ETV Bharat / city

Metro Services In Bhubaneswar-Cuttack: ନବୀନଙ୍କୁ ଅପରାଜିତାଙ୍କ ଚିଠି ବଢାଇଲା ଆଶା

ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି ପରେ ବଢିଲା ଆଶା । ଟ୍ବିନ ସିଟି ମେଟ୍ରୋ ସେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ( Chief minister Naveen Patnaik) ଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ (Bhubaneswar mp Aparajita Sarangi) । ନବୀନଙ୍କୁ ଅପରାଜିତାଙ୍କ ଚିଠି ପରେ ମେଟ୍ରୋ ଟ୍ରେନ ନେଇ ମଉଳି ଯାଇଥିବା ରାଜ୍ୟବାସୀଙ୍କ ସ୍ୱପ୍ନ ପୁଣି ଉଜ୍ଜୀବିତ ହୋଇଛି । ଅଧିକ ପଢନ୍ତୁ

author img

By

Published : Sep 26, 2022, 8:26 PM IST

Etv Bharat
Etv Bharat

ଭୁବନେଶ୍ବର: ଭୁବନେଶ୍ବର ଓ କଟକରେ ମେଟ୍ରୋ ସେବା (Metro Services in Bhubaneswar Cuttack) ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ (Bhubaneswar mp Aparajita Sarangi) । ରାଜ୍ୟ ତତ୍ପରତା ପ୍ରକାଶ କଲେ କେନ୍ଦ୍ର-ରାଜ୍ୟ ଭାଗିଦାରୀ ମେଟ୍ରୋ ସେବା ହେବ ସମ୍ଭବ ବୋଲି ସାଂସଦ କହିଛନ୍ତି । ରାଜ୍ୟରେ ମେଟ୍ରୋ ରେଳ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଅଛି । ରାଜ୍ୟରେ ମେଟ୍ରୋ ଚଳାଚଳ (Metro Service) ହେଉ ବୋଲି ଚାହୁଁଛୁ ବୋଲି ବିଜେଡି କହିଥିବାବେଳେ କଂଗ୍ରେସ କହିଛି ରାଜ୍ୟ ପ୍ରସ୍ତାବ ଦେଉ ଆଉ କେନ୍ଦ୍ର ସହଯୋଗ କରୁ ।

Metro Services in Bhubaneswar Cuttack: ନବୀନଙ୍କୁ ଅପରାଜିତାଙ୍କ ଚିଠି ବଢାଇଲା ଆଶା

ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି ପରେ ବଢିଲା ଆଶା । ଟ୍ବିନ ସିଟି ମେଟ୍ରୋ ସେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ( Chief minister Naveen Patnaik) ଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ (Bhubaneswar mp Aparajita Sarangi) । ନବୀନଙ୍କୁ ଅପରାଜିତାଙ୍କ ଚିଠି ପରେ ମେଟ୍ରୋ ଟ୍ରେନ ନେଇ ମଉଳି ଯାଇଥିବା ରାଜ୍ୟବାସୀଙ୍କ ସ୍ୱପ୍ନ ପୁଣି ଉଜ୍ଜୀବିତ ହୋଇଛି । ଅପରାଜିତା କହିଛନ୍ତି, ବର୍ତ୍ତମାନ ଭୁବନେଶ୍ୱର ଓ କଟକର ଲୋକସଂଖ୍ୟା ମିଶି ପ୍ରାୟ 20 ଲକ୍ଷ ଅତିକ୍ରମ କରିସାରିଛି । ଯେଉଁ ସହରରେ 20 ଲକ୍ଷ ଲୋକସଂଖ୍ୟା ଅଛି ସେଠାରେ ମେଟ୍ରୋ ଟ୍ରେନ ଚାଲିପାରିବା ନେଇ ମେଟ୍ରୋ ପଲିସି-2017 (Metro Policy 2017) ରେ ଉଲ୍ଲେଖ ରହିଛି । ରାଜ୍ୟ ସରକାର ସହଯୋଗ କଲେ ଭାରତ ସରକାରଙ୍କ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଅନୁଧ୍ୟାନ କରି ଏକ ରିପୋର୍ଟ ଦେଇପାରିବ ବୋଲି ସାଂସଦ କହିଛନ୍ତି । ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ ହେଲେ ମେଟ୍ରୋ ରେଳ ସେବା ସମ୍ଭବ ହେଇପାରିବ । ମେଟ୍ରୋ ରେଳ ସିଷ୍ଟମ ସ୍କିମରେ ମିଳିତ ଭାବେ ରାଜ୍ୟ ଓ କେନ୍ଦ୍ରର ଭାଗିଦାରୀ ରହିବ । ଯଦି କୋଲକାତାରେ ମେଟ୍ରୋ ହୋଇପାରୁଛି ତାହେଲେ ଭୁବନେଶ୍ୱରରେ କାହିଁକି ସମ୍ଭବ ନୁହେଁ ବୋଲି ମଧ୍ୟ ଅପରାଜିତା ପ୍ରଶ୍ନ କରିଛନ୍ତି ।

ଏହା ବି ପଢନ୍ତୁ- ଟ୍ବିନ ସିଟିରେ ମେଟ୍ରୋ ସେବା ପାଇଁ ନବୀନଙ୍କୁ ଚିଠି ଲେଖିଲେ ଅପରାଜିତା

ଏହି ପ୍ରସଙ୍ଗରେ ସାଂସଦ ଅପରାଜିତାଙ୍କ ପ୍ରସ୍ତାବକୁ ସମର୍ଥନ କରିଛି ବିଜେଡି । ଏନେଇ ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି ଯେ, ପୂର୍ବରୁ ଏ ନେଇ ବିଧାନସଭାରେ ଆଲୋଚନା ହୋଇଥିଲା । ମେଟ୍ରୋ ରେଳ ଚଳାଚଳ ପାଇଁ ଫିଜିବିଲିଟ ନ ଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଥିଲା । ମେଟ୍ରୋ ରେଳ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଅଛି । ଖୋର୍ଦ୍ଧା-ଭୁବନେଶ୍ୱର-କଟକ କୁ ନେଇ ମେଟ୍ରୋ ହୋଇ ପାରିବ । ଏନେଇ ବିଧାନସଭାରେ ଆଲୋଚନା ହେବ । ଆମେ ବି ଚାହୁଁଛୁ ମେଟ୍ରୋ ଚଳାଚଳ ହେଉ ବୋଲି ରାଜକିଶୋର କହିଛନ୍ତି । ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି , କେନ୍ଦ୍ରରେ ବିଜେପି ସରକାର ରାଜ୍ୟରେ ବିଜେଡି ସରକାର ଅଛନ୍ତି । ରାଜ୍ୟରେ ମେଟ୍ରୋ ଟ୍ରେନର ଆବଶ୍ୟକତା ରହିଛି । ତେଣୁ ରାଜ୍ୟ ସରକାର ଡିପିଆର ଦିଅନ୍ତୁ ଓ କେନ୍ଦ୍ର ମେଟ୍ରୋ ଟ୍ରେନ ଲାଗି ବ୍ୟବସ୍ଥା କରୁ ।

ରାଜ୍ୟରେ ମେଟ୍ରୋ ସେବା ଚଳାଚଳ ପାଇଁ ଗତ ବର୍ଷ ବିଧାନସଭାରେ ଯୋରଦାର ଆଲୋଚନା ହୋଇଥିଲା । ୩୧ ମାର୍ଚ୍ଚ ୨୦୨୧ ରେ ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଥିଲେ। ସେତେବେଳେ ବିଧାନସଭାରେ ଉତ୍ତର ଦେଇ ନଗର ଉନ୍ନୟନ ମନ୍ତ୍ରୀ ଥିବା ପ୍ରତାପ ଜେନା କହିଥିଲେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ମେଟ୍ରୋ ଟ୍ରେନ ଚଳାଇବା ପାଇଁ ସର୍ଭେ କରାଯାଇଥିଲା। ଏଥିପାଇଁ ଟେଣ୍ଡର ବି ହୋଇଥିଲା। ଏହି ଟେଣ୍ଡର ବାଲାଜୀ ରେଲ ଆଣ୍ଡ ରୋଡ ବର୍ଷାଲି ପାଇଥିଲା । ସର୍ଭେ ପାଇଁ କେନ୍ଦ୍ର ସରକାର ୧୨ ଲକ୍ଷ ୬୧ ହଜାର ଟଙ୍କା ରାଜ୍ୟ ସରକାର ୫୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ମେଟ୍ରୋ ପ୍ରଥମେ ଖୋର୍ଦ୍ଧା, ଜଟଣୀ ଓ କଟକ ପର୍ଯ୍ୟନ୍ତ ଚଳାଇବା ପାଇଁ ପ୍ରସ୍ତାବ ଥିଲା। ହେଲେ ସର୍ଭେ କମ୍ପାନୀ ନିଜ ରିପୋର୍ଟରେ ଫିଜିବିଲିଟି ନାହିଁ ବୋଲି ଦର୍ଶାଇଥିଲା । ଏହାସହ ଆଗାମୀ 2041 ପର୍ଯ୍ୟନ୍ତ ମେଟ୍ରୋ ସେବା ହୋଇପାରିବ ନାହିଁ ବୋଲି ମନ୍ତ୍ରୀ କହିଥିଲେ । କିନ୍ତୁ ବିଧାୟକମାନଙ୍କ ଉଦବେଗକୁ ଦେଖି ପୁଣି ଥରେ ଭୁବନେଶ୍ବରରୁ ପୁରୀ ଓ କଟକରୁ-ଚଣ୍ଡିଖୋଲ ଓ ଜଟଣୀ ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ପ୍ରସ୍ତାବ ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ । ହେଲେ ସେହି ଦିନ ଠାରୁ ପୁଣି ଥରେ ସରକାର ଏହାକୁ ଭୁଲି ଯାଇଥିଲେ ।

ଏହାବି ପଢନ୍ତୁ-ପ୍ରେମ ବିବାହ ପାଇଁ ସମଲେଶ୍ୱରୀଙ୍କୁ ଚିଠି ଲେଖିଲେ ଯୁବତୀ

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ମେଟ୍ରୋ ଟ୍ରେନର ସ୍ୱପ୍ନ ଅନେକ ଦିନରୁ ଦେଖାଇ ଆସୁଛନ୍ତି । ଏନେଇ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଆଗତ ବେଳେ ବି ମେଟ୍ରୋ ରେଳ ସେବା ନେଇ ଉଲ୍ଲେଖ କରିଥିଲେ । ତେବେ 2014-15 ରୁ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଡିପିଆର ପ୍ରସ୍ତୁତ କରିବା ଦାୟିତ୍ୱ ନେଇଥିବା ସଂସ୍ଥା ତା’ର ରିପୋର୍ଟ ଦାଖଲ କରିସାରିଥିଲା । ଆଉ ଟ୍ବିନ ସିଟିରେ ବର୍ତ୍ତମାନ ମେଟ୍ରୋ ସେବା ସମ୍ଭବ ନୁହେଁ ବୋଲି ସରକାରଙ୍କୁ ରିପୋର୍ଟ ଦେଇଥିଲା । ଏହା ସତ୍ତ୍ୱେ ସରକାର ୨୦୧୯-୨୦ ରାଜ୍ୟପାଳଙ୍କ ବଜେଟ ଅଭିଭାଷଣରେ ରଖିଥିଲେ । ଯାହାକୁ ନେଇ ସରକାରଙ୍କ ଉପରେ ତତ୍କାଳୀନ ବିରୋଧୀ ଦଳନେତା ପ୍ରଦୀପ ନାଏକ । ହେଲେ ଏବେ ପୁଣି ଥରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଚିଠି ପରେ ଅପେକ୍ଷା କେବେ ମେଟ୍ରୋ ସେବାରେ ଯୋଡି ହେଉଛି ଟ୍ବିନ ସିଟି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.