ETV Bharat / city

ପେନସିଲ ମୁନରେ ଯୋଗମୁଦ୍ରା - yoga day

ଯୋଗ ଦିବସରେ ମିନିଏଚର ଶିଳ୍ପୀଙ୍କ ନିଆରା କଳା । ପେନସିଲ ମୁନରେ ଅଧା ସେଣ୍ଟିମିଟର ଉଚ୍ଚତା ଯୋଗ ମୁଦ୍ରା ତିଆରି କଲେ ଭୁବନେଶ୍ବର ଶିଳ୍ପୀ ଏଲ ଇଶ୍ୱର ରାଓ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 21, 2019, 12:13 AM IST

ଭୁବନେଶ୍ୱର: ଜୁନ 21ରେ ବିଶ୍ବ ପାଳିବ ଯୋଗ ଦିବସ । ଯୋଗ ଦିବସ ପାଳନ କରିବାକୁ ଚଳଚଞ୍ଚଳ ସାରା ଦେଶ । ବିଭିନ୍ନ ଆୟୋଜନ ମଧ୍ୟରେ ଯୋଗ ଦିବସକୁ ନେଇ ଦେଖିବାକୁ ମିଳିଛି ଏକ ସୁନ୍ଦର କଳାକୃତି । ପେନସିଲ ମୁନରେ ଅଧା ସେଣ୍ଟିମିଟର ଯୋଗ ମୁଦ୍ରା ତିଆରି କରିଛନ୍ତି ଭୁବନେଶ୍ୱର ଉପକଣ୍ଠ ଜଟଣୀର ଶିଳ୍ପୀ ଏଲ ଇଶ୍ୱର ରାଓ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଯୋଗ ଶରୀର ସହ ମନ ଓ ଆତ୍ମାକୁ ସଂଯୋଗ କରେ । କାହିଁ ଆବାହନ କାଳରୁ ଯୋଗକୁ ଶାସ୍ତ୍ରରେ ମର୍ଯ୍ୟାଦା ଦିଆଯାଇଛି । ‘ଶାନ୍ତି’ ଏ ଶବ୍ଦ ଭିତରେ ଯୋଡି ହୋଇ ରହିଛି ବାସ୍ତବିକ ସାରସ୍ୱତ। ବ୍ୟସ୍ତ ବହୁଳ ଜୀବନ ଚର୍ଯ୍ୟା ଭିତରେ ଯୋଗକୁ ଜୀବନ ସହିତ ବାନ୍ଧି ରଖିବାକୁ ପେନସିଲ ମୁନରେ ପ୍ରସ୍ତୁତ କରିଛନ୍ତି ଶିଳ୍ପୀ ରାଓ । ଅନେକ ପରିଶ୍ରମ କରି ଏହି କଳା କୃତିକୁ ପ୍ରସ୍ତୁତ କରିଛନ୍ତି ଏହି ନିଆରା ଶିଳ୍ପୀ ।

ଲକ୍ଷ୍ୟ କେବଳ ଗୋଟିଏ ସୁସ୍ଥ ସମାଜ ଗଠନ କରିବାର । ଶାନ୍ତି ଓ ନିରାମୟ ଜୀବନ ଯାପନ କରିବାର ।

ଅଧା ସେଣ୍ଡିମିଟର ପେନସିଲ ମୁନରେ ସାରା ବିଶ୍ୱକୁ ଏଭଳି ବାର୍ତ୍ତା ନିଶ୍ଚିତ ଦୃଷ୍ଟାନ୍ତମୂଳକ । ଯୋଗର ମାହାତ୍ମ୍ୟକୁ ସୁନ୍ଦର ଭାବରେ ଜୀବନ୍ତ କରି ତୋଳିଛନ୍ତି ଶିଳ୍ପୀ ରାଓ । ମଣିଷ ବ୍ୟସ୍ତ ବହୁଳ ଜୀବନ ଭିତରେ ଯୋଗ ଦ୍ୱାରା ଶାନ୍ତି ଓ ସୁସ୍ଥରେ ଜୀବନ ବିତାଇ ପାରିବେ ବୋଲି ଈଶ୍ୱର ରାଓ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ପେନସିଲ ମୁନରେ ଅଧା ସିଏମ ଧ୍ୟାନସ୍ଥ ମୁଦ୍ରା।ଆସନ୍ତା କାଲି ଜୁନ ୨୧ ତାରିଖ ଅନ୍ତର୍ଜାତୀୟ ଯୋଗ ଦିବସ।ଯୋଗ ଶରୀର ମନ ଓ ଆତ୍ମାକୁ ସଂଯୋଗ କରେ।ଯୋଗ ଦିବସରେ ଅଧା ସିଏମ ପେନସିଲ ମୁନରେ ଯୋଗର ଆସନକୁ ଖୋଦନ କରି ବିଶ୍ୱ ସମୁଦାୟକୁ ଯୋଗ ସହ ଯୋଡିବାର ପ୍ରୟାସ କରିଛନ୍ତି ଭୁବନେଶ୍ୱର ଉପକଣ୍ଠ ଜଟଣୀର ଶିଳ୍ପୀ ଏଲ ଇଶ୍ୱର ରାଓ।କାହିଁ ଆବାହନ କାଳରୁ ଯୋଗକୁ ଶାସ୍ତ୍ରରେ ମର୍ଯ୍ୟାଦା ଦିଆଯାଇଛି।ଶାନ୍ତି .. ଏ ଶବ୍ଦର ଭିତରେ ଯୋଡି ହୋଇ ରହିଛି ବାସ୍ତବିକ ସାରସତ୍ୱ ।ବ୍ୟସ୍ତ ବହୁଳ ଜୀବନ ଚର୍ଯ୍ୟା ଭିତରେ ଯୋଗକୁ  ଜୀବନ ସହିତ ବାନ୍ଧି ରଖିବାକୁ ଉଦ୍ୟମ କରିଛନ୍ତି ଶିଳ୍ପୀ ରାଓ।ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରି ଏହି କଳା କୃତିକୁ ପ୍ରସ୍ତୁତ କରିଛନ୍ତି ଏହି ନିଆରା ଶିଳ୍ପୀ ଜଣଙ୍କ।

ଲକ୍ଷ କେବଳ ଗୋଟିଏ ସୁସ୍ଥ ସମାଜ ଗଠନ କରିବାର।ଶାନ୍ତି ଓ ନିରାମୟ ଜୀବନ ଯାପନ କରିବାର।ଅଧା ସିଏମ ପେନ ସିଲ ମୁନରେ ସାରା ବିଶ୍ୱକୁ ଏଭଳି ବାର୍ତ୍ତା ନିଶ୍ଚିତ ନିଆରା।ଯୋଗର ମାହାତ୍ମ୍ୟକୁ ସୁନ୍ଦର ଭାବରେ ଜୀବନ୍ତ କରି ତୋଳିଛନ୍ତି  ଶିଳ୍ପୀ ରାଓ।ମଣିଷ ବ୍ୟସ୍ତ ବହୁଳ ଜୀବନ ଭିତରେ ଯୋଗ ଦ୍ୱାରା ଶାନ୍ତି ଓ ସୁସ୍ଥ ରେ ଜୀବନ ବିତାଇ ପାରିବେ ବୋଲି ଈଶ୍ୱର ରାଓ କହିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.