙ୍କର ଗଭୀର ବିଶ୍ଵାସ ଅଛି । ଏହି ଅପରାଧ ସହିତ ମୋର କୌଣସି ସମ୍ପର୍କ ନାହିଁ ।

ତେବେ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଦିନକୁ ଦିନ ବିରୋଧୀ ଅଧିକ ଆକ୍ରମଣାତ୍ମକ ହେଉଥିବା ବେଳେ ଆଜି ହଠାତ ମନ୍ତ୍ରୀ ନିରବତା ଭାଙ୍ଗିଥିବା ନେଇ ଖବର ପ୍ରକାଶ ପାଇବା ସହିତ ଏକ ଚିଠି ଭାଇରାଲ ହୋଇଛି । ଏହି ଭାଇରାଲ ଚିଠିରେ ମନ୍ତ୍ରୀ ନିଜକୁ ନିର୍ଦ୍ଦୋଷ କହିବା ସହିତ ପ୍ରମାଣ ଥିଲେ କୋର୍ଟରେ ଦିଅନ୍ତୁ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Oct 29, 2021, 8:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.