ETV Bharat / city

ମେଡ଼ିକାଲ କଲେଜ ବିବାଦ: ମୁହାଁମୁହିଁ ହେଲେ ବିଜେପି-ବିଜେଡି

author img

By

Published : Apr 25, 2019, 10:51 PM IST

ବାରିପଦା ମେଡ଼ିକାଲ କଲେଜ ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରୁଛି ବିଜେଡି । ମୁଖ୍ୟମନ୍ତ୍ରୀ ମିଥ୍ୟା ତଥ୍ୟ ପ୍ରଚାର କରୁଛନ୍ତି । ଏଭଳି ଅଭିଯୋଗ ଆଣିଛି ବିଜେପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ମେଡ଼ିକାଲ କଲେଜ ପ୍ରସଙ୍ଗ ନେଇ ମୁଁହାମୁଁହି ହୋଇଛନ୍ତି ବିଜେପି-ବିଜେଡି । ବିଜେପି ଅଭିଯୋଗ ଆଣିଛି ଯେ ବାରିପଦା ମେଡ଼ିକାଲ କଲେଜ ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରୁଛି ବିଜେଡି । ମୁଖ୍ୟମନ୍ତ୍ରୀ ମିଥ୍ୟା ତଥ୍ୟ ପ୍ରଚାର କରୁଛନ୍ତି । ବାରିପଦା ମେଡ଼ିକାଲ କଲେଜ ପ୍ରସଙ୍ଗରେ ବିଜେଡି ସତ ଲୁଚାଉଛି । ବିଭିନ୍ନ ବିଜ୍ଞାପନରେ ଏନେଇ ଅର୍ଦ୍ଧ ତଥ୍ୟ ପ୍ରଦାନ କରାଯାଉଛି ।

ବାସ୍ତବତା ହେଲା ରାଜ୍ୟର ପ୍ରତି ଜିଲ୍ଲା ପାଇଁ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବାକୁ ବିଜେପି ସଂକଳ୍ପବଦ୍ଧ । କିନ୍ତୁ ଏ କ୍ଷେତ୍ରରେ ରାଜ୍ୟ ସରକାର ସହଯୋଗ କରୁନାହାଁନ୍ତି ବରଂ କେନ୍ଦ୍ର ବିରୋଧରେ କୁତ୍ସାରଟନା କରି ଲୋକଙ୍କୁ ବିଭ୍ରାନ୍ତି କରିବାକୁ ଉଦ୍ୟମ କରୁଛନ୍ତି । ଏହାର ସତ୍ୟତା ଧୀରେ ଧୀରେ ଜନତା ଜାଣିଲେଣି ତେଣୁ ଏହା ଲୋକଙ୍କ ଉପରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.