ETV Bharat / city

ତୁଟିଲା ଦାରୁଠେଙ୍ଗ ଅଳିଆ ଅଡୁଆ: ଏବେ ଆସ୍ତେ ଆସ୍ତେ ପଡିବ, ୯ ମାସ ଭିତରେ ହେବ ଲୋକଙ୍କ ଦାବି ପୂରଣ - ଭୁଆଶୁଣୀ ଡ଼ମ୍ପିଂୟାର୍ଡ ଆଲୋଚନା ସଫଳ

ସରିଲା ଦାରୁଠେଙ୍ଗ ଅଳିଆ ବିବାଦକୁ ନେଇ ଉଚ୍ଚସ୍ତରୀୟ ବୈଠକ । ଆଲୋଚନା ପ୍ରାୟତଃ ସଫଳ ହୋଇଥିବା ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ । ୯ ମାସ ଭିତରେ ପୂରଣ ହେବ ଦାରୁଠେଙ୍ଗବାସୀଙ୍କ ଦାବି । ଅଧିକ ପଢ଼ନ୍ତୁ

ଦାରୁଠେଙ୍ଗ ଅଳିଆ ବିବାଦକୁ ନେଇ ସରିଲା ବୈଠକ, ୯ ମାସ ଭିତରେ ହେବ ଲୋକଙ୍କ ଦାବି ପୂରଣ

author img

By

Published : Aug 30, 2022, 4:37 PM IST

Updated : Aug 30, 2022, 7:39 PM IST

ଭୁବନେଶ୍ବର: ଦାରୁଠେଙ୍ଗ ଅଳିଆ ବିବାଦକୁ ନେଇ ସରିଲା ଉଚ୍ଚସ୍ତରୀୟ ବୈଠକ । ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ବୈଠକ । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ । ଆଲୋଚନା ପ୍ରାୟତଃ ସଫଳ ହୋଇଥିବା ସୂଚନା ।

ବହୁ ବାଦ ବିବାଦ ପରେ ତୁଟିଲା ଦାରୁଠେଙ୍ଗ ଅଳିଆ ବିବାଦ । ୩ ସପ୍ତାହରୁ ଅଧିକ ଦିନ ଧରି ଅଚଳ ପଡିଥିବା ଭୁଆଶୁଣି ଡ଼ମ୍ପିଂୟାର୍ଡ ସମସ୍ୟାର ସମାଧାନ ବାଟ ଫିଟିଛି । ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମେୟର ସୁଲୋଚନା ଦାସ, କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସମେତ ଉତ୍ତର ବିଧାୟକ, ସ୍ଥାନୀୟ ସରପଞ୍ଚଙ୍କ ଓ ୨୦ ଜଣ ପ୍ରତିନିଧି ସାମିଲ ହୋଇଥିଲେ ।

ତୁଟିଲା ଦାରୁଠେଙ୍ଗ ଅଳିଆ ଅଡୁଆ: ଏବେ ଆସ୍ତେ ଆସ୍ତେ ପଡିବ, ୯ ମାସ ଭିତରେ ହେବ ଲୋକଙ୍କ ଦାବି ପୂରଣ

ଏହାବି ପଢ଼ନ୍ତୁ...ଦାରୁଠେଙ୍ଗ ଡ଼ମ୍ପିଂୟାର୍ଡ ବିବାଦ, ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ

ତେବେ ପୂର୍ବରୁ ଅଳିଆ ବିବାଦର ସମାଧାନ ପାଇଁ ବିଏମସିର ଅଫିସରେ ଦୀର୍ଘ ଦେଢ଼ ଘଣ୍ଟା ଧରି ଚାଲିଥିବା ବୈଠକରେ ନିଷ୍କର୍ଷ ବାହାରି ପାରିନଥିଲା । ଗ୍ରାମବାସୀ ଗ୍ରାମସଭାରେ ଚୂଡାନ୍ତ ନିଷ୍ପତ୍ତି ହେବ କହିଥିବାବେଳେ ଗତକାଲି ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିଥିଲେ । ପୂର୍ବରୁ ସମାଧାନ ପାଇଁ ଏକ ଚିଠି ମଧ୍ୟ ମୂଖ୍ୟମନ୍ତ୍ରୀଙ୍କୁ ଲେଖିଥିଲେ । ୯ ମାସର ମହଲତ ମାଗିଥିଲା ବିଏମସି । ଡ଼ମ୍ପିଂୟାର୍ଡରେ ପ୍ରସ୍ତାବିତ ବାୟୋ ମାଇନିଂ ପ୍ଲାଣ୍ଟ ନିର୍ମାଣ ସାମୟିକ ଭାବେ ସ୍ଥଗିତ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ତଥାପି ବିବାଦର ସମାଧାନ ହୋଇନଥିଲା । ତେଣୁ ୨୦୦୮ରୁ ଲାଗି ରହିଥିବା ଏହି ବିବାଦର ଆଜି ସମାଧାନ ନେଇ ଆପୋଷ ବୁଝାମଣା ହୋଇଥିବା କୁହାଯାଉଛି ।

୩ ସପ୍ତାହ ହେବ ଭୁଆଶୁଣି ଡ଼ମ୍ପିଂୟାର୍ଡ ବିବାଦ ବଢ଼ି ଚାଲିଥିବା ବେଳେ ସମସ୍ୟାର ସମାଧାନ ହୋଇ ନପାରିବାରୁ ଜନ ଅସନ୍ତୋଷ ବଢିବାକୁ ଲାଗିଥିଲା । ଯେତେ ଉଦ୍ୟମ କଲେ ବି ବିଏମସି ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିଲା । ସୋମବାର ସମାଧାନର କୌଣସି ନିଷ୍କର୍ଷ ବାହାରି ନପାରିନଥିଲା । ସହର ଗଳିକନ୍ଦି ସବୁଆଡେ ଆବର୍ଜନା ଗଦା ବଢିବାରେ ଲାଗିଛି । ଶନିବାର ହୋଇଥିବା ଆଲୋଚନାରେ ଦାରୁଙ୍ଗଠେଙ୍ଗବାସୀ ବିଏମସିକୁ ସମୟ ମାଗିଥିଲେ । ଦାରୁଙ୍ଗଠେଙ୍ଗବାସୀ ନ ଜଣେଇବାରୁ ମେୟରଙ୍କ ଅଧକ୍ଷତାରେ ଜରୁରିକାଳୀନ ବୈଠକ ବସିଥିଲା । ନଗର ଉନ୍ନୟନ ବିଭାଗ ହସ୍ତକ୍ଷେପ କରୁ ବୋଲି ଦାବି ହୋଇଥିଲା ।

ତେବେ ଆଜିର ବୈଠକ ପରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଛନ୍ତି, "ଗ୍ରାମବାସୀ ୯ ମାସ ସମୟ ଦେଇଛନ୍ତି । ଆମେ ତା ପୂର୍ବରୁ ସେମାନଙ୍କ ଦାବି ପୂରଣ କରିବାକୁ ଚେଷ୍ଟା କରିବୁ । ତେବେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।" ସେହିଭଳି ପ୍ରତିକ୍ରିୟାରେ ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି, "ଏବେ ଆସ୍ତେ ଆସ୍ତେ ପଡିବ ଏବଂ ୬ ମାସ ଭିତରେ ପୂରା ହଟିବ । ଏଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ବବି ଦାସଙ୍କୁ ଦାୟିତ୍ୱ ଦେଇଛନ୍ତି ।" ଏପଟେ ବୈଠକ ସଫଳତାର ସହ ଶେଷ ହୋଇଥିବା ମେୟର ସୁଲୋଚନା ଦାସ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 30, 2022, 7:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.