ETV Bharat / city

ରାଜ୍ୟ ବିହନ ନିଗମକୁ କୃଷିମନ୍ତ୍ରୀଙ୍କ ଅଚାନକ ଗସ୍ତ, ଚାହିଦା ପାଇଁ ରୋଡ ମ୍ୟାପ୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

author img

By

Published : Oct 28, 2019, 7:29 PM IST

ରାଜ୍ୟରେ ବିହନର ଚାହିଦା ପୂରଣ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିବାକୁ ଓଡିଶା ରାଜ୍ୟ ବିହନ ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ। ସୋମବାର ପୂର୍ବାହ୍ନରେ ଭୁବନେଶ୍ବରସ୍ଥିତ ଓଡିଶା ରାଜ୍ୟ ବିହନ ନିଗମର କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ ମନ୍ତ୍ରୀ।

ଡିଜାଇନ ଫଟୋ

ଭୁବନେଶ୍ବର: ଆଉ ରାଜ୍ୟରେ ରହିବନି ବିହନ ସମସ୍ୟା । ବିହନର ଚାହିଦା ପୂରଣ ପାଇଁ ରୋଡମ୍ୟାପ ପ୍ରସ୍ତୁତ ହେବ। ଓଡିଶା ବିହନ ନିଗମକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ। ସୋମବାର ପୂର୍ବାହ୍ନରେ ଭୁବନେଶ୍ବରସ୍ଥିତ ଓଡିଶା ରାଜ୍ୟ ବିହନ ନିଗମର କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ କୃଷିମନ୍ତ୍ରୀ।

ରାଜ୍ୟରେ ବିହନର ମୋଟ ଆବଶ୍ୟକତାକୁ ଆକଳନ କରି ଚାଷୀଙ୍କ ଚାହିଦାକୁ ସଂପୂର୍ଣ୍ଣ ରୂପେ ପୂରଣ ଦିଗରେ ଓଡିଶା ରାଜ୍ୟ ବିହନ ନିଗମ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ କହିଛନ୍ତି ମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ‘5ଟି’ ଆଧାରରେ କାର୍ଯ୍ୟ କରି ବିହନ ନିଗମକୁ ଅଧିକ କ୍ରିୟାଶୀଳ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଓଡିଶା ରାଜ୍ୟ ବିହନ ନିଗମକୁ କୃଷି ମନ୍ତ୍ରୀଙ୍କ ଅଚାନକ ଗସ୍ତ

ଅଚାନକ ଗସ୍ତ କରିବା ଅବସରରେ ବିହନ ନିଗମର କର୍ମଚାରୀ ଓ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ମନ୍ତ୍ରୀ। ଏହା ସହ ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି ଓ କୃଷିର ବିକାଶରେ ଅଂଶୀଦାର ହେବା ପାଇଁ ପରାମର୍ଶ ଦେଇଛନ୍ତି। ଏହା ସହିତ ସମୟାନୁବର୍ତ୍ତୀ ହେବା ଓ ସମନ୍ବୟ ରକ୍ଷା କରି କାର୍ଯ୍ୟକରିବା ପାଇଁ ମନ୍ତ୍ରୀ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟ ସରକାର କୃଷି ଓ କୃଷକଙ୍କର ଉନ୍ନତି ନିମନ୍ତେ ଅନେକ ଯୋଜନା ଓ ପ୍ରୋତ୍ସାହନ ଯୋଗାଇ ଦେଉଥିବାବେଳେ ଏହା ଯେପରି ସିଧାସଳଖ ଚାଷୀମାନଙ୍କ ନିକଟରେ ପହଞ୍ଚିପାରିବ ସେଥି ନିମନ୍ତେ ଅଧିକ ତତ୍ପରତା ପ୍ରକାଶ ପାଇବା ଆବଶ୍ୟକ । ରାଜ୍ୟରେ ବିହନର ମୋଟ ଆବଶ୍ୟକତାକୁ ଆକଳନ କରି ଚାଷୀମାନଙ୍କର ବିହନର ଚାହିଦାକୁ ସଂପୂର୍ଣ୍ଣ ରୂପେ ପୂରଣ ଦିଗରେ ଓଡ଼ିଶା ବିହନ ନିଗମ ଏକ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ଆଧାରରେ କାର୍ଯ୍ୟକରି ଓଡ଼ିଶା ବିହନ ନିଗମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଛନ୍ତି । ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ବିହନ ନିଗମର କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରିବା ଅବସରରେ କର୍ମଚାରୀ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ଅବସରରେ ୫‘ଟି’ ଆଧାରରେ କାର୍ଯ୍ୟକରି ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି ସହିତ କୃଷିର ବିକାଶରେ ଅଂଶୀଦାର ହେବା ପାଇଁ ପରାମର୍ଶ ଦେଇଥିଲେ । ଲୋକସଂଖ୍ୟାର ଏକ ବୃହତ୍‌ ଅଂଶ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହିତ ଜଡ଼ିତ ଥିବାରୁ ଚାଷୀମାନଙ୍କୁ ଠିକ୍‌ ସମୟରେ ଉନ୍ନତ ମାନର ବିହନ ଯୋଗାଇଦେଇ ଉତ୍ପାଦନ ବୃଦ୍ଧି ନିମନ୍ତେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱ ଆରୋପ କରିଥିଲେ । ଚାଷକାର୍ଯ୍ୟରେ ସମୟୋପଯୋଗୀ ଓ ଉନ୍ନତ ମାନର ବିହନ ବ୍ୟବହାର ଉପରେ ଚାଷୀମାନଙ୍କୁ ସଚେତନ କରାଇବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ କର୍ମଚାରୀମାନେ ସମୟାନୁବର୍ତ୍ତୀ ହେବା ସହିତ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟକରିବା ପାଇଁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଥିଲେ ।Body:KConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.