ETV Bharat / city

ମହାନଦୀ ପଠାରେ ସୃଷ୍ଟି ହେବ ସବୁଜ ବଳୟ, 1050 ହେକ୍ଟର ହେବ ବନୀକରଣ

author img

By

Published : Feb 18, 2020, 12:50 PM IST

ସବୁଜ ମହାନଦୀ ମିଶନରେ 2020-21 ଆର୍ଥିକ ବର୍ଷରେ 1050 ହେକ୍ଟର ବନୀକରଣ କରାଯିବା ଲକ୍ଷ୍ୟ ରହିଛି । 19 ହଜାର ହେକ୍ଟର ପରିମିତ ଅଞ୍ଚଳରେ ଉଜୁଡା ଜଙ୍ଗଲ ପୁନଃଉଦ୍ଧାର ସହ ସହରାଞ୍ଚଳ ବନୀକରଣ କରାଯାଇ 5 ଲକ୍ଷ ବୃକ୍ଷ ଚାରା ଲଗାଯିବାର ପ୍ରସ୍ତାବ ରହିଛି । ସେହିପରି ଏହି ମିଶନ ମାଧ୍ୟମରେ ସମୁଦାୟ 80ଲକ୍ଷ ବୃକ୍ଷରୋପଣ କରାଯିବ ବୋଲି ପ୍ରସ୍ତାବ ରହିଥିବା ବିଧାନସଭାରେ କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

minister Bikram keshari Arukh
ମହାନଦୀ ପଠାରେ ସୃଷ୍ଟି ହେବ ସବୁଜ ବଳୟ, କରାଯିବ ବୃକ୍ଷରୋପଣ

ଭୁବନେଶ୍ବର: ସବୁଜ ମହାନଦୀ ମିଶନରେ 2020-21ଆର୍ଥିକ ବର୍ଷରେ 1050 ହେକ୍ଟର ବନୀକରଣ କରାଯିବା ଲକ୍ଷ୍ୟ ରହିଛି । 19 ହଜାର ହେକ୍ଟର ପରିମିତ ଅଞ୍ଚଳରେ ଉଜୁଡା ଜଙ୍ଗଲ ପୁନଃଉଦ୍ଧାର ସହ ସହରାଞ୍ଚଳ ବନୀକରଣ କରାଯାଇ 5 ଲକ୍ଷ ଚାରା ଲଗାଯିବାର ପ୍ରସ୍ତାବ ରହିଛି । ସେହିପରି ଏହି ମିଶନ ମାଧ୍ୟମରେ ସମୁଦାୟ 80ଲକ୍ଷ ବୃକ୍ଷରୋପଣ କରାଯିବ ବୋଲି ପ୍ରସ୍ତାବ ରହିଥିବା ବିଧାନସଭାରେ କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ଏହି ମିଶନରେ ରାଜ୍ୟର 23 ଜିଲ୍ଲାର 315 ବନଖଣ୍ଡରେ ବୃକ୍ଷରୋପଣ କରାଯିବ । ଏହା ଦ୍ବାରା ମହାନଦୀର ପୂର୍ବାବସ୍ଥା ଫେରାଇବା ସହିତ ନଦୀ ପଠାର ସବୁଜ ବଳୟ ସୃଷ୍ଟି, ମୃତ୍ତିକା ସଂରକ୍ଷଣ ଓ ବନ୍ୟ ନିୟନ୍ତ୍ରଣରେ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି । ସେହିପରି ଚଳିତ ବର୍ଷ ମହାନଦୀ ସବୁଜ ମିଶନରେ 4 ଟି ମୁଖ୍ୟାନଦୀକୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ସେ ଦର୍ଶାଇଛନ୍ତି ।

ସେଗୁଡିକ ମଧ୍ୟରେ ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା ଓ ବଂଶଧାରାକୁ ସାମିଲ କରାଯାଇଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.