ETV Bharat / city

ରାଜ୍ୟରେ ଆଇନ ଶୃଙ୍ଖଳା ଭଲ ଅଛି: ଗୃହ ରାଷ୍ଟ୍ରମନ୍ତ୍ରୀ - ବଜେଟ ଅଧିବେଶନ

ରାଜ୍ୟରେ ଆଇନ ଶୃଙ୍ଖଳା ଭଲ ଅଛି ବୋଲି କହିଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟଟେନ ଦିବ୍ୟଶଙ୍କର ମିଶ୍ର । ଅଧିକ ପଢନ୍ତୁ...

ଗୃହ ରାଷ୍ଟ୍ରମନ୍ତ୍ରୀ
ଗୃହ ରାଷ୍ଟ୍ରମନ୍ତ୍ରୀ
author img

By

Published : Feb 27, 2021, 1:14 PM IST

Updated : Feb 27, 2021, 1:39 PM IST

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ନେଇ ଗୃହରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟଟେନ ଦିବ୍ୟଶଙ୍କର ମିଶ୍ର । କମିଶନରେଟ ପୋଲିସ 22 ବର୍ଷ ପରେ ଗୋଟିଏ କେସରେ ସଫଳତା ପାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଓ ନିୟନ୍ତ୍ରଣାଧୀନ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି 2020 ସୁଦ୍ଧା ରାଜ୍ୟର ଆଇନଶୃଙ୍ଖଳା ଭଲ ଅଛି । ରାଜ୍ୟରେ ସାମ୍ପ୍ରଦାୟିକ ସଦଭାବ ବଜାୟ ରହିଛି । ତିର୍ତ୍ତୋଲ ଓ ବାଲେଶ୍ବରରେ ଉପନିର୍ବାଚନ ଶାନ୍ତିଶୃଙ୍ଖଳାରେ ସମ୍ପାଦିତ ହୋଇଥିଲା । କୋଭିଡ ସ୍ଥିତିରେ ବି ଶୃଙ୍ଖଳିତ କାମ ହୋଇଛି । ରାଜ୍ୟରେ ଆତଙ୍କବାଦ କାର୍ଯ୍ୟକଳାପ ହୋଇନି । ନକ୍ସଲ ସମସ୍ୟା ବି ନିୟନ୍ତ୍ରଣରେ ଅଛି ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ଆଇନ ଶୃଙ୍ଖଳାକୁ ନେଇ ମୁଲତବୀ ପ୍ରସ୍ତାବ ଉପରେ ଶାସକ ଦଳ ବିଧାୟକ ପ୍ରତାପ ଦେବ ନିଜର ମନ୍ତବ୍ୟ ରଖିଛନ୍ତି । ରାଜନୈତିକ ଚିନ୍ତାଧାରାରେ ଏଭଳି ମୁଲତବୀ ପ୍ରସ୍ତାବ ଅଣାଯାଇଛି । ଗୃହ ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟରେ ଓଡିଶା ପୋଲିସର ପ୍ରଦର୍ଶନ ଭଲ ଅଛି । ଓଡିଶାର ଆଇନ ଶୃଙ୍ଖଳା ସ୍ଥିତି ଯଦି ଏତେ ବିପର୍ଯ୍ୟସ୍ତ ଥାଆନ୍ତା ତାହେଲେ ଓଡିଶାବାସୀ ଆମକୁ କେବେଠୁ କ୍ଷମତା ବାହାରେ କରିଦେଇଥାନ୍ତେ ବୋଲି ବିଧାୟକ କହିଛନ୍ତି ।

ଅନ୍ୟପଟେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଗୃହରେ ବିବୃତି ରଖିଛନ୍ତି । ମୁଲତବୀ ପ୍ରସ୍ତାବରେ ଉପରେ ବିରୋଧୀଙ୍କ ବିବୃତିରେ ସେ ସହମତ ନୁହଁନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ମହିଳାଙ୍କୁ ନେଇ ଥାନାରେ ମାମଲା ସଂଖ୍ୟା ବଢ଼ିଛି କାରଣ ପୋଲିସ ଉପରେ ମହିଳାଙ୍କ ବିଶ୍ବାସ ବଢ଼ିଛି, ତେଣୁ ଅଧିକ ମାମଲା ଦାୟର ହେଉଛି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Feb 27, 2021, 1:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.