ETV Bharat / city

ରାଜ୍ୟରେ ୧୩ରୁ ବଢିବ ବର୍ଷା, ୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି

author img

By

Published : Aug 9, 2022, 7:58 PM IST

ଅବପାତରେ ପରିଣତ ହେଲା ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସଦୃଶ ଲଘୁଚାପ କ୍ଷେତ୍ର । ଆସନ୍ତା ୧୩ରୁ ପୁଣି ବର୍ଷା ବଢ଼ିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ସେପଟେ ଲଗାଣ ବର୍ଷାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଲାଣି । ଅଧିକ ପଢ଼ନ୍ତୁ

ରାଜ୍ୟରେ ସୃଷ୍ଟି ହେଲା ବନ୍ୟା ସ୍ଥିତି, ୧୩ରୁ ବଢିବ ବର୍ଷା

ଭୁବନେଶ୍ବର: ଆସନ୍ତା ୧୩ରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । ଓଡ଼ିଶାର ସମସ୍ତ ବନ୍ଦର ପାରାଦୀପ, ପୁରୀ, ଚାନ୍ଦବାଲି/ଧାମରା, ଏବଂ ଗୋପାଳପୁର ପାଇଁ ଜାରି ହେଲା ୩ ନମ୍ବର ବିପଦ ସଙ୍କେତ । ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରିକଲା ରାଜ୍ୟ ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ଲାଗିରହିବ । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ନାଗାବଳୀ, ବଂଶଧାରା ଓ ଋଷିକୂଲ୍ୟା ନଦୀ ଫୁଲିବାରେ ଲାଗିଛି । ପ୍ରବଳ ବର୍ଷାରେ ମାଲକାନଗିରିରେ ଆକସ୍ମିକ ବନ୍ୟା ସ୍ଥିତି ଦେଖାଦେଇଛି ।

ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସଦୃଶ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆଜି ଗୋଟିଏ ଅବପାତରେ ପରିଣତ ହୋଇଛି । ଏହା ବର୍ତ୍ତମାନ ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ୨୦.୮ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୫.୬ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ ଭୁବନେଶ୍ବର ଠାରୁ ଉତ୍ତର ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି । ଏହାକୁ ନେଇ ରାଜ୍ୟର ୪ ଟି ଜିଲ୍ଲା ଅନୁଗୋଳ, କେନ୍ଦୁଝର, ସମ୍ବଲପୁର ଏବଂ ବରଗଡ଼କୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ଏହି ୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଗୋଟିଏ ଗୋଟିଏ ସ୍ଥାନରେ ୨୦ରୁ ୨୦୦ ମିଲିମିଟର ଯାଏଁ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ସେହିପରି ରାଜ୍ୟର ୧୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜିଠାରୁ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

ପ୍ରବଳ ବର୍ଷା ପ୍ରଭାବରେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଥିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ତଳିଆ ଅଞ୍ଚଳ, ଅଣ୍ଡରପାସ୍ ରୋଡରେ ଜଳବନ୍ଦୀ ଅବସ୍ଥା ହେବା ଆଶଙ୍କା କରାଯାଉଛି । ପ୍ରବଳ ବର୍ଷା ଯୋଗୁଁ କଚ୍ଚା ରାସ୍ତା ଓ କଚ୍ଚା ଘର ପ୍ରଭାବିତ ହେବା ସହ ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଉପୁଜିବା ଆଶଙ୍କା ମଧ୍ୟ କରାଯାଉଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ସକ୍ରିୟ ମୌସୁମୀ ତଥା ଲଘୁଚାପ କ୍ଷେତ୍ର ପ୍ରଭାବରେ ନବରଙ୍ଗପୁର ଜିଲ୍ଲା କୁସୁମଗୁଡା ଠାରେ ସର୍ବାଧିକ ୧୬୧ ମିମି ବର୍ଷା ରେକର୍ଡ କରାଯାଇଛି । ମହାନଦୀ ଉପର ଓ ତଳ ଅବବାହିକାରେ ଅଧିକ ବର୍ଷା ହୋଇଥିବା ଜଣାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.