ETV Bharat / city

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଅଚାନକ ଚନ୍ଦକା ପରିଦର୍ଶନ - ଅଚାନକ ଚନ୍ଦକା ପରିଦର୍ଶନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଅଚାନକ ଚନ୍ଦକା ପରିଦର୍ଶନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ମନ୍ତ୍ରୀ ସେଠାକାର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଅଭୟାରଣ୍ୟର ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
author img

By

Published : Sep 20, 2019, 11:56 PM IST

ଭୁବନେଶ୍ବର: ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଅତର୍କିତ ଚନ୍ଦକା ଅଭୟାରଣ୍ୟ ଗସ୍ତ । ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ଆରୁଖ ଅଭୟାରଣ୍ୟ ସ୍ଥିତ ଗୋଡିବାରୀ କୁମାର ଖୁଣ୍ଟି,ଡେରାସ୍,ଏବଂ ଅମ୍ବିଲ ପ୍ରଭୃତି ସ୍ଥାନ ପରିଦର୍ଶନ କରିବା ସହ ଅଭୟାରଣ୍ୟର ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି ।

ଏହି ସମୟରେ ବନଖଣ୍ଡ ଅଧିକାରୀ ସହକାରୀ ବନ ସଂରକ୍ଷକ ,ରେଞ୍ଜ ଅଫିସର ଫରେଷ୍ଟର ତଥା ଅନ୍ୟାନ୍ୟ ବନ କର୍ମଚାରୀ ଉପସ୍ଥିତି ଥିଲେ । ସେମାନଙ୍କ ସହ ମନ୍ତ୍ରୀ ଶ୍ରୀ ଆରୁଖ ଅଭୟାରଣ୍ୟର ସୁରକ୍ଷା, ଜୀବଜନ୍ତୁଙ୍କ ସୁରକ୍ଷା ଓ ମଣିଷ ଓ ବନ୍ୟପ୍ରାଣୀ ସଂଘର୍ଷର ସଠିକ୍ ପରିଚାଳନା, ବନୀକରଣ ପରିବେଶ ଓ ପର୍ଯ୍ୟଟନ ପ୍ରଭୃତି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

ଏପରିକି ସମଗ୍ର ଅଭୟାରଣ୍ୟରେ ବର୍ଷସାରା ନାଇଟ୍ ପାଟ୍ରୋଲିଂ ଏବଂ ଫୁଟ୍ ପାଟ୍ରୋଲିଂ ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଙ୍ଗଲ ଅଗ୍ନି ନିର୍ବାପନ ପାଇଁ ଜଙ୍ଗଲ ନିଆଁ ନିର୍ବାପକ ସ୍ଵାର୍ଡ ଓ ଆବଶ୍ୟକୀୟ ଅଗ୍ନି ନିର୍ବାପକ ସାମଗ୍ରୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ସେହିଭଳି ହାତୀଙ୍କ ସୁରକ୍ଷା ଓ ପରିଚାଳନା ପାଇଁ ଆସୁଥିବା ଅର୍ଥର ସୁବିନିଯୋଗ କରିବା ସହ ସ୍ଵଚ୍ଛତା ଅବଲମ୍ବନ କରିବା ପାଇଁ ମନ୍ତ୍ରୀ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ବର୍ତ୍ତମାନ ଅଭୟାରଣ୍ୟରେ ୧୨ଟି ଓ୍ଵାଚ୍ ଟାଓ୍ଵାର ଅଛି ଯାହା ଅଭୟାରଣ୍ୟ ପାଇଁ ପ୍ରଯ୍ୟାପ୍ତ ନୁହେଁ । ତେଣୁ ହଜବନ୍ଧ ଠାରେ ଆଉ ଏକ ଓ୍ଵାଚଟାଓ୍ଵାର ନିର୍ମାଣ ପାଇଁ ଅନୁମୋଦିତ ୨୦ ଲକ୍ଷ ଟଙ୍କା ବ୍ୟୟକରି ଯଥାଶୀଘ୍ର ଟାୱାର ନିର୍ମାଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:
ଆଜି ପୂର୍ବାହ୍ନ ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଚନ୍ଦକା ଅଭୟାରଣ୍ୟ ଗସ୍ତ କରିଛନ୍ତି ।ମନ୍ତ୍ରୀ ଶ୍ରୀ ଆରୁଖ ଅଭୟାରଣ୍ୟର ସ୍ତିତ ଗୋଡିବାରୀ କୁମାର ଖୁଣ୍ଟି,ଡେରାସ୍,ଏବଂ ଅମ୍ବିଲ ପ୍ରଭୁତି ସ୍ତାନ ପରିଦର୍ଶନ କରିବା ସହ ଅଭୟାରଣ୍ୟର ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି ।ଏହି ସମୟରେ ବନଖଣ୍ଡ ଅଧିକାରୀ ସହକାରୀ ବନ ସଂରକ୍ଷକ ,ରେଞ୍ଜ ଅଫିସର ଫରେଷ୍ଟର ତଥା ଅନ୍ୟାନ୍ୟ ବନ କର୍ମଚାରୀ ଙ୍କ ଉପସ୍ଥିତି ରେ ମନ୍ତ୍ରୀ ଶ୍ରୀ ଆରୁଖ ଅଭୟାରଣ୍ୟ ର ସୁରକ୍ଷା ଜିବ ଜନ୍ତୁ ଙ୍କ ସୁରକ୍ଷା ଓ ମଣିଷ ଓ ବନ୍ୟପ୍ରାଣୀ ସଂଘର୍ଷ ର ସଠିକ୍ ପରିଚାଳନା, ବନୀକରଣ ପରିବେଶ ଓ ପର୍ଯ୍ୟଟନ ପ୍ରଭୁତି ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରିଛନ୍ତି ।Body:ଏହା ସହ ସମଗ୍ର ଅଭୟାରଣ୍ୟର ବର୍ଷ ସାରା ନାଇଟ୍ ପାଟ୍ରୋଲିଂ ଏବଂ ଫୁଟ୍ ପାଟ୍ରୋଲିଂ ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଜଙ୍ଗଲ ନିଆଁ ନିରାକରଣ ପାଇଁ ଜଙ୍ଗଲ ନିଆଁ ନିର୍ବାପକ ସ୍ଵାର୍ଡ ଓ ଆବଶ୍ୟକୀୟ ଅଗ୍ନି ନିର୍ବାପକ ସାମଗ୍ରୀ ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।ସେହିଭଳି ହାତୀ ଙ୍କ ସୁରକ୍ଷା ଓ ପରିଚାଳନା ପାଇଁ ଆସୁଥିବା ଅର୍ଥର ସୁବିନିଯୋଗ କରିବା ସହ ସ୍ଵଚ୍ଛତା ଅବଲମ୍ବନ କରିବା ପାଇଁ ମନ୍ତ୍ରୀ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।Conclusion:ବର୍ତ୍ତମାନ ଅଭୟାରଣ୍ୟରେ ୧୨ଟି ଓ୍ଵାଚ୍ ଟାଓ୍ଵାର ଅଛି ଯାହାକି ପ୍ରଯ୍ୟାପ୍ତ ନୁହଁ ତେଣୁ ହଜବନ୍ଧ ଠାରେ ଆଉ ଏକ ଓ୍ଵାଚଟାଓ୍ଵାର ନିର୍ମାଣ ନିମନ୍ତେ ଅନୁମୋଦିତ ୨୦ ଲକ୍ଷ ଟଙ୍କା ବ୍ୟୟ କରି ନିର୍ମାଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.