ଭୁବନେଶ୍ବର: ମା’ ହିଙ୍ଗୁଳା ମନ୍ଦିର ଏମସିଏଲର 9.32 କୋଟି ଟଙ୍କା ମଞ୍ଜୁର । ଅନୁଗୋଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦ ସ୍ଥିତ ମା’ହିଙ୍ଗୁଳା ମନ୍ଦିରର ବିକାଶ ପାଇଁ ଏମସିଏଲ ସିଏସଆର ପାଣ୍ଠି ପକ୍ଷରୁ ଏହି ଟଙ୍କା ଅନୁମୋଦନ କରିଛି । ଏମସିଏଲର ଏହି ସହାୟତା ପରେ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସୂଚନାମୁତାବକ, ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ପ୍ରସ୍ତାବ ଅନୁସାରେ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର । ହିଙ୍ଗୁଳା ମନ୍ଦିରର ମୁଖଶାଳା ଓ ଯଜ୍ଞଶାଳାର ନିର୍ମାଣ କାର୍ଯ୍ୟ ପାଇଁ ଏମସିଏଲର ସିଏସଆ ପାଣ୍ଠିର ଆର୍ଥକ ସହଯୋଗ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହି ସହାୟତା ଦ୍ବାରା ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟନର ସୁବିଧା ବଢିବା ସହ ଶ୍ରଦ୍ଧାଳୁ ଉପକୃତ ହେବେ ବୋଲି ଉଲ୍ଲେଖ କରାଯାଇଥିଲା । ଗତ ଜାନୁଆରୀ 13 ତାରିଖରେ ଚିଠି ଲେଖିଥିଲେ ଧର୍ମେନ୍ଦ୍ର ।
ଯାହାର ପ୍ରତିଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପତ୍ର ଲେଖିଥିଲେ । ସେ କହିଛନ୍ତି, ଅନୁଗୋଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦ ଅଞ୍ଚଳ ପାଇଁ ଏମଏସିଏଲ୍ ବୋର୍ଡ ସିଏସଆର ପାଣ୍ଠିରୁ ୯,୩୨ କୋଟି ଟଙ୍କା ମଞ୍ଜୁର କରିଛି । ସାଧାରଣତଃ ସ୍ଥାନୀୟ ଜନସାଧାରଣଙ୍କ ସୁବିଧା ଏବଂ ପର୍ଯ୍ୟଟନରେ ସୁବିଧା ଯୋଗାଇବା ପାଇଁ ଏହି ଆର୍ଥିକ ସହାୟତାକୁ ଅନୁମୋଦନ ଦିଆଯାଇଛି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ