ETV Bharat / city

ଖଣି ମାମଲାରେ ବିଜେପିକୁ ମିଳିଲା କଂଗ୍ରେସର ସମର୍ଥନ - ଖଣି ଦୁର୍ନୀତି ନବୀନ ସଂପୃକ୍ତ

ରାଜ୍ୟରେ ଖଣି ମାମଲାକୁ ନେଇ ରାଜ୍ୟ ବିଜେପି ଆଣିଥିବା ଅଭିଯୋଗକୁ ସମର୍ଥନ କରିଛି କଂଗ୍ରେସ । ନବୀନ ସରକାର ଖଣି ଦୁର୍ନୀତିରେ ସଂପୃକ୍ତ ବୋଲି କଂଗ୍ରେସ କହିଛି । ଅଧିକ ପଢନ୍ତୁ...

Mining issue congress support on bjps statement
ଖଣି ମାମଲାରେ ବିଜେପିକୁ ମିଳିଲା କଂଗ୍ରେସର ସମର୍ଥନ
author img

By

Published : Jun 16, 2021, 6:47 PM IST

ଭୁବନେଶ୍ବର: ରାଜ୍ୟରେ ଖଣି ମାମଲାକୁ ନେଇ ରାଜ୍ୟ ବିଜେପି ଆଣିଥିବା ଅଭିଯୋଗକୁ ସମର୍ଥନ କରିଛି କଂଗ୍ରେସ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ନବୀନ ସରକାର ଖଣି ଦୁର୍ନୀତିରେ ସଂପୃକ୍ତ ବୋଲି କଂଗ୍ରେସ କହିଛି ।

ଖଣି ମାମଲାରେ ବିଜେପିକୁ ମିଳିଲା କଂଗ୍ରେସର ସମର୍ଥନ

ଖଣି ମାମଲାରେ ବିଜେପି ଯେଉଁ ଅଭିଯୋଗ କରିଛି, ତାହା ସଂପୂର୍ଣ୍ଣ ସତ ବୋଲି କହିଛନ୍ତି ସୁର ରାଉତରାୟ । ଖଣି ପ୍ରଦାନରେ ରାଜ୍ୟ ସରକାର ବ୍ୟାପକ ଅନିୟମିତତା କରିଛନ୍ତି । ତେଣୁ ଏହାର ନ୍ୟାୟିକ ଦଦନ୍ତ ହେଉ । ଯେଉଁମାନେ ଅନିୟମିତତା କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଲିଜ ଧାରୀ ଲିଜ୍ ଏରିଆ ଠାରୁ ଅଧିକ ଖୋଳିଛନ୍ତି । ନବୀନ ସରକାର ଖଣି ଦୁର୍ନୀତିରେ ସଂପୃକ୍ତ ବୋଲି କଂଗ୍ରେସ କହିଛି । ଏ ନେଇ ତଦନ୍ତ ହେଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ସୁର କହିଛନ୍ତି ।

ସୂଚନାଥାଉକି ବିଜେପି ବିଧାୟକ ତଥା ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ଖଣି ଲିଜ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ରାଜ୍ୟ 10 ହଜାର କୋଟି ଟଙ୍କାର ଖଣି ରାଜସ୍ବ ହରାଇବାକୁ ଯାଉଛି ବୋଲି ବିଜେପି କହିଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.