ETV Bharat / city

ମୁଖିଆଙ୍କ ଜନ୍ମଦିନକୁ ନେଇ କୁରୁଳୁଛି ଦଳୀୟ ଶିବିର - ଜୀବନବିନ୍ଦୁ କାର୍ଯ୍ୟକ୍ରମ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ୭୩ ବର୍ଷରେ ପାଦ ଦେବେ । ତେବେ ମୁଖିଆଙ୍କ ଜନ୍ମଦିନକୁ ବେଶ ସ୍ମରଣୀୟ କରିବାକୁ ଅଣ୍ଟା ଭିଡିଛନ୍ତି ଦଳୀୟ କର୍ମୀ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 15, 2019, 9:00 PM IST

Updated : Oct 15, 2019, 10:31 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ୭୩ ବର୍ଷରେ ପାଦ ଦେବେ । ତେବେ ନିଜ ଜନ୍ମଦିନ ପାଳନ କରିବାକୁ ମନା କରିଛନ୍ତି ନବୀନ । କାରଣ ବାତ୍ୟା 'ଫନି' ପାଇଁ ରାଜ୍ୟର ଯେଉଁ କ୍ଷତି ହୋଇଛି ତାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

କିନ୍ତୁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ୨୦ ବର୍ଷ ନିରନ୍ତର ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ବେଶ ପ୍ରଶଂସିତ ହୋଇଛନ୍ତି ନବୀନ। ନିକଟରେ ନବୀନ ସରକାରଙ୍କ ଦ୍ଵାରା ନିଆଯାଇଥିବା କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଉପରେ ନଜର ପକାନ୍ତୁ।

ପୁରୀକୁ ବିଶ୍ଵ ପର୍ଯ୍ୟଟନର ମାନ୍ୟତା ପାଇଁ ବ୍ୟାପକ ପଦକ୍ଷେପ

ପୁରୀକୁ ବିଶ୍ବର ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପୁରୀ ସହରର ସର୍ବାଙ୍ଗୀନ ବିକାଶ ପାଇଁ ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ମେଘନାଦ ପାଚେରୀରୁ ୭୫ ମିଟର ଦୂରତାରେ ଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଛି । ଏହା ସହ ନବୀନ ପଟ୍ଟନାୟକ ଅହିଂସା ଶଦ୍ଦକୁ ସମ୍ବିଧାନର ମୁଖବନ୍ଧରେ ସାମିଲ ଦାବି କରିଛନ୍ତି ।

କାଳିଆ ଯୋଜନା

କୃଷି ଓ କୃଷକ ମାନଙ୍କ ଉନ୍ନତି ପାଇଁ "କାଳିଆ" ଯୋଜନା କରି ମଧ୍ୟ ନବୀନ ବେଶ ପ୍ରଶଂସା ସାଉଣ୍ଟି ଥିଲେ । ଏହା ସହ ଏହି ଯୋଜନାକୁ ଅନ୍ୟ ରାଜ୍ୟ ମାନେ ଅନୁକରଣ କରିଛନ୍ତି ।

ସମ୍ମାନ କ୍ଷେତ୍ରରେ

ପ୍ରାକୃତିକ ଦୁର୍ବିପାକର ସଫଳ ମୁକାବିଲା କରି ମଧ୍ୟ ମୁଖ୍ୟମନ୍ତ୍ରୀ ପୁରସ୍କୃତ ହୋଇଛନ୍ତି ।

କ୍ରୀଡା

କ୍ରୀଡା କ୍ଷେତ୍ରରେ ରାଜ୍ୟ ରାଜଧାନୀରେ ହକି ବିଶ୍ଵଲିଗ୍ ସହ ଏସିଆନ୍ ଆଥଲେଟିକ୍ ମିଟ୍ ଆୟୋଜନ କରି ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ନାମକୁ ଉଚ୍ଚା କରିଛନ୍ତି ନବୀନ । ତେବେ ଦଳର ସୁପ୍ରିମୋଙ୍କ ଜନ୍ମଦିନରେ ସାରା ରାଜ୍ୟରେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରିଛି ଦଳ । ଦଳର 'ଜୀବନବିନ୍ଦୁ' କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ବ୍ଲଡ଼ବ୍ୟାଙ୍କ ଥିବା ୫୯ଟି ସ୍ଥାନରେ ମେଗା ରକ୍ତଦାନ ଶିବିର ଆୟୋଜନ ହେଉଛି ।

ଗୋଟିଏ ଦିନରେ ୧୦ହଜାରରୁ ଊର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ଦଳ । ଏହାକୁ ସଫଳ କରିବାକୁ ଦଳର ଛାମୁଆ ସଙ୍ଗଠନ ଛାତ୍ର ବିଜେଡ଼ି, ଯୁବ ବିଜେଡ଼ି ଓ ମହିଳା ଦଳ ଅଣ୍ଟା ଭିଡ଼ିଛନ୍ତି । ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ରକ୍ତଦାନ ଶିବିରରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବେ ।

'ରକ୍ତ ଦାନ ମହତ ଦାନ' । ୨୦୧୫ ମସିହା ମାର୍ଚ୍ଚ ୫ ତାରିଖ, ବିଜୁ ବାବୁଙ୍କ ୯୯ତମ ଜୟନ୍ତୀରେ ତାଙ୍କ ନାମରେ ନାମିତ ବିଜୁ ଜନତା ଦଳ ଆରମ୍ଭ କରିଥିଲା 'ଜୀବନବିନ୍ଦୁ କାର୍ଯ୍ୟକ୍ରମ'। ରକ୍ତ ଅଭାବରୁ କାହାର ଜୀବନ ନ ଯାଉ, ଏଭଳି ସ୍ଳୋଗାନ ଦେଇ ବିଜେଡ଼ି ଆରମ୍ଭ କରିଥିବା 'ଜୀବନବିନ୍ଦୁ' କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଦଳ ଯୋଜନା କରିଛି । ଗତ ୪ବର୍ଷରେ ୩ଲକ୍ଷରୁ ଊର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ ହେଲାଣି। ରକ୍ତ ଅଭାବରୁ ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ ସୁପ୍ରିମୋଙ୍କ ଜନ୍ମଦିନରେ ଦଳୀୟ କର୍ମୀଙ୍କ ରକ୍ତ ସଂଗ୍ରହ ଅଭିଯାନ ତାଙ୍କୁ ଉପହାର ସଦୃଶ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ବିରୋଧୀ ବିଜେପି ମଧ୍ୟ ଆଗୁଆ ଶୁଭେଚ୍ଛା ଜଣାଇଛି । ବିଜେଡ଼ି ନେତାମାନେ କହିଛନ୍ତି, ସାଢେ ଚାରିକୋଟି ଓଡ଼ିଆଙ୍କ ଆଶୀର୍ବାଦ ହିଁ ନବୀନଙ୍କ ପାଇଁ ରାଜ୍ୟବାସୀଙ୍କ ବଡ଼ ଉପହାର । ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି ଦଳୀୟ ବିଧାୟକ । ସେହିପରି ନବୀନଙ୍କ ଆଦର୍ଶ, ନମ୍ର ବ୍ୟବହାର, ସ୍ବଚ୍ଛ ଭାବମୂର୍ତ୍ତୀ ଦଳୀୟ ନେତାମାନେ ରାଜ୍ୟବାସୀଙ୍କ ପାଖରେ ଜନ୍ମଦିନ ଅବସରରେ ପହଞ୍ଚାଇବେ ବୋଲି ନେତାମାନେ କହିଛନ୍ତି ।

'ଜୀବନ ବିନ୍ଦୁ' କାର୍ଯ୍ୟକ୍ରମ ଆନ୍ଦୋଳନରେ ପରିଣତ ହେଲାଣି ବୋଲି ମୁଖ୍ୟମନ୍ତ୍ରୀ ଗତ ପଦଯାତ୍ରା ସମୟରେ କହିଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୭୩ ପୁରିଲା । ଆସନ୍ତାକାଲି ତାଙ୍କର ୭୪ତମ ଜନ୍ମଦିନ ନବୀନ ଜନ୍ମ ଦିନ ପାଳିବା କୁ ମାନା କରିଥିଲେ ମଧ୍ୟ କିନ୍ତୁ ଦଳ ପକ୍ଷରୁ ତୟାର ହେଉଛି ବିଜୁ ଜନତା ଦଳ । ହେଲେ ବିଗତ ୨୦ ବର୍ଷ ନିରନ୍ତର ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନବୀନ ଙ୍କ ଗୁରୁତ୍ୱ ପୁଣ୍ଣ ପଦକ୍ଷେପ ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ବେଶ ପ୍ରଶଂସିତ ହୋଇଛି ।ନିକଟରେ ନବୀନ ସରକାରଙ୍କ ଦ୍ଵାରା ନିଆଯାଇଥିବା କିଛି Body:ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ନଜର ପକାନ୍ତୁ ।ପୁରୀ କୁ ବିଶ୍ଵ ପର୍ଯ୍ୟଟନ ର ମାନ୍ୟତା ପାଇଁ ବ୍ୟାପକ ପଦକ୍ଷେପ ।ପୁରୀକୁ ବିଶ୍ୱ ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପୁରୀ ସହରର ସର୍ବାଙ୍ଗୀନ ବିକାଶ ପାଇଁ ବଳିଷ୍ଠ ପଦକ୍ଷେପ ନେଇଛନ୍ତି ।ମେଘନାଦ ପାଚେରିରୁ ୭୫ ମିଟର ଦୂରତାରେ ଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଛି ।ଏହା ସହ ନବୀନ ପଟ୍ଟନାୟକ ଅହିଂସା ଶଦ୍ଦକୁ ସମ୍ବିଧାନରେ ସାମିଲ ଦାବି କରିଛନ୍ତି ।ଏହା ସହ କୃଷି ଓ କୃଷକ ମାନଙ୍କ ଉନ୍ନତି ପାଇଁ "କାଳିଆ" ଯୋଜନା କରି ମଧ୍ୟ ନବୀନ ବେଶ ପ୍ରଶଂସା ସାଉଣ୍ଟି ଥିଲେ ।ଏହା ସହ ଏହି ଯୋଜନା କୁ ଅନ୍ୟ ରାଜ୍ୟ ମାନେ ଅନୁକରଣ କରିଛନ୍ତି ।ଏହା ସହ ପ୍ରାକୃତିକ ଦୃର୍ବିପାକ ର ସଫଳ ମୁକାବିଲା କରି ମଧ୍ୟ ନବୀନ ପୁରଷ୍କୃତ ହୋଇଛନ୍ତି ।ଏହା ସହ କ୍ରିଡା କ୍ଷେତ୍ରରେ ଓଡିଶା ର ଭୁବନେଶ୍ୱର ରେ ହକି ବିଶ୍ଵଲିଗ୍ ,ସହ ଏସିଆନ୍ ଆଥଲେଟକ୍ ମିଟ୍ ଆୟୋଜନ କରି ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ନାମକୁ ଉଛା କରିଛନ୍ତି ।ସୁପ୍ରିମୋଙ୍କ ଜନ୍ମଦିନରେ ସାରା ରାଜ୍ୟରେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରିଛି ଦଳ । ଦଳର ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ବ୍ଲଡ଼ବ୍ୟାଙ୍କ ଥିବା ୫୯ଟି ଜାଗାରେ ମେଗା ରକ୍ତଦାନ ଶିବିର ଆୟୋଜନ ହେଉଛି । ଗୋଟିଏ ଦିନରେ ୧୦ହଜାରରୁ ଉଦ୍ଧ୍ୱର୍ ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ଦଳ । ଏହାକୁ ସଫଳ କରିବାକୁ ଦଳର ଛାମୁଆ ସଙ୍ଗଠନ ଛାତ୍ର ବିଜେଡ଼ି, ଯୁବ ବିଜେଡ଼ି ଓ ମହିଳା ବିଜେଡ଼ି ଅଂଟା ଭିଡ଼ିଛନ୍ତି । ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟରେ ଆୟୋଜିତ ବେହାକୁ ଥିବା ରକ୍ତଦାନ ଶିବିରରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବେ ରକ୍ତ ଦାନ ମହତ ଦାନ । ୨୦୧୫ ମସିହା ମାର୍ଚ୍ଚ ୫ ତାରିଖ, ବିଜୁ ବାବୁଙ୍କ ୯୯ତମ ଜୟନ୍ତୀରେ ତାଙ୍କ ନାମରେ ନାମିତ ବିଜୁ ଜନତା ଦଳ ଆରମ୍ଭ କରିଥିଲା ଜୀବନବିନ୍ଦୁ କାର୍ଯ୍ୟକ୍ରମ । ରକ୍ତ ଅଭାବରୁ କାହାର ଜୀବନ ନ ଯାଉ, ଏଭଳି ସ୍ଳୋଗାନ ଦେଇ ବିଜେଡ଼ି ଆରମ୍ଭ କରିଥିବା ଜୀବନବିନ୍ଦୁ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି । ଏହା ଏବେ ଆନ୍ଦୋଳନର ରୂପ ନେଲାଣି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଦଳ ଯୋଜନା କରିଛି । ରକ୍ତ ଭଣ୍ଡାର ଥିବା ରାଜ୍ୟର ୫୯ଟି ଜାଗାରେ ବିଶାଳ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଗୋଟିଏ ଦିନରେ ୧୦ହଜାରରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ବିଜେଡ଼ି । ରାଜ୍ୟ ଦଳୀୟ କାର୍ଯ୍ୟାଳୟରେ ହେବାକୁ ଥିବା କ୍ୟାମ୍ପରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବେ ।ବିଜେଡ଼ି ଆରମ୍ଭ କରିଥିବା ଜୀବନବିନ୍ଦୁ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି । ଗତ ୪ବର୍ଷରେ ୩ଲକ୍ଷରୁ ଉଦ୍ଧ୍ୱର୍ ୟୁନିଟ ରକ୍ତ ସଂଗ୍ରହ ହେଲାଣି । ରକ୍ତ ଅଭାବରୁ ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ ସୁପ୍ରିମୋଙ୍କ ଜନ୍ମଦିନରେ ଦଳୀୟ କର୍ମୀଙ୍କ ରକ୍ତ ସଂଗ୍ରହ ଅଭିଯାନ ତାଙ୍କୁ ଉପହାର ସଦୃଶ ।

Conclusion:ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ବିରୋଧି ବିଜେପି ମଧ୍ୟ ଆଗୁଆ ଶୁଭେଚ୍ଛା ଜଣାଇଛି । ବିଜେଡ଼ି ନେତାମାନେ କହିଛନ୍ତି, ସାଢେ ଚାରିକୋଟି ଓଡ଼ିଆଙ୍କ ଆଶୀର୍ବାଦ ହିଁ ନବୀନଙ୍କ ପାଇଁ ରାଜ୍ୟବାସୀଙ୍କ ବଡ଼ ଉପହାର । ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି ଦଳୀୟ ବିଧାୟକ । ସେହିପରି ନବୀନଙ୍କ ଆଦର୍ଶ, ନମ୍ର ବ୍ୟବହାର, ସ୍ୱଚ୍ଛ ଭାବମୂର୍ତୀ ଦଳୀୟ ନେତାମାନେ ରାଜ୍ୟବାସୀଙ୍କ ପାଖରେ ଜନ୍ମଦିନ ଅବସରରେ ପହାଂଚାଇବେ ବୋଲି ନେତାମାନେ କହିଛନ୍ତି । ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆନ୍ଦୋଳନରେ ପରିଶତ ହେଲାଣି ବୋଲି ମୁଖ୍ୟମନ୍ତ୍ରୀ ଗତ ପଦଯାତ୍ରା ସମୟରେ କହିଥିଲେ । ଏବେ ସମାଜସେବାକୁ ପ୍ରତ ଭାବେ ଦଳୀୟ ନେତା ଓ କର୍ମୀମାନେ ଗ୍ରହଣ କରନ୍ତୁ ବୋଲି ପରାମର୍ଶ ଦେବା ସହ ବିଜେଡ଼ି ସୋସିଆଲ ସର୍ଭିସ ୱିଙ୍ଗ ଖୋଲିବ ବୋଲି ଘୋଷଣା କରିଥିଲେ । ଜନ୍ମଦିନ ଅବସରରେ ଏ ବାବଦରେ ମୁଖ୍ୟମନ୍ତ୍ରୀ କିଛି ଘୋଷଣା କରିବାର ସମ୍ଭାବନା ରହିଛି
Last Updated : Oct 15, 2019, 10:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.