ETV Bharat / city

ବସ୍‌ ଯୋଗେ ଫେରିବେ ପ୍ରବାସୀ ଓଡିଆ, ଚାଲିଛି ପ୍ରସ୍ତୁତି

author img

By

Published : Apr 27, 2020, 5:58 PM IST

ରାଜ୍ୟକୁ କେମିତି ଫେରିବେ ପ୍ରବାସୀ ଓଡ଼ିଆ ତାହା ଏବେ ରାଜ୍ୟ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି କି ଯଦି ଟ୍ରେନ କିମ୍ବା ଏୟାରଲାଇନ୍ସ ଖୋଲିବନି, ତେବେ ଲୋକଙ୍କୁ ବସ୍‌ ଯୋଗେ ଅଣାଯିବ ।

bus facility for migrant odia, migrant odia to return odisha, corona fight, corona in odisha, corona fight in odisha, transport minister padmanav behera, ପ୍ରବାସୀ ଓଡିଆଙ୍କ ପାଇଁ ବସ୍‌ ବ୍ୟବସ୍ଥା, ଓଡିଶା ଫେରିବେ ପ୍ରବାସୀ ଓଡିଆ, କୋରୋନା ମୁକାବିଲା, ଓଡିଶାରେ କୋରୋନା, ଓଡିଶାରେ କୋରୋନା ମୁକାବିଲା, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା
ପରିବହନ ମନ୍ତ୍ରୀ- ପଦ୍ମନାଭ ବେହେରା

ଭୁବନେଶ୍ବର: ରାଜ୍ୟକୁ କେମିତି ଫେରିବେ ପ୍ରବାସୀ ଓଡ଼ିଆ ତାହା ଏବେ ରାଜ୍ୟ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଲକଡାଉନ ପାଇଁ ଟ୍ରେନ ଓ ବିମାନ ସେବା ବନ୍ଦ ରହିଛି । ଲକ୍ଷ ଲକ୍ଷ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି କି ଯଦି ଟ୍ରେନ କିମ୍ବା ଏୟାରଲାଇନ୍ସ ଖୋଲିବନି, ତେବେ ଲୋକଙ୍କୁ ବସ୍‌ ଯୋଗେ ଅଣାଯିବ ।

ରାଜ୍ୟରେ 15 ହଜାର ବସ ରହିଛି । ସମ୍ଭବ ହେଲେ ଅନ୍ୟ ରାଜ୍ୟରୁ ପରିବହନ ମୂଲ୍ୟ ଦେଇ ଅଣାଯିବାର ବ୍ୟବସ୍ଥା କରାଯିବ । ଏନେଇ ଆଲୋଚନା ଚାଲିଛି ଏବଂ ଅନ୍ୟ ରାଜ୍ୟମାନଙ୍କ ସହ ମଧ୍ୟ ଆଲୋଚନା କରାଯାଉଥିବା ସେ ସୂଚନା ଦେଇଛନ୍ତି । ଆବଶ୍ୟକ କ୍ଷେତ୍ରରେ ଅନ୍ୟ ରାଜ୍ୟମାନଙ୍କର ସହଯୋଗ ଲୋଡାଯିବ । ସେମାନେ ମଧ୍ୟ ପ୍ରବାସୀ ଓଡ଼ିଆଙ୍କୁ ଫେରାଇବା ପାଇଁ ବ୍ୟବସ୍ଥା କରିବେ ବୋଲି ନିବେଦନ କରାଯାଇଛି । ଏବେ ପ୍ରବାସୀ ଓଡ଼ିଆଙ୍କ ରେଜିଷ୍ଟ୍ରେସନ ଚାଲିଛି । ଯେଉଁଥିରେ 5 ଲକ୍ଷରୁ ଉର୍ଦ୍ଧ୍ବ ଓଡିଆ ବାହାର ରାଜ୍ୟରେ ରହିଥିବା ଆକଳନ କରାଯାଉଛି ।

ତେବେ ଏତେ ସଂଖ୍ୟାରେ ଲୋକଙ୍କକୁ ଆଣିବା ପାଇଁ ରାଜ୍ୟରେ ଏତେ ସଂଖ୍ୟକ ବସ ନାହିଁ । ତେଣୁ ଅନ୍ୟ ରାଜ୍ୟର ସହଯୋଗ ଆବଶ୍ୟକ । କିନ୍ତୁ ଏଯାବତ କୈଣସି ନିଷ୍ପତ୍ତି ହୋଇନାହିଁ । ନିଷ୍ପତ୍ତି ହେଲା ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ପଦ୍ମନାଭ ସ୍ପଷ୍ଟ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.