ଭୁବନେଶ୍ବର: ବିଧାନସଭାରେ ଉଠିଲା ପ୍ରବାସୀ ଶ୍ରମିକଙ୍କ ସମସ୍ୟା ପ୍ରସଙ୍ଗ । ରୋଜଗାର ହରାଇ ଥିବା ଏହି ଶ୍ରମିକଙ୍କୁ ରୋଜଗାର ଦେବାକୁ ଦାବି କଲେ ବିଧାୟକ । ପ୍ରଶ୍ନକାଳରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ପ୍ରସଙ୍ଗ ଗୃହରେ ଉଠିଥିବାବେଳେ ଏହାର ଉତ୍ତର ରଖି ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ।
ଲକଡାଉନ ସମୟରେ 10 ଲକ୍ଷ 7 ହଜାର 330 ଜଣ ପ୍ରବାସୀ ଓଡିଶା ଫେରିଛନ୍ତି । ରାଜ୍ୟ ସରକାର ପ୍ରବାସୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ପ୍ରବାସୀମାନଙ୍କୁ ରୋଜଗାର ଦେବାକୁ ବ୍ୟବସ୍ଥା କରିବା ପାଇଁ କଂଗ୍ରେସ ବିଧାୟକ ଦାବି କରିଥିବାବେଳେ ଏହାର ଉତ୍ତର ମନ୍ତ୍ରୀ ରଖିଛନ୍ତି ।
ପଞ୍ଜିକୃତ ଶ୍ରମିକ ମାନଙ୍କୁ ବିଭିନ୍ନ ବିଭାଗର ନିଯୁକ୍ତି ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଶ୍ରମିକଙ୍କ ସୁବିଧା କରୁଛନ୍ତି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ