ETV Bharat / city

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଶୀଘ୍ର ଦିଆଯାଉ 'ପରୀକ୍ଷା ଦର୍ପଣ' ପୁସ୍ତିକା - 'parikhya darpana'

ମାଟ୍ରିକ ପରିକ୍ଷାର୍ଥୀଙ୍କ ପାଇଁ ପରିକ୍ଷା ଦର୍ପଣ ଟେଷ୍ଟ ପେପର ଯୋଗାଇଦେବ ଗଣଶିକ୍ଷା ବିଭାଗ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ହେଲେ 100 ଦିନର ପାଠପଢା ମଧ୍ୟରେ ଖୁବଶୀଘ୍ର ପରୀକ୍ଷା ଦର୍ପଣ ବହି ଦିଆଯାଉ ବୋଲି ପରୀକ୍ଷାର୍ଥୀ କହିଛନ୍ତି। ।

ଶୀଘ୍ର ଦିଆଯାଉ 'ପରୀକ୍ଷା ଦର୍ପଣ' ପୁସ୍ତିକା
ଶୀଘ୍ର ଦିଆଯାଉ 'ପରୀକ୍ଷା ଦର୍ପଣ' ପୁସ୍ତିକା
author img

By

Published : Jan 24, 2021, 6:24 PM IST

ଭୁବନେଶ୍ବର: ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମିଳିବ 'ପରୀକ୍ଷା ଦର୍ପଣ'। ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ପରୀକ୍ଷା ପ୍ରସ୍ତୁତିରେ ସାହାଯ୍ୟ କରିବା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି । ତେବେ କେବେ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମିଳିବ ପରୀକ୍ଷା ଦର୍ପଣ ଟେଷ୍ଟ ପେପର । ସେନେଇ ଯଥାଶୀଘ୍ର ଏହି ପରୀକ୍ଷା ଦର୍ପଣ ଯୋଗାଇ ଦେବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ମାଟ୍ରିକ ପରିକ୍ଷାର୍ଥୀଙ୍କ ପାଇଁ ପରିକ୍ଷା ଦର୍ପଣ ଟେଷ୍ଟ ପେପର ଯୋଗାଇଦେବ ଗଣଶିକ୍ଷା ବିଭାଗ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ହେଲେ 100 ଦିନର ପାଠପଢା ମଧ୍ୟରେ ଖୁବଶୀଘ୍ର ପରୀକ୍ଷା ଦର୍ପଣ ବହି ଦିଆଯାଉ ବୋଲି ପରୀକ୍ଷାର୍ଥୀ କହିଛନ୍ତି। ।

ଶୀଘ୍ର ଦିଆଯାଉ 'ପରୀକ୍ଷା ଦର୍ପଣ' ପୁସ୍ତିକା

ରାଜ୍ୟର ମୋଟ 6 ଲକ୍ଷ 20 ହଜାର 508 ଜଣ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା ଦର୍ପଣ ବହି ଯୋଗାଇ ଦିଆଯିବ। ଯେହେତୁ ଅଳ୍ପ ସମୟ ମଧ୍ୟରେ ମାଟ୍ରିକ ପରୀକ୍ଷା କରାଯିବ । ପରୀକ୍ଷାର୍ଥୀ କହିଛନ୍ତି ଯେ, ଏତେ କମ ସମୟ ମଧ୍ୟରେ ବିଭିନ୍ନ ଟେଷ୍ଟ ପେପର ପଢି ପରୀକ୍ଷା ଦେବା ଅସମ୍ଭବ। ହେଲେ ରାଜ୍ୟ ସରକାର ଏନେଇ ଏକ ବହି ଆରମ୍ଭ କରୁଛନ୍ତି। ଯାହାକୁ ନେଇ ସ୍ବାଗତ କରାଯାଉଥିଲେ ମଧ୍ୟ, ପରୀକ୍ଷା ପାଇଁ ପାଠ ପଢିବା ସହଜ ହେବ ବୋଲି କହିଛନ୍ତି।

ସୂଚନା ଅନୁଯାୟୀ, ମାଟ୍ରିକ ପରୀକ୍ଷା ପାଇଁ 30% ସିଲାବସ କମା ଯାଇଛି । ଅନଲାଇନ ଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀ ଭଲରେ ପଢ଼ି ପାରିନାହାଁନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ, ପରୀକ୍ଷା ଦର୍ପଣ ନାମକ ଏକ ଟେଷ୍ଟ ପେପର ଛାତ୍ରଛାତ୍ରୀଙ୍କୁ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି ।

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ 700 ପେଜର ବହି କରାଯାଇଛି। ମେ' 3 ରେ ପରୀକ୍ଷା ହେଵାକୁ ରହିଥିବା ବେଳେ କିପରି ଏତେ କମ ଦିନ ଭିତରେ ପରୀକ୍ଷା ଦର୍ପଣ ସମସ୍ତ ପିଲାଙ୍କ ପାଖରେ ପହଞ୍ଚିବ, ସେନେଇ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.