ଭୁବନେଶ୍ବର: ପୁଣି ଆରମ୍ଭ ହେବ ମେମୁ ଟ୍ରେନ (MEMU Train) । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Ashwini Vaishnaw) । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସେ ଓଡ଼ିଶା ଗସ୍ତରେ ଥିବାବେଳେ ଏହି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
68414/68413 ପୁରୀ-ତାଳଚର-ପୁରୀ MEMU, 68438/68437 କଟକ-ଭଦ୍ରକ-କଟକ MEMU, 18414/18413 ପୁରୀ-ପାରାଦ୍ବୀପ-ପୁରୀ ଏକ୍ସପ୍ରେସ ଏବଂ 20857/20858 ପୁରୀ-ସାଇ ନଗର ଶିରିଡି-ପୁରୀ ଏକ୍ସପ୍ରେସ ଟ୍ରେନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ସଂକ୍ରମଣକୁ ରୋକିବା ଲାଗି ଏହି ଟ୍ରେନ ସେବାକୁ ବାତିଲ କରାଯାଇଥିଲା । ରାଜ୍ୟରେ ସାମାନ୍ୟ ସ୍ଥିତି ସୁଧୁରିବା ପରେ ପୁଣି ଏହି ସେବା ଆରମ୍ଭ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର