ETV Bharat / city

ନବୀନ ନିବାସରେ ବୈଠକ: ପାଟକୁରା ଜନାଦେଶକୁ ସ୍ବାଗତ

author img

By

Published : Jul 25, 2019, 3:07 PM IST

ପାଟକୁରା ନିର୍ବାଚନରେ ବିଜୟ ପରେ ଜନାଦେଶକୁ ସ୍ବାଗତ କରିଛି ବିଜେଡି । ବିକାଶ କାର୍ଯ୍ୟ କିପରି ତ୍ବରାନିତ ହେବ ସେନେଇ ନବୀନ ନିବାସରେ ହୋଇଛି ଆଲୋଚନା ।

ଫାଇଲ ଫଟୋ

ଭୁବନେଶ୍ବର: ପାଟକୁରା ପାଟ ପିନ୍ଧିବା ପରେ ନବୀନ ନିବାସରେ ଅନୁଷ୍ଠିତ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ନିର୍ବାଚନ ଫଳାଫଳକୁ ନେଇ ମୁଖ୍ୟମନ୍ତ୍ରୀ ଆଜି ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ଏଥିରେ ଜନାଦେଶକୁ ସ୍ବାଗତ କରାଯିବା ସହ ପାଟକୁରାରେ ବିକାଶ କାର୍ଯ୍ୟ ତ୍ବରାନିତ ଲାଗି ନିଷ୍ପତ୍ତି ନିଆଯାଇଛି ।

ବୈଠକରେ ପାଟକୁରା ନିର୍ବାଚନରେ କେଉଁ ପଞ୍ଚାୟତରୁ ବିଜେଡି କେତେ ଭୋଟ ପାଇଛି, ସେ ନେଇ ଆଲୋଚନା କରାଯାଇଛି । ଭୋଟ ବ୍ୟବଧାନ କମିବା ନେଇ ମଧ୍ୟ ଆଲୋଚନା ହୋଇଥିବା ସୂଚନା ରହିଛି । ଏହାସହ ପାଟକୁରାର ବିକାଶ କାର୍ଯ୍ୟ କିଭଳି ତ୍ବରାନିତ ହେବ ସେନେଇ ନବୀନ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବୈଠକ ପରେ ଆଳି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ ବିଜେଡି ଗତ ସାଧାରଣ ନିର୍ବାଚନରୁ ଏଥର ପାଟକୁରାରେ 3 ଗୁଣା ଅଧିକ ଭୋଟ ପାଇଛି । ଫଳାଫଳକୁ ନେଇ ଦଳ ଖୁସି ଅଛି ବୋଲି ସେ କହିଛନ୍ତି । ଏହି ବୈଠକରେ ବିଜେଡିର ଅନେକ ବରିଷ୍ଠ ନେତା ଯୋଗଦେଇଥିଲେ ।

ସେମାନଙ୍କ ମଧ୍ୟରେ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନୟାଗଡ ବିଧାୟକ ଅରୁଣ ସାହୁ, କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଆଳି ବିଧାୟକ ପ୍ରତାପ ଦେବ, ନରସିଂହପୁର ବିଧାୟକ ଦେବୀ ପ୍ରସାଦ ମିଶ୍ର, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ବିଜେପୁର ପୂର୍ବତନ ବିଧାୟିକା ରୀତା ସାହୁ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ ପ୍ରମୁଖ ସାମିଲ ଥିଲେ । ସେହିଭଳି ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ନବୀନ ନିବାସରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ନବୀନ ନିବାସରେ ନବୀନ ଙ୍କ ଗୁରୁତ୍ୱ ପୂର୍ଣ୍ଣ ବୈଠକ । ପାଟକୁରା ନିର୍ବାଚନ ଫଳାଫଳକୁ ନେଇ ଆଜି ନବୀନ ପଟ୍ଟନାୟକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ । ଏହି ବୈଠକରେ ପାଟୁକୁରା ନିର୍ବାଚନ ରେ କେଉଁ ପଞ୍ଚାୟତରୁ କେତେ ଭୋଟ୍‌ ପାଇଛି ବିଜେଡି, ସେନେଇ ଆଲୋଚନା କରାଯାଇଛି । ଭୋଟ ବ୍ୟବଧାନ କମିବା ନେଇ ମଧ୍ୟ ଆଲୋଚନା ହୋଇଥିବା ସୂଚନା । ଏହା ସହ ପାଟୁକୁରା ର ବିକାଶ କାର୍ଯ୍ୟ କିଭଳି ତ୍ୱରାନ୍ୱିତ ହେବ ସେନେଇ ବିଶେଷ ଆଲୋଚନା କରାଯାଇଛି ।
Body:ଏହା ସହ ଆଳି ବିଧାୟକ ପ୍ରତାପ ଦେବଙ୍କ କହିଛନ୍ତି ଯେ, ବିଜେଡିରେ ଗତ ସାଧାରଣ ନିର୍ବାଚନରେ ପାଟକୁରାରୁ ଯେତିକି ଭୋଟ୍‌ ପାଇଥିଲା ତା’ଠାରୁ 3 ଗୁଣା ଅଧିକ ଭୋଟ ପାଇଛି ବିଜେଡି । ତେଣୁ ବିଜେଡିକୁ ଯାହା ଭୋଟ୍‌ ମିଳିଛି ସେଥିରେ ଆମେ ଖୁସି ବୋଲି କହିଛନ୍ତି ପ୍ରତାପ ।
Conclusion:ଏହି ବୈଠକରେ ବିଜେଡିର ଅନେକ ବରିଷ୍ଠ ନେତା ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ ଆଠଗଡ଼ ବିଧାୟକ ରେଣେନ୍ଦ୍ର ପ୍ରତାପ ସ୍ୱାଇଁ, ନୟାଗଡ଼ ବିଧାୟକ ଅରୁଣ ସାହୁ, କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ୍‌, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଆଳି ବିଧାୟକ ପ୍ରତାପ ଦେବ, ନିରସିଂହପୁର ବିଧାୟକ ଦେବୀ ପ୍ରସାଦ ମିଶ୍ର, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ବିଜେପୁର ପୂର୍ବତନ ବିଧାୟିକା ରୀତା ସାହୁ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ ପ୍ରମୁଖ ସାମିଲ ଥିଲେ । ସହିଭଳି ପ୍ରମିଳା ମଲ୍ଲିକ୍‌ ମଧ୍ୟ ନବୀନ ନିବାସରେ ଉପସ୍ଥିତ ଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.