ETV Bharat / city

Massive Paika Rally: ପାଇକଙ୍କ ରଣହୁଙ୍କାରରେ କମ୍ପୁଛି ରାଜଧାନୀ - ପାଇକ ବିଦ୍ରୋହ

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦାବିରେ ରାଜଧାନୀରେ ପାଇକଙ୍କ ରଣହୁଙ୍କାର । ଅଧିକ ପଢନ୍ତୁ

ଭୁବନେଶ୍ୱରରେ ପାଇକଙ୍କ ରଣହୁଙ୍କାର
ଭୁବନେଶ୍ୱରରେ ପାଇକଙ୍କ ରଣହୁଙ୍କାର
author img

By

Published : Apr 27, 2022, 12:38 PM IST

Updated : Apr 27, 2022, 2:24 PM IST

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ(massive paika rally) ହୋଇଛି । ଏହି ସମାବେଶରେ ଶହ ଶହ ପାଇକ ଏକାଠି ହୋଇ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି । ପାଇକମାନେ ବରୁଣେଇ ଠାରୁ ଶୋଭାଯାତ୍ରାରେ ବାହାରି ଖୋର୍ଦ୍ଧା ସହର ପରିକ୍ରମା କରି ମାଷ୍ଟରକ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ଦେଇ ପ୍ରଦର୍ଶନୀ ପଡ଼ିଆ ଠାରେ ସମାବେଶ କରିଛନ୍ତି । ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଓ ଖୋର୍ଦ୍ଧାର ପ୍ରସ୍ତାବିତ ପାଇକ ସ୍ମାରକୀ ସ୍ଥାନକୁ ବିନା ମୂଲ୍ୟରେ ଜମି ଯୋଗାଇ ଦେବା ପାଇଁ ଦାବି କରି ଏହି ସମାବେଶ ହୋଇଛି ।

Massive Paika Rally: ପାଇକଙ୍କ ରଣହୁଙ୍କାରରେ କମ୍ପୁଛି ରାଜଧାନୀ

ଏଥିସହ ଶିଖ୍ ରେଜିମେଣ୍ଟ, ଗୁର୍ଖା ରେଜିମେଣ୍ଟ, ଆସାମ ରେଜିମେଣ୍ଟ ଭଳି ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ କରିବାକୁ ଦାବି କରି ପଲ୍ଲୀରୁ ଦିଲ୍ଲୀ ଯାଏଁ ଗର୍ଜନ କରିଛି ପାଇକ ପୁଅ । ତେବେ ଦୀର୍ଘ ଦିନ ଧରି ଏହି ଦାବି କରାଯାଉ ଥିବାବେଳେ ଏହି ବିଶାଳ ସମାବେଶ ମାଧ୍ୟମରେ ଉଭୟ ସରକାରଙ୍କ ଉପରେ ଚାପ ପକାଇବାକୁ ଲକ୍ଷ୍ୟ ରହିଛି । ପାଇକ ବିଦ୍ରୋହକୁ ଉପଯୁକ୍ତ ସମ୍ମାନ ମିଳୁ ଏବଂ ଓଡିଆର ଅସ୍ମିତା ଓ ପରିଚୟ ବଜାୟ ରହୁ ବୋଲି ପାଇକମାନେ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Apr 27, 2022, 2:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.