ETV Bharat / city

ମେଡିକାଲ ସିଟ ସ୍କାମରେ ଠକ ଡାକ୍ତର ଗିରଫ - doctor arrest medical seat scam

ଡାକ୍ତରୀ ନାମ ଲେଖାଇବା ନାରେ ଠକେଇ କରି ହାଇଟେକ କଲେଜ ଅଫ ଫିଜିଓଥେରାପିର ପୂର୍ବତନ ପ୍ରିନସପାଲ ପ୍ରେମରଞ୍ଜନ ଓଝା । ଅଧିକ ପଢ଼ନ୍ତୁ...

ମେଡିକାଲ ସିଟ ସ୍କାମରେ ଠକ ଡାକ୍ତର ଗିରଫ
ମେଡିକାଲ ସିଟ ସ୍କାମରେ ଠକ ଡାକ୍ତର ଗିରଫ
author img

By

Published : Nov 21, 2020, 10:05 PM IST

ଭୁବନେଶ୍ବର: ଏମବିବିଏସ ଆଡମିଶନ ପାଇଁ ଟଙ୍କା କାରବାର । ମେଡିକାଲ ସିଟ ଦେବା ନାଁରେ ୧୦ ଲକ୍ଷ କାରବାର । ରାଜ୍ୟରେ ସାମ୍ନାକୁ ଆସିଲା ମେଡିକାଲ ସିଟ ସ୍କାମ । ଏହି କ୍ରମରେ ୧୦ ଲକ୍ଷ ଠକି ନେଇଥିଲେ ଜଣେ ଡାକ୍ତର । ଟଙ୍କା ନେଇ ଛାତ୍ରକୁ ଧରାଛୁଆଁ ନ ଦେବା ପରେ ପୋଲିସ ଠକ ଡାକ୍ତରକୁ କରିଛି ଗିରଫ । ସେ ହେଉଛନ୍ତି ହାଇଟେକ କଲେଜ ଅଫ ଫିଜିଓଥେରାପିର ପୂର୍ବତନ ପ୍ରିନସପାଲ ପ୍ରେମରଞ୍ଜନ ଓଝା । ଗିରଫ ପରେ ରାଜ୍ୟରେ ଡାକ୍ତରୀ ନାମ ଲେଖାଇବା ନାରେ ହେଉଥିବା ଠକେଇର ଫର୍ଦ୍ଦାଫାସ ହୋଇଛି ।

ମେଡିକାଲ ସିଟ ସ୍କାମରେ ଠକ ଡାକ୍ତର ଗିରଫ

ସୂଚନା ମୁତାବକ ୨୦୧୭ ମସିହାରେ ସମ୍ପୃକ୍ତ ଡାକ୍ତର ହାଇଟେକ ମେଡିକାଲ କଲେଜ ରାଉଲକେଲାରେ ଏମବିବିଏସ ଆଡମିଶନ କରାଇଦେବା ପାଇଁ ୧୦ ଲକ୍ଷ ଟଙ୍କା ପ୍ରକାଶ ଚନ୍ଦ୍ର ଦାସ ନାମକ ଯୁବକଠୁ ନେଇଥିଲେ । ହେଲେ ପରେ ଆଉ ଧରାଛୁଆଁ ଦେଇ ନଥିଲେ । ଆକାଉଣ୍ଟରେ ଏପରି ଟଙ୍କା ନେଇ ଧରାଛୁଆଁ ନ ଦେବା ପରେ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ପ୍ରକାଶ ।

ଯାହାକୁ ଆଧାର କରି ପ୍ରେମ ରଞ୍ଜନ ଓଝାକୁ ଆପିସିର ଧାରା ୪୧୯ ଓ ୪୨୦ ରେ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହିଭଳି ଅନେକ ଛାତ୍ରକୁ ଏପରି ଚୁନ ଲଗାଇଥିବା ସନ୍ଦେହ କରୁଛି କମିଶନରେଟ ପୋଲିସ । ଏନେଇ ତଦନ୍ତ ଜାରି ରଖିଛି । ତେବେ ପ୍ରତ୍ୟେକ ବର୍ଷ ଏହିପରି ଅନେକ ଛାତ୍ରଙ୍କୁ ମେଡିକାଲ ସିଟ ଓ ଇଂଜିନିୟରି ସିଟ ଦେବା ନାରେ ଠକାମି କରିଥାନ୍ତି ଦଲାଲ । ଯାହା ଉପରେ ନଜର ରଖିବା ଓଡିଶା ପୋଲିସର ଗୁରୁଦାୟିତ୍ବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.