ETV Bharat / city

ଉତ୍ପାଦନରେ ସର୍ବକାଳୀନ ରେକର୍ଡ଼ କଲା ଏମସିଏଲ - ଏମସିଏଲ

୨୦୨୦-୨୧ ଆର୍ଥିକ ବର୍ଷରେ କୋଇଲା ଉତ୍ପାଦନ, ଯୋଗାଣ ଏବଂ ଅପସାରଣରେ ରେକର୍ଡ କରିଛି ଏମସିଏଲ । ଉତ୍ପାଦନ, ଯୋଗାଣ ଏବଂ ଅପସାରଣରେ ଯଥାକ୍ରମେ ୧୪୮.୦୧ ଏମଟି,୧୪୬ ଏମ୍‌ଟି ଏବଂ ୧୭୪.୫ ମିଲିୟନ କ୍ୟୁବିକ୍ ମିଟର ହୋଇଛି । ଯାହା ପୂର୍ବବର୍ଷ ଅପେକ୍ଷା ଯଥେଷ୍ଟ ଅଧିକ । ଅଧିକ ପଢନ୍ତୁ...

ଉତ୍ପାଦନରେ ସର୍ବକାଳୀନ ରେକର୍ଡ଼ କଲା ଏମସିଏଲ
ଉତ୍ପାଦନରେ ସର୍ବକାଳୀନ ରେକର୍ଡ଼ କଲା ଏମସିଏଲ
author img

By

Published : Apr 2, 2021, 8:13 PM IST

ଭୁବନେଶ୍ବର: ୨୦୨୦-୨୧ ଆର୍ଥିକ ବର୍ଷରେ କୋଇଲା ଉତ୍ପାଦନ, ଯୋଗାଣ ଏବଂ ଅପସାରଣରେ ରେକର୍ଡ କରିଛି ଏମସିଏଲ । ଉତ୍ପାଦନ, ଯୋଗାଣ ଏବଂ ଅପସାରଣରେ ଯଥାକ୍ରମେ ୧୪୮.୦୧ ଏମଟି, ୧୪୬ ଏମ୍‌ଟି ଏବଂ ୧୭୪.୫ ମିଲିୟନ କ୍ୟୁବିକ୍ ମିଟର ହୋଇଛି । ଯାହା ପୂର୍ବବର୍ଷ ଅପେକ୍ଷା ଯଥେଷ୍ଟ ଅଧିକ । ଏଥିପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ସମେତ ସମସ୍ତ ହିତାଧିକାରୀ, କମ୍ପାନୀର କର୍ମଚାରୀ ଏବଂ ଠିକାଦାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଏମ୍‌ସିଏଲ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପି. କେ ସିହ୍ନା । ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଏମ୍‌ସିଏଲ୍ ଅଧ୍ୟକ୍ଷ କହିଛନ୍ତି ଯେ, କୋଭିଡ ମହାମାରୀରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ତରଫରୁ ମିଳିଥିବା ଆବଶ୍ୟକୀୟ ସହଯୋଗ ପାଇଁ କମ୍ପାନୀ ଆଜି ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିପାରିଛି ।

ଉତ୍ପାଦନରେ ସର୍ବକାଳୀନ ରେକର୍ଡ଼ କଲା ଏମସିଏଲ
୨୦୨୦ରେ କମ୍ପାନୀ କେବଳ ଦେଶକୁ ଶକ୍ତି ସୁରକ୍ଷା ଯୋଗାଇବା ନିମନ୍ତେ କାମ କରି ନଥିଲା । ବରଂ କୋଭିଡ ମହାମାରୀ ବିରୋଧରେ ଲଢେଇରେ ରାଜ୍ୟ ସରକାରଙ୍କୁ ସକ୍ରିୟ ସହଯୋଗ କରିଥିଲା । ଭୁବନେଶ୍ବରରେ ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଓ ତାଳଚେର ଠାରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ନିର୍ମାଣ ନିମନ୍ତେ ଏମ୍‌ସିଏଲ୍ ରାଜ୍ୟ ସରକାର ଓ ସମ୍ ହସ୍ପିଟାଲ ସହିତ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷର କରିଥିଲା । ଏହାବ୍ୟତୀତ କମ୍ପାନୀ ପକ୍ଷରୁ ଝାରସୁଗୁଡ଼ାରେ ୫୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ ହସ୍ପିଟାଲ ଏବଂ ଅନ୍ୟାନ୍ୟ କୋଭିଡ ସ୍ଵାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରି ପ୍ରାୟ ୮୫ ଜଣ କୋଭିଡ ରୋଗୀମାନଙ୍କ ରହିବା ପାଇଁ ବ୍ୟବସ୍ଥା କରିଥିଲା ।କୋଲ ଇଣ୍ଡିଆ ସହାୟକ କମ୍ପାନୀମାନଙ୍କ ମଧ୍ୟରେ ଏମ୍‌ସିଏଲ୍ ଦ୍ବାରା ୨୩୦୦ କୋଟି ଟଙ୍କାର ପୁଞ୍ଜି ବ୍ୟୟ ମଧ୍ୟ ସର୍ବାଧିକ ଥିଲା । ପରିବେଶ ଉପରେ କମ୍ ପ୍ରଭାବ ପକାଉଥିବା ସ୍ଵଚ୍ଛ କୋଇଲା ଯୋଗାଇବା ପାଇଁ ଏମ୍‌ସିଏଲ ପ୍ରତିଶ୍ରୁତିବଦ୍ଧ । ଏହି ପରିପ୍ରେକ୍ଷୀରେ ମୋଟ ୩,୬୦୦ କୋଟି ଟଙ୍କା ବ୍ୟୟରେ ପ୍ରଦୂଷଣମୁକ୍ତ ଅତ୍ୟାଧୁନିକ ରେକ୍ ଲୋଡ୍‌ ସିଷ୍ଟମ ଯୋଗାଇବା ପାଇଁ କମ୍ପାନୀ ୯ଟି ଫାଷ୍ଟ ମାଇଲ୍ କନେକ୍ଟିଭିଟି ପ୍ରକଳ୍ପ କାର୍ଯ୍ୟକାରୀ କରୁଛି । ଏହା ବାର୍ଷିକ ୧୨୬ ଏମଟି ଉତ୍ପାଦନ କ୍ଷମତା ସୃଷ୍ଟି କରିବ । ଓଡ଼ିଶାରେ କର୍ପୋରେଟ ସାମାଜିକ ଦାୟିତ୍ବବୋଧ କ୍ଷେତ୍ରରେ ଯୋଗଦାନ କରୁଥିବା କମ୍ପାନୀ ଭାବେ ଏମ୍‌ସିଏଲ୍ ଶୀର୍ଷ ସ୍ଥାନ ବହନ କରିଛି । ଶେଷ ହୋଇଥିବା ଆର୍ଥିକ ବର୍ଷରେ, କମ୍ପାନୀ ସିଏସଆର ଅଧିନରେ ୧୯୩ କୋଟି ଟଙ୍କା ଖର୍ଚ୍ଚ କରିଛି । ଯାହା ୨୦୨୦- ୨୧ ଆର୍ଥିକବର୍ଷ ପାଇଁ ୧୬୮.୪୪ କୋଟି ଟଙ୍କା ଧାର୍ଯ୍ୟ ଲକ୍ଷ୍ୟରେ ୧୪.୫ % ଅଭିବୃଦ୍ଧି ହାସଲ କରିପାରିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.