ETV Bharat / city

ପର୍ଯ୍ୟଟନ ମନ୍ତ୍ରୀ ବିବାଦ, ଗୃହରେ ବିବୃତି ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

author img

By

Published : Nov 28, 2019, 7:20 PM IST

ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ନେଇ ଗୃହରେ ଉତ୍ତର ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ।

minister bikram keshari arukha
ପର୍ଯ୍ୟଟନ ମନ୍ତ୍ରୀ ବିବାଦ, ଗୃହରେ ବିବୃତି ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ବର: ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ନେଇ ଗୃହରେ ଉତ୍ତର ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ । ଗତ 4 ତାରିଖରେ ପର୍ଯ୍ୟଟନ ମନ୍ତ୍ରୀ ରୋଡ ସୋ ପାଇଁ ହାଇଦ୍ରାବାଦ ଯାଇଥିବାବେଳେ ତାଙ୍କ ବ୍ୟତୀତ ଅନ୍ୟ କାହା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଖର୍ଚ୍ଚ କରାଯାଇନାହିଁ ବୋଲି ଗୃହରେ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ।

ଏହି ପ୍ରସଙ୍ଗରେ ଗୃହରେ ସରକାର ବିବୃତି ରଖିବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ସୂଚନାଥାଉକି, ହାଇଦ୍ରାବାଦ ଗସ୍ତ ସମୟରେ ମନ୍ତ୍ରୀଙ୍କ ସହିତ ସରକାରୀ ଖର୍ଚ୍ଚରେ ଦୁଇ ଜଣ ମହିଳା ଯାଇଥିବା ଅଭିଯୋଗ ଆଣିଥିଲେ ବିରୋଧୀ । ଏହାସହ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ଉଭୟ ବିଜେପି ଓ କଂଗ୍ରେସ । ଯାହାକୁ ନେଇ ଗୃହ ବାରମ୍ବାର ମୁଲତବୀ ହୋଇଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଗତ 4 ତାରିଖରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ରୋଡ଼ ସୋ ପାଇଁ ହାଇଦ୍ରାବାଦ ଯାଇଥିଲେ। ହେଲେ ମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଖର୍ଚ୍ଚ କରାଯାଇ ନାହିଁ।
ବିଧାନସଭାରେ ଏହି ଉତ୍ତର ରଖିଲେ ସଂସଦୀୟ ବ୍ୟାପାରମନ୍ତ୍ରୀ ବିକ୍ରମ ଆରୁଖBody:କConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.