ETV Bharat / city

ବିଜୁଳି ଏବଂ ଘଡଘଡି ସହ ବର୍ଷା ନେଇ 11 ଜିଲ୍ଲାକୁ ୟେଲୋ ୱାର୍ନିଂ ଜାରି - lightning and thunderstorms

ରାଜ୍ୟରେ ବିଜୁଳି, ଘଡଘଡି ବର୍ଷା ନେଇ ପାଣିପାଗ ବିଭାଗର ୟେଲୋ ୱାର୍ନିଙ୍ଗ ଜାରି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଓଡିଶା ସମେତ ସୋନପୁର, ବୌଦ୍ଧ, ରାୟଗଡା,ଗଜପତି, କଳାହାଣ୍ଡି, ନୟାଗଡ଼,କନ୍ଧମାଳ, ଖୋର୍ଦ୍ଧା, କେନ୍ଦୁଝର, ମୟୁରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରେ ବିଜୁଳି, ଘଡଘଡି ସହ ଝଡବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

meteorological-department-yellow-warning-for-lightning-and-thunderstorms-in-odisha
ରାଜ୍ୟରେ ବିଜୁଳି,ଘଡଘଡି ବର୍ଷା ନେଇ ପାଣିପାଗ ବିଭାଗର ୟେଲୋ ୱାର୍ନିଙ୍ଗ ଜାରି
author img

By

Published : Jun 27, 2020, 8:55 PM IST

ଭୁବନେଶ୍ବର: ରାଜ୍ୟରେ ବିଜୁଳି ଏବଂ ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି । ଗତ ୨୦୧୯ ଜୁନ ମାସ ଅପେକ୍ଷା ଚଳିତ ବର୍ଷ ଜୁନ ମାସରେ ଅଧିକ ବର୍ଷା ରେକର୍ଡ କରାଯାଇଛି । କାରଣ ଚଳିତ ବର୍ଷ ମୌସୁମୀ ବାୟୁ ଓଡ଼ିଶାରେ ଠିକ ସମୟରେ ପ୍ରବେଶ କରିଛି ବୋଲି ଶନିବାର ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ହବିବୁର ରେହମାନ ବିଶ୍ବାସ ।

ରାଜ୍ୟରେ ବିଜୁଳି,ଘଡଘଡି ବର୍ଷା ନେଇ ପାଣିପାଗ ବିଭାଗର ୟେଲୋ ୱାର୍ନିଙ୍ଗ ଜାରି

ବିହାର ଓ ପୂର୍ବ ବିଦର୍ଭ ମଧ୍ୟରେ ଏକ ଟ୍ରଫ ଲାଇନ ରହିଛି । ଏହା ଯୋଗୁଁ ଆସନ୍ତା ୨ ରୁ ୩ ଦିନ ପର୍ଯ୍ୟନ୍ତ ଝଡ ବର୍ଷା ଲାଗି ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଓଡିଶା ସମେତ ସୋନପୁର, ବୌଦ୍ଧ, ରାୟଗଡା,ଗଜପତି, କଳାହାଣ୍ଡି, ନୟାଗଡ଼,କନ୍ଧମାଳ, ଖୋର୍ଦ୍ଧା, କେନ୍ଦୁଝର, ମୟୁରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରେ ବିଜୁଳି, ଘଡଘଡି ସହ ଝଡବର୍ଷା ହେବାର ସମ୍ଭାବନା ଥିବାରୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ୨୮ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ଭୁବନେଶ୍ବର ଓ କଟକରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ ଏହା ସହ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି ।

ଜୁନ ୧ ରୁ ଜୁନ ୨୭ ପର୍ଯ୍ୟନ୍ତ ୨୧୭.୭ ମିମି ବର୍ଷା,୧୭ ପ୍ରତିଶତ ଅଧିକ ବର୍ଷା ହୋଇଛି । ୩ ଜିଲ୍ଲା ଝାରସୁଗୁଡା, ନୂଆପଡା ଓ ସୁନ୍ଦରଗଡରେ ୬୦ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ୯ ଜିଲ୍ଲାରେ ଅଧିକ ବର୍ଷା,୧୧ ଜିଲ୍ଲାରେ ସମାନ ପରିମାଣ ବର୍ଷା ରେକର୍ଡ ହୋଇଥିବା ବେଳେ ,୭ ଟି ଉପୁକୁଳ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଖୋର୍ଦ୍ଧା,ବାଲେଶ୍ବର,କଟକ,ପୁରୀ,ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଗତ ୨୦୧୯ ବର୍ଷ ଜୁନ ମାସ ଅପେକ୍ଷା ଚଳିତ ବର୍ଷ ଜୁନ ମାସରେ ଭଲ ବର୍ଷା ହୋଇଛି।

ଗତ ୨୪ ଘଣ୍ଟା ଭିତରେ କେନ୍ଦୁଝର ତେଲକୋଇରେ ସର୍ବାଧିକ ୧୧୬.୩ ମିମି ବର୍ଷା, ସମ୍ବଲପୁରରେ ୭୭.୧ ମିମି ,ତାଳଚେରରେ ୭୦.୦ମିମି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେ ୭୧.୪ମିମି ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ଉତ୍ତର ଓଡ଼ିଶାର ପ୍ରାୟ ସ୍ଥାନରେ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । କେନ୍ଦୁଝର,ସମ୍ବଲପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ସର୍ବାଧିକ ତାପମାତ୍ରା ଭୁବନେଶ୍ବର ରେ ୩୬.୬ ଡିଗ୍ରୀ ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.