ETV Bharat / city

ବିରଳ ଅଲିଭ୍ ରିଡଲେଙ୍କ ସୁରକ୍ଷା ଚିନ୍ତା, ତଥ୍ୟ ସଂଗ୍ରହ ପାଇଁ ୮୪୫୦ଟି କଇଁଛଙ୍କର ଟ୍ୟାଗିଂ - ବିରଳ ଅଲିଭ ରିଡଲେଙ୍କ ସୁରକ୍ଷା ଚିନ୍ତା

ବିରଳ ଅଲିଭ ରିଡଲେଙ୍କ ସୁରକ୍ଷା ଚିନ୍ତା । ରାଜ୍ୟରେ ଏହି ସାମୁଦ୍ରିକ କଇଁଛଙ୍କ ସଂରକ୍ଷଣ ପାଇଁ ବ୍ୟାପକ ଟ୍ୟାଗିଂ ଓ ତଥ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରହିଛି । ଅଧିକ ପଢନ୍ତୁ

ବିରଳ ଅଲିଭ ରିଡଲେଙ୍କ ସୁରକ୍ଷା ଚିନ୍ତା, ତଥ୍ୟ ସଂଗ୍ରହ ପାଇଁ ୮୪୫୦ଟି କଇଁଛଙ୍କର ଟ୍ୟାଗିଂ

author img

By

Published : Apr 29, 2022, 10:30 PM IST

ଭୁବନେଶ୍ବର: ଓଡ଼ିଶାରେ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ସଂରକ୍ଷଣ ପାଇଁ ବ୍ୟାପକ ଟ୍ୟାଗିଂ ଓ ତଥ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରହିଛି । ଭାରତୀୟ ପ୍ରାଣୀ ସର୍ବେକ୍ଷଣ (ଜେଡଏସଆଇ) ସଂସ୍ଥା ଏବଂ ରାଜ୍ୟ ସରକାରଙ୍କ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୨୦୨୧ ରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ZSIର ନିର୍ଦ୍ଦେଶକ ଡକ୍ଟର ଧୃତି ବାନାର୍ଜୀ ଏସମ୍ପର୍କରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ବାର୍ଷିକ ତଥ୍ୟ ସଂଗ୍ରହ, ଟ୍ୟାଗିଂ ଏବଂ ଟ୍ୟାଗ୍‌ ରିକ୍ୟାପଚର ପ୍ରକ୍ରିୟା ମାଧ୍ୟମରେ ଏହି ବିରଳ ପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଅଲିଭ ରିଡଲେଙ୍କ ତଥ୍ୟ ସଂଗ୍ରହ କାର୍ଯ୍ୟ ଅତିକମରେ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି ସେ ସୂଚନା ଦେଇଛନ୍ତି । ଜେଡଏସଆଇର ବୈଜ୍ଞାନିକ ଡକ୍ଟର ଅନୀଲ ମହାପାତ୍ର କହିଛନ୍ତି ଯେ, ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ବସା ଠାବ କରିବା, ଖାଦ୍ୟସ୍ଥାନ ଜାଣିବା, ସେମାନଙ୍କର ମିଳନ ପରବର୍ତ୍ତୀ ପ୍ରବାସକୁ ଅନୁଧ୍ୟାନ କରାଯାଉଛି ।

ଏହାସହ ଗତିବିଧି ଅନୁଧ୍ୟାନ କରିବା, ପ୍ରଜନନ ସମୟ ଓ ବିକାଶ ଆଦି ପାଇଁ ଏହି ଅଧ୍ୟୟନରେ ରିକ୍ୟାପ୍ଚର ପଦ୍ଧତି ଉପଯୋଗ କରାଯାଉଛି । ଏଥିପାଇଁ ଅଲିଭ ରିଡଲେଙ୍କ ଠାରେ ଧାତବ ଫ୍ଲିପର ଟ୍ୟାଗ ସଂଯୋଗ କରାଯାଇ ସେମାନଙ୍କର ଗତିବିଧି ଅନୁଧ୍ୟାନ କରାଯାଉଛି । ଓଡ଼ିଶା ଉପକୂଳରେ ଜାନୁଆରୀ ୨୦୨୧ ପରଠାରୁ ମୋଟ୍‌ ୮୪୫୦ଟି କଇଁଛଙ୍କର ଟ୍ୟାଗିଂ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୮୮ଟି କଇଁଛ ଯୋଡ଼ା, ୮୨୫୨ ମାଈ ଏବଂ ୧୯୮ଟି ଅଣ୍ଡିରା କଇଁଛଙ୍କ ଟ୍ୟାଗିଂ କରାଯାଇଛି ।

ଦୀର୍ଘସ୍ଥାୟୀ ଭିତ୍ତିରେ ଓଡ଼ିଶା ଏବଂ ଦେଶରେ ବିରଳ ଅଲିଭ ରିଡଲେଙ୍କ ସଂରକ୍ଷଣ ପାଇଁ ତଥ୍ୟ ସଂଗ୍ରହ ସହିତ ରାତ୍ରିକାଳୀନ ପାଟ୍ରୋଲିଂ ମଧ୍ୟ କରାଯାଉଛି । ଏହି ଅଧ୍ୟୟନ ମାଧ୍ୟମରେ ଦୀର୍ଘକାଳୀନ ଭିତ୍ତିରେ ଅଲିଭ ରିଡଲେଙ୍କ ଜୀବ ବିଜ୍ଞାନ ଏବଂ ବ୍ୟବହାର ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଲକ୍ଷ୍ୟ ରଖାଯାଇଛି । ବଙ୍ଗୋପସାଗର ଉପକୂଳବର୍ତ୍ତୀ ଓଡ଼ିଶାର ଗହିରମଥା, ଦେବୀ ଏବଂ ଋଷିକୂଲ୍ୟା ମୁହାଣକୁ ଅଲିଭ ରିଡଲେଙ୍କ ନିରାପଦ ବାସସ୍ଥଳୀ ଭାବେ ବିବେଚନା କରାଯାଏ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.