ETV Bharat / city

ସାଲିଆସାହିରେ ଜମୁଛି ବ୍ରାଉନସୁଗାର ବେପାର, ଚଢାଉ କଲେ ଅବକାରୀ ବିଭାଗ ଓ କମିସନରେଟ ପୋଲିସ

author img

By

Published : Aug 10, 2021, 12:54 PM IST

Updated : Aug 10, 2021, 2:22 PM IST

ଭୁବନେଶ୍ବର ସାଲିଆ ସାହିରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ୨ ଅଭିଯୁକ୍ତ ଗିରଫ । ଚଢାଉ କରିଛନ୍ତି ଅବକାରୀ ବିଭାଗ ସହ କମିସନରେଟ ପୋଲିସ । ଅଧିକ ପଢନ୍ତୁ...

ସାଲିଆ ସାହିରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଭୁବନେଶ୍ବର: ବାଲେଶ୍ବର ପରେ ବ୍ରାଉନସୁଗାର ବେପାରର ହବ୍ ପାଲଟିଲାଣି ରାଜଧାନୀ । ହଳଦୀ ପଡିଆ ପରେ ଏବେ ସାଲିଆ ସାହିରେ ଚାଲିଛି ବ୍ରାଉନସୁଗାରର ଖୁଲମ୍ ଖୁଲା ବେପାର । ଏନେଇ ସୁରାକ୍ ପାଇ ପୋଲିସ ଲକ୍ଷାଧିକ ଟଙ୍କାର ଧଳା ଜହର ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସାଲିଆସାହିରେ ଜମୁଛି ବ୍ରାଉନସୁଗାର ବେପାର, ଚଢାଉ କଲେ ଅବକାରୀ ବିଭାଗ ଓ କମିସନରେଟ ପୋଲିସ

ଆଜି(ମଙ୍ଗଳବାର) ଅବକାରୀ ବିଭାଗ ଏବଂ କମିଶନରେଟ ପୋଲିସର କ୍ୟୁଏଟି ଟିମ୍ ମିଳିତ ଭାବେ ସାଲିଆ ସାହିରେ ଚଢାଉ କରିଥିଲା । ଏହି ସମୟରେ ଅବକାରୀ ବିଭାଗ ନର୍ମଦା ସାହୁ ନାମକ ଜଣେ ମହିଳାଙ୍କୁ ଗିରଫ କରିବା ସହ କୁଖ୍ୟାତ ପାଉ ଡିଲର୍ ରାଜେନ୍ଦ୍ର ଓରଫ୍ ରାଜାକୁ ଗିରଫ କରିଛି କ୍ୟୁଏଟି ଟିମ୍ । ତେବେ ଅଭିଯୁକ୍ତ ନର୍ମଦା ନିକଟରୁ ପୋଲିସ ସାଢେ ୯ ଲକ୍ଷ ଟଙ୍କାର ୯୫ ଗ୍ରାମ ବ୍ରାଉନସୁଗାର ଜବତ କରି ଥିବାବେଳେ ୫ଲକ୍ଷ ଟଙ୍କାର ୫୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ।

ଉଭୟ ଖୋର୍ଦ୍ଧାର ବେପାରୀଙ୍କ ଠାରୁ ଧଳା ଜହର ଆଣି ପୁଡିଆ ପିଛା ୬୦୦ ରୁ ୭୦୦ ଟଙ୍କାରେ ବିକ୍ରି କରୁଥିଲେ । ତେବେ ବିଭିନ୍ନ କୋର୍ଡ ଓ୍ବାର୍ଡରେ ବିକ୍ରି କରୁଥିଲେ ବୋଲି ସୂଚନା ଦେଇଛନ୍ତି ଏକ୍ସାଇଜ ଇନସ୍ପେକ୍ଟର ବିକାଶ ନାୟକ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Aug 10, 2021, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.