ETV Bharat / city

ସୋସିଆଲ ମିଡିଆରେ ମେସେଜ ମାମଲା, ମୁହଁ ଖୋଲିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା - ମୁହଁ ଖୋଲିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ସୋସିଆଲ ମିଡିଆରେ ଏକ ମେସେଜକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ତାହା ପୁଣି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ । ଅଧିକ ପଢନ୍ତୁ...

Minister Ashok Chandra Panda speaks about corona compensation
ସୋସିଆଲ ମିଡିଆରେ ମେସେଜକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା
author img

By

Published : May 4, 2020, 8:21 PM IST

ଭୁବନେଶ୍ବର : ସୋସିଆଲ ମିଡିଆରେ ଘୁରିବୁଲିଥିବା ଏକ ମେସେଜକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ତାହା ପୁଣି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ । ଅଶୋକ ପଣ୍ଡା କହିଛନ୍ତି, କି ତାଙ୍କ ନିକଟକୁ ଏକ ମେସେଜ ଆସିଥିଲା । ଯେଉଁଥିରେ ସାଂସଦ ଅପରାଜିତା ଷଡଙ୍ଗୀ ୱାର୍ଡ ପ୍ରତିନିଧି ଜରିଆରେ ଉଠାଦୋକାନୀମାନଙ୍କୁ କୋରୋନା ସହାୟତା ଦେବାକୁ ଏକ ସର୍ଭେ କରୁଥିବା ଜଣାଯାଇଛି । ଯେଉଁଥିରେ ଏହାକୁ ମେ ମାସ 2 ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ କରି ତାଙ୍କ କାର୍ଯ୍ୟାଳୟକୁ ପଠାଯିବାକୁ କୁହାଯାଇଛି । ଏପରିକି ଏଥିରୁ ବଞ୍ଚିତ ହେଲେ ସେମାନେ ସହାୟତା ପାଇବାରୁ ବଞ୍ଚିତ ହେବେ ବୋଲି କୁହାଯାଇଛି ।

ସୋସିଆଲ ମିଡିଆରେ ମେସେଜକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ତେବେ ସେ ଭୁବନେଶ୍ବର କମିଶନରଙ୍କ ସହ କଥାବାର୍ତ୍ତା କରି ଏପରି ପଦକ୍ଷେପ ନେବାକୁ ତାଙ୍କ ପ୍ରତିନିଧିଙ୍କୁ କହିଥିବା ସେଥିରେ ମଧ୍ୟ ଉଲ୍ଲେଖ ରହିଥିବା ମନ୍ତ୍ରୀ କହିଛନ୍ତି । ଏଥିପାଇଁ କମିଶନର ତାଙ୍କୁ ପ୍ରତିଶ୍ରୁତି ଦେଇଥିବା ମଧ୍ୟ କୁହାଯାଇଛି ।

ସେପଟେ, ଏନେଇ ବିଏମସି କମିଶନରଙ୍କ ସହ ମନ୍ତ୍ରୀ କଥା ହୋଇଥିବା କହିଛନ୍ତି । କିନ୍ତୁ ଏଭଳି କିଛି ଆଲୋଚନା ସାଂସଦଙ୍କ ସହ ହୋଇ ନଥିବା ସେ କହିଛନ୍ତି । ତେବେ ସାଂସଦ କେବଳ ରାଜନୀତି କରିବା ପାଇଁ ଏପରି କରୁଥିବା ସେ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ବର୍ତ୍ତମାନର ସାମାଜିକ ବିପତ୍ତି ବେଳେ ସାଂସଦ ଅପରାଜିତା ଷଢଙ୍ଗୀ ଲୋକମାନଙ୍କୁ ସହାୟତା ଦିଆଯିବା ନାମରେ ବିଭ୍ରାନ୍ତି କରୁଛନ୍ତି ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.