ଭୁବନେଶ୍ବର: ଆସନ୍ତା ୨୮ ରେ ପାରମ୍ପାରିକ ରୀତିରେ ଅନୁଷ୍ଠିତ ହେବ ୭ମ ସାମୁହିକ ବିବାହ ମହୋତ୍ସବ । ପ୍ରୟାସ ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ରାମ ମନ୍ଦିର ପ୍ରାଙ୍ଗଣରେ ମହୋତ୍ସବ ଆୟୋଜନ କରାଯାଇଛି । ପ୍ରତିବର୍ଷ ଭଳି ଏଥର ମଧ୍ୟ ୨୫ ଯୋଡିଙ୍କ ବିବାହ କରାଯିବ ।
ଏନେଇ ପ୍ରୟାସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଛି । ଆର୍ଥିକ ଅନଗ୍ରସର, ଦିବ୍ୟାଙ୍ଗ, ଅନାଥ ଓ ଜାତିଗତ ସମସ୍ୟାକୁ ନେଇ ବିବାହରେ ପ୍ରତିବନ୍ଧତା ସୃଷ୍ଟି ହେଉଥିବା ଯୁବକ ଯୁବତୀମାନେ ଏଠାରେ ରେଜିଷ୍ଟ୍ରେସନ କରିବା ସହ ଆଇନଗତ ସ୍ଵୀକୃତି ନେଇ ବିବାହ କରିଥାନ୍ତି ।
ଯୌତୁକ, ଜାତିର ଊର୍ଦ୍ଧ୍ବରେ ରହି ଯୋଡିମାନଙ୍କୁ ବିବାହ ବନ୍ଧନରେ ବାନ୍ଧିବାର ଲକ୍ଷ୍ୟ ରଖାଯାଇ ଥିବାବେଳେ ୧୫ ବର୍ଷ ହେବ ଏହି ମହୋତ୍ସବ ଚାଲିଆସୁଛି । କୋଭିଡ କଟକଣା ମାନି ଚଳିତ ବର୍ଷ ଏହି ସାମୂହିକ ମହୋତ୍ସବ କରାଯିବ ବୋଲି କହିଛନ୍ତି ପ୍ରୟାସର କର୍ମକର୍ତ୍ତା । ଦୀର୍ଘଦିନରୁ ଚାଲିଆସୁଥିବା ସାମାଜିକ ମହୋତ୍ସବର ମାନ୍ୟତା ଦେବା ପାଇଁ ଦାବି କରିଛନ୍ତି ପ୍ରୟାସ ପରିବାର ।
ଭୁବନେଶ୍ବରରୁ ଦେବଶ୍ମିତା ରାଉତ, ଇଟିଭି ଭାରତ