ETV Bharat / city

ଭବାନୀପାଟଣାରେ ମେଡିକାଲ କଲେଜ, ଖର୍ଚ୍ଚ ହେବ ୩୨୫ କୋଟି

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ନିର୍ମାଣ ହେବ ମେଡିକାଲ କଲେଜ । ଖର୍ଚ୍ଚ ହେବ ମୋଟ ୩୨୫ କୋଟି ଟଙ୍କା । ଅଧିକ ପଢନ୍ତୁ...

author img

By

Published : Aug 7, 2021, 3:38 PM IST

ଭବାନୀପାଟଣାରେ ମେଡିକାଲ କଲେଜ, ଛର୍ଚ୍ଚ ହେବ ୩୨୫ କୋଟି

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ । ଏଥିପାଇଁ ମୋଟ ୩୨୫ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ କେନ୍ଦ୍ର ଓ ରାଜ୍ୟ ୬୦/40 ଅନୁପାତରେ ଖର୍ଚ୍ଚ ବହନ କରିବେ । ଲୋକସଭାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଉତ୍ତରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲିଖିତରେ ଏହି ସ୍ପଷ୍ଟୀକରଣ ରଖାଯାଇଛି । ସାଂସଦ ପଣ୍ଡା ପଚାରିଥିବା ଅଣତାରକା ପ୍ରଶ୍ନର ଉତ୍ତରରେ ଲିଖିତରେ ଏହି ବିବରଣୀ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ରାଜ୍ୟ ମନ୍ତ୍ରୀ ଡା.ଭାରତୀ ପ୍ରବୀଣ ପାଓ୍ବର ।

  • ପବିତ୍ର ଲୋକସଭା ଗୃହରେ ଲିଖିତ ଭାବେ ମୋ ଦ୍ୱାରା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ କରାଯାଇଥିବା ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ଦେଇଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଜ୍ୟମନ୍ତ୍ରୀ @DrBharatippawar ଙ୍କୁ କୃତଜ୍ଞତା ସହ ଧନ୍ୟବାଦ। @MoHFW_INDIA pic.twitter.com/xTsnpCfasK

    — Basanta Kumar Panda (@basantpandabjp) August 7, 2021 " class="align-text-top noRightClick twitterSection" data=" ">

ଭବାନୀପାଟଣାରେ ଏକ ମେଡିକାଲ କଲେଜକୁ ଅନୁମୋଦନ ମିଳିଛି କି ଓ ଯଦି ମିଳିଛି କେବେ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ, ସେ ବାବଦରେ ପ୍ରଶ୍ନ କରିଥିଲେ ସ୍ଥାନୀୟ ସାଂସଦ ବସନ୍ତ ପଣ୍ଡା । ଉତ୍ତରରେ କେନ୍ଦ୍ର ସ୍ବାସ୍ଥ୍ୟ ରାଜ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି, ଅନୁମୋଦିତ ମେଡିକାଲ ପାଇଁ ମୋଟ ୩୨୫ କୋଟି ଖର୍ଚ୍ଚ ବରାଦ ହୋଇଥିବାବେଳେ କେନ୍ଦ୍ର ପକ୍ଷରୁ ୬୦ ପ୍ରତିଶତ ଅର୍ଥାତ ୧୯୫ କୋଟିର ଅନୁଦାନ ମିଳିବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୮୧.୬୨ ଟଙ୍କା କେନ୍ଦ୍ର ପକ୍ଷରୁ ପ୍ରଦାନ ସରିଛି । ସେହିପରି ପ୍ରସ୍ତାବିତ ପ୍ରକଳ୍ପର ଢାଞ୍ଚା ଓ ରୂପରେଖ ରାଜ୍ୟ ସରକାର କ୍ରିୟାନ୍ବୟନ କମିଟି ଦ୍ବାରା ଧାର୍ଯ୍ୟ କରିବେ । ସେହିପରି ପ୍ରକଳ୍ପର ଆରମ୍ଭ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ହେବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଲିଖିତ ଉତ୍ତର ମିଳିବା ପରେ ସାଂସଦ ଶ୍ରୀ ପଣ୍ଡା କେନ୍ଦ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଏହି ଦିଗରେ ରାଜ୍ୟ ସରକାର ଅଗ୍ରାଧୀକାର ଭିତ୍ତିରେ କାର୍ଯ୍ୟ ଆରମ୍ଭ କରି କଳାହାଣ୍ଡି ଜିଲ୍ଲାର ବିକାଶକୁ ଆଉ ପାଦେ ଆଗେଇ ନେବାକୁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.