ETV Bharat / city

ହାଇଦ୍ରାବାଦରେ ଫସିଛନ୍ତି ଦାଦନ ଶ୍ରମିକ, ଉଦ୍ଧାର ପାଇଁ ନିବେଦନ

author img

By

Published : Mar 27, 2020, 7:32 AM IST

କୋରୋନା ବଢାଇଛି ଦାଦନଙ୍କ ଦୁଃଖ । ପୁଣି ହାଇଦ୍ରାବାଦରୁ ଆସିଲା ଉଦ୍ଧାର ପାଇଁ ଆକୁଳ ନିବେଦନ । 3 ଟି ଜିଲ୍ଲାର 30 ଶ୍ରମିକ ଫସିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Migrant labour
Migrant labour

ସୁବର୍ଣ୍ଣପୁର: ମହାମାରୀ କୋରୋନା ଏବେ ସାରା ଦେଶକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଅନେକ ଲୋକଙ୍କ ଜୀବିକା ମଧ୍ୟ ଛଡାଇ ନେଇଛି । କେଉଁଠି କାହାର ଜୀବିକା ଚାଲିଯାଇଛି ତ କେଉଁଠି ଗରିବ ଲୋକ କାମ ନପାଇ ଚିନ୍ତାରେ ଅଛନ୍ତି । ପୁଣି କେଉଁଠି ଦାଦନ ଶ୍ରମିକ ମାନେ ଅଟକ ଅଛନ୍ତି ତ କେଉଁଠି ଭୋକିଲା । ଖାଲି ଏତିକି ନୁହେଁ ରାଜ୍ୟର ଅନେକ ତୀର୍ଥଯାତ୍ରୀ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରେ ଅଟକ ଅଛନ୍ତି । ସହୟତା ପାଇଁ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରୁଛନ୍ତି ।

ଦାଦନ ଶ୍ରମିକ ଫସିଛନ୍ତି ହାଇଦ୍ରାବାଦରେ; ଉଦ୍ଧାର ପାଇଁ ନିବେଦନ

ଠିକ ଏତିକି ବେଳେ ଆଉ ଏକ ଦାଦନ କାହାଣୀ ସାମ୍ନାକୁ ଆସିଛି । ଦୀର୍ଘଦିନ ଧରି ସୁଦୂର ତେଲେଙ୍ଗାନାର ହାଇଦ୍ରାବାଦରେ ବିଭିନ୍ନ କଳକାରଖାନାରେ କାମ କରୁଥିଲେ ସୁବର୍ଣ୍ଣପୁର, ବଲାଙ୍ଗୀର ଓ ବରଗଡ ଜିଲ୍ଲାର 30ରୁ ଉର୍ଦ୍ଧ୍ବ ଯୁବକ । ସମ୍ପ୍ରତି କୋରୋନା ଭାଇରସକୁ ନେଇ ସାରା ଦେଶ ଲକଡାଉନ ହୋଇଯିବା ଫଳରେ ଏହି ଶ୍ରମିକ ମାନଙ୍କ ଦୁଃଖ ଦ୍ବିଗୁଣିତ ହୋଇପଡିଛି । କାରଣ ଗୋଟିଏ ପଟେ କଳକାରଖାନା ବନ୍ଦ ହେବା ଓ ଅନ୍ୟପଟେ ସେଠାକାର ସରକାର କୋରୋନାକୁ ନେଇ କଡା ନିର୍ଦ୍ଦେଶନାମା ଜାରି କରିବା ଫଳରେ କୌଣସି ହୋଟେଲ ଖୋଲୁନାହିଁ । ଯଦ୍ବାରା ଏହି ଶ୍ରମିକ ମାନଙ୍କ ପାଖରେ ଥିବା ଖାଦ୍ୟ ସାମଗ୍ରୀ ବି ଶେଷ ଅବସ୍ଥାରେ । ଏପରି ସ୍ଥଳେ ଏକ ଭିଡିଓ ମାଧ୍ଯମରେ ଉଦ୍ଧାର ପାଇଁ ସମସ୍ତ ଶ୍ରମିକ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.