ETV Bharat / city

କୋରୋନା ମୁକାବିଲା: ହୋମ ଆଇସୋଲେସନରେ ବଢୁଛି ଅବସାଦ

କୋରୋନା ପାଇଁ ହୋମ ଆଇସୋଲେସନରେ ରହୁଥିବା ବ୍ୟକ୍ତିଙ୍କର ବଢୁଛି ମାନସିକ ଚିନ୍ତା । ଏକାନ୍ତବାସରେ ଏକୁଟିଆ ଅନୁଭବ କରୁଛନ୍ତି ଲୋକେ । ମନ ଭିତରେ ଦେଖାଦେଉଛି ନାନା ଆଶଙ୍କା । ପରିବାରଠୁ ଦୂରରେ ରହିବାରୁ ଦେଖାଦେଉଛି ମାନସିକ ଚାପ । ଅଧିକ ପଢନ୍ତୁ...

କୋରୋନା ମୁକାବିଲା
କୋରୋନା ମୁକାବିଲା
author img

By

Published : Sep 18, 2020, 2:30 PM IST

Updated : Sep 18, 2020, 5:17 PM IST

ଭୁବନେଶ୍ବର: ଦିନକୁ ଦିନ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ସାମାନ୍ୟ ଲକ୍ଷଣ ଥିବା ଲୋକଙ୍କୁ ସରକାର ହୋମ ଆଇସୋଲେସନରେ ରହିବାକୁ କହୁଛନ୍ତି । ତେବେ ଏହି ହୋମ ଆଇସୋଲେସନରେ ରହୁଥିବାବେଳେ ଲୋକଙ୍କର ମାନସିକ ଚିନ୍ତା ବଢୁଛି । ଏକାନ୍ତବାସରେ ଲୋକେ ଏକୁଟିଆ ଅନୁଭବ କରୁଛନ୍ତି । ଯାହା ହୋମ ଆଇସୋଲେସନରେ ରହୁଥିବା ବ୍ୟକ୍ତିଙ୍କୁ ଅନୁଶୀଳନ କଲେ ଜଣାପଡୁଛି ।

ହୋମ ଆଇସୋଲେସନରେ ରହିଲେ ଏକୁଟିଆ ଅନୁଭବ କରୁଛନ୍ତି ଲୋକେ

ଏକୁଟିଆ ଗୋଟିଏ ଘରେ ରହୁଥିବାରୁ ନାନା ଆଶଙ୍କା, ମନ ଭିତରେ ଖେଳୁଛି । ଯାହା ମନବଳକୁ ଭାଙ୍ଗିଦେଉଛି । ନୂଆ ରୋଗର ଅନୁଭୂତି ସାଙ୍ଗକୁ ପରିବାରଠୁ ଦୂରରେ ରହିବା ଲୋକଙ୍କୁ ମାନସିକଭାବେ ଚାପଗ୍ରସ୍ତ କରୁଛି । 17 ଦିନ ଏକୁଟିଆ ରହିବା ଫଳରେ ମାନସିକ ଭାବେ ମଣିଷ ଦୁର୍ବଳ ହୋଇ ପଡୁଥିବା ଆଇସୋଲେସନରେ ରହିଥିବା ବ୍ୟକ୍ତି କହିଛନ୍ତି ।

ଏସବୁରୁ ମୁକ୍ତି ପାଇବା ପାଇଁ ସରକାର ହୋମ ଆଇସୋଲେସନରେ ରହୁଥିବା ଲୋକଙ୍କୁ କାଉନସେଲିଂ କରୁଛନ୍ତି । 1939 ନମ୍ବରରୁ କଲ କରି ସେମାନେ କିପରି ରହୁଛନ୍ତି, ମାନସିକ ସ୍ଥିତି କିପରି ରହିଛି, କଣ କଣ ଲକ୍ଷଣ ଦେଖାଦେଉଛି ଆଦି ପଚାରି ବୁଝୁଛନ୍ତି । ଯାହା ଲୋକଙ୍କ ମନରେ ଆଶାର ଆଲୋକ ଦେଖାଉଥିବା କୁହାଯାଉଛି ।

ତେବେ ଏହା ପରେ ବି ଲୋକେ ଭୟ ଓ ରୋଗର ପ୍ରକୋପରେ ଅସ୍ଥିର ହୋଇଯାଉଛନ୍ତି । ତେଣୁ ଏହି ସମୟରେ ସେମାନେ ଫୋନରେ ବାର୍ତ୍ତାଳପ କରିବାଠୁ ଆରମ୍ଭ କରି ସକରାତ୍ମକ ଚିନ୍ତା କରିବା ଉଚିତ୍‌ । ଏହାସହ ବହି ପଢିବା ଓ ଲେଖାଲେଖି କରିବା ଦ୍ବାରା ହିଁ ସ୍ବାସ୍ଥ୍ୟ ପାଇଁ ଭଲ ହେବ ବୋଲି ମନସ୍ତତ୍ବ ବିଜ୍ଞାନୀ କହିଛନ୍ତି ।

ତେବେ ଏକୁଟିଆ ରହିଲେ ନାନା ଆଶା ଆଶଙ୍କା ମନରେ ଖେଳିଯାଉଥିବାରୁ ଲୋକଙ୍କୁ ମାନସିକ ସହଯୋଗ ଜୁରୁରୀ ହୋଇପଡୁଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Sep 18, 2020, 5:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.